Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରପଞ୍ଚ ଅନାସ୍ଥା ପ୍ରସ୍ତାବ ରେ ପଡ଼ିଲା ପୂର୍ଣ୍ଣଚ୍ଛେଦ।

ହାଟଡିହି ମରେଇଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ୱାର୍ଡ ସଭ୍ୟ ମାନେ କିଛି ଦିନ ଧରି ଅନାସ୍ଥା ପ୍ରସ୍ତାବ ପାଇଁ ଉପଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଇଥିଲେ। ଯାହାକୁ ନେଇ ପଞ୍ଚାୟତ ରେ ଉନ୍ନତି ମୂଳକ କାର୍ଯ୍ୟ  ବାଧା ସୃଷ୍ଟି ହେଉଥିବା ବେଳେ ଲୋକଙ୍କ ସମସ୍ୟା ସମାଧାନ ହୋଇ ପାରୁନଥିଲା।  ଏହାକୁ ନେଇ ୱାର୍ଡ ସଭ୍ୟ ମାନେ ନିଜର ମୌଳିକ ସୁବିଧା ସୁଯୋଗ ମଧ୍ୟ ପାଇବାରୁ ବଞ୍ଚିତ ହେଉଥିଲେ। ଏହାକୁ। ନେଇ ସେମାନଙ୍କ ମଧ୍ୟରେ ଆସୋନ୍ତୋଷ କାରଣ ରୁ ଏହି ସମସ୍ୟା ଉପୁଜି ଥିବାରୁ ପଞ୍ଚାୟତ ରେ ନିଲାମ ପ୍ରକ୍ରିୟା ମଧ୍ୟ ହୋଇ ପାରିନଥିଲା। ଯାହାକୁ ନେଇ ପଞ୍ଚାୟତ ଟି ଏକ ପ୍ରକାର ଅଚଳା ଅବସ୍ଥା ହୋଇ ପଡ଼ିଥିଲା। ଉପ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଅନୁସାରେ ହାଟଡିହି ବ୍ଲକ ଉନ୍ନୟନ ଅଧିକାରୀ ରଞ୍ଜନ କୁମାର ପରିଡ଼ା , ଅଧ୍ୟକ୍ଷା ସାବିତ୍ରୀ ସେଠୀ, ପିଇଓ ଶରତ କୁମାର ବେଜ ରହି ସମସ୍ତ ୱାର୍ଡ ସଭ୍ୟ ଙ୍କ ଆଲୋଚନା କରିଥିଲେ।  ଏଥିରେ ସରପଞ୍ଚ ସତ୍ୟଭାମା ଜେନା ନିଜେ ରହି ୱାର୍ଡ ସଭ୍ୟ ମାନଙ୍କ ନେଇ ଆଗାମୀ ଦିନରେ ପଞ୍ଚାୟତର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେବା ପରେ ସମସ୍ତଙ୍କୁ ସରପଞ୍ଚ ନିଜେ ମିଠା ଖୁଆଇ ଥିଲେ ଏବଂ ଆପସ ବୁଝା ମଣା ରେ ସମସ୍ୟା ସମାଧାନ ହୋଇଛି ବୋଲି ପ୍ରତିକ୍ରିୟା ଦେଇଥିଲେ ।