Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜର୍ଜ ହାଇସ୍କୁଲ ରେ ସମ୍ବଲପୁରୀ ଦିବସ ଓ ବନ ମହୋତ୍ସବ

ସମ୍ବଲପୁର:ଐତିହ୍ୟ ସମ୍ପର୍ଣ୍ଣ ବରଗଡ଼ ଜିଲ୍ଲାର ସର୍ବପୁରାତନ ଜର୍ଜ ଉଚ୍ଚ ବିଦ୍ୟାଳୟରେ ମିଶନ ଲାଇଫ ଇକୋ କ୍ଲବ ତରଫରୁ ବନମହୋତ୍ସବ ଏବଂ ସମ୍ବଲପୁରୀ ଦିବସ ପାଳିତ ହୋଇଯାଇଅଛି !
ଗତକାଲି ଶୁକ୍ରବାର ଦିନ ଅପରାହ୍ନରେ ଜର୍ଜ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ଵତୀ ଦାଶ ଙ୍କ ସଭାପତିତ୍ୱ ରେ ମିଶନ ଲାଇଫ ଇକୋ କ୍ଲବ ତରଫରୁ ବନମହୋତ୍ସବ ଏବଂ ସମ୍ବଲପୁରୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛ l ଉକ୍ତ କାର୍ଯ୍ୟକ୍ରମ ରେ ବରଗଡ଼ ର ଉଦ୍ୟାନ କୃଷି ଅଧିକାରୀ ଆଇନଜୀବୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା ମୂଖ୍ଯ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସ୍ବନାମଧନ୍ୟ ସମ୍ବଲପୁରୀ ହାସ୍ୟ କବି ସଚ୍ଚିଦାନନ୍ଦ ପଣ୍ଡା, ଏଚିଭର୍ ଫାଉଣ୍ଡେସନ ସଭାପତି ପ୍ରକୃତି ବନ୍ଧୁ ଦିବାକର ମାଝି, ପ୍ରକୃତି ବନ୍ଧୁ ଶ୍ରୀମତୀ ସୁମତି ଖମାରୀ ,ଅବସର ପ୍ରାପ୍ତ ନିଶାମଣି ସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଦିବ୍ୟକାନ୍ତୀ ଭୋଇ, ସମାଜସେବୀ ଶ୍ରୀମତୀ କନକ ପ୍ରଧାନ, ପ୍ରକୃତି ବନ୍ଧୁ ଅବସର ପ୍ରାପ୍ତ ଶିକ୍ଷକ ଡୋଲାମଣି ଶତପଥି ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ବୃକ୍ଷ ରୋପଣ ର ଆବଶ୍ୟକତା ଏବଂ ମହନିୟତା ବିଷୟରେ ଆଲୋକପାତ କରି ପିଲାମାନଙ୍କୁ ବୃକ୍ଷରୋପଣ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ । ମୁଖ୍ୟ ଅତିଥି ଉଦ୍ୟାନ କୃଷି ଅଧିକାରୀ ଶ୍ରୀ ପଣ୍ଡା ଆମେ ବାସ କରୁଥିବା ସବୁଜ ଜୀବଜଗତ ର ସୁରକ୍ଷା ପାଇଁ ବୃକ୍ଷରୋପଣ ସହିତ ପ୍ଲାଷ୍ଟିକ ବ୍ୟବହାର ଠାରୁ ଦୂରେଇ ରହିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ହାସ୍ୟ କବି ସଚ୍ଚିଦାନନ୍ଦ ପଣ୍ଡା ଏବଂ ଅନ୍ୟାନ୍ୟ ସମସ୍ତ ଅତିଥି ବୃକ୍ଷରୋପଣ ସହିତ ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ବସ୍ତ୍ର ର ମାଧୁର୍ଯ୍ୟତା ଉପରେ ଗୁରୁତ୍ୱାରୋପ କରି ଏକ ସମ୍ବଲପୁରୀ ହାସ୍ୟ କବିତା ଆବୃତ୍ତି ପୂର୍ବକ ସମସ୍ତ ଙ୍କ ର ମନୋରଞ୍ଜନ କରିଥିଲେ । ଏହା ପରେ ଇକୋ କ୍ଲବ ତରଫରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା । ୨୦ ଜଣ ଛାତ୍ର ନିଜ ନାମ ରେ ୨୦ଟି ବୃକ୍ଷରୋପଣ କରି ତା’ର ଯତ୍ନ ନେବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ବରିଷ୍ଠ ଶିକ୍ଷକ ସୁରେଶ କୁମାର ଦାଶ ସଭା ମଞ୍ଚ ପରିଚାଳନା ଏବଂ ସଞ୍ଜୋଜନା କରି ଥିଲେ । ଇକୋ କ୍ଲବର ଦାୟିତ୍ଵ ରେ ଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ପୂର୍ଣ୍ଣିମା ପ୍ରଧାନ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସଞ୍ଜୁ ବାଳା ପୃଷ୍ଟି, ସାଧନା ସାହୁ, ମମତା ବିଶି, ସୁରେଖା ସାହୁ, ଜ୍ୟୋତି ଦାଶ, ମାନସ ରଞ୍ଜନ ଜାଲ, ହରିଶ ପାତ୍ର ଏବଂ ଅନ୍ୟାନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରୀୟ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories