Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବଝରଣ ପର୍ଯ୍ୟଟକ ସୁରକ୍ଷା , ସର୍ବାଙ୍ଗୀନ ବିକାଶନେଇ ଡ଼ିଏଫଓ ଙ୍କୁ ଦାବିପତ୍ର

ସମ୍ୱଲପୁର: ସମ୍ୱଲପୁର ଯୁଯୁମୁରା ଦେବ୍ ଝରନ ପର୍ଯ୍ୟଟନ ସ୍ଥଳ ସର୍ବାଙ୍ଗୀନ ବିକାଶ କରିବା ସହିତ ପର୍ଯ୍ୟଟକ ସୁରକ୍ଷା ଦେବାକୁ ଆଜି ଦାବି ହୋଇଛି। ଡି ଏଫ୍ ଓ ଶ୍ରୀ କାଲୁଙ୍ଗେ ଗୋରଖ ଓମାନ ଙ୍କୁ ଭେଟି ଯୁଯୁମୁରା ସମିତି ସଭ୍ୟ ଜୟନ୍ତ ପ୍ରଧାନଙ୍କ ନେତୃତ୍ୱରେ ଯୁଯୁମୁରା ବିଜେପି ମଣ୍ଡଳ ସଭାପତି ଓମ ପ୍ରକାଶ ବିଶ୍ଵାଳ, ହମିତ୍ ବିଶ୍ଵାଳ, ବଣ୍ଟି ପ୍ରଧାନ, ଅପୁ ପ୍ରଧାନ, କିରଣ ପ୍ରଧାନ, ସଞ୍ଜୟ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ। ଦାବି ଅନୁସାରେ
କିଛି ଦିନ ପୂର୍ବରୁ ଦୁଇ ଜଣ ଡାକ୍ତର ଛାତ୍ରୀ ଛାତ୍ର ମୃତ୍ୟୁ ଘଟିଥିଲା। ଆଗକୁ ପର୍ଯଟନ ଋତୁ ଆସୁଛି। ତେଣୁ ପର୍ଯଟକ ସୁରକ୍ଷା ଦେବାକୁ ହେବ । ଦେବଝରଣ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ପ୍ରବଳ ସମାଗମ ହୋଇଥାଏ । ଜଳ ଭଣ୍ଡାର ରରେ ପର୍ଯ୍ୟଟକ ମାନେ ନୌକା ବିହାରର ମଜା ନେଇ ପାରିବେ । ଏହାକୁ ଦୃଷ୍ଟିରେ ରଖି ଦେବଝରଣ ଝରଣରେ ବୋଟିଂ ବ୍ୟବସ୍ଥା ଆରମ୍ଭ କରିବାକୁ ଦାବି ହେବ । ଦୀର୍ଘଦିନର ଦାବି ପରେ ବୋଟିଂ ପାଇଁ ବୋଟ୍ଆ ସିଥିଲା । ଯେଉଁ ବୋଟ ଗୁଡ଼ିକ ଆସିଥିଲା ସେଗୁଡ଼ାକ ପୁରୁଣା ବୋଟ୍ ବୋଲି ସେତେବେଳେ ଯୋଗାଣକାରୀ ସଂସ୍ଥ ରାତାରାତି ବୋଟକୁ ନେଇ ଉଭାନ ହୋଇ ଯାଇଥିଲା । ପରବର୍ତ୍ତୀ ସମୟରେ ବୋଟ୍ ଆସି ପଡି ରହିଛି। ଉକ୍ତ ବୋଟ ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ କରି ଆଗାମୀ ପିକନିକ୍ ଋତୁରେ ବୋଟ ଚଳାଚଳ ବ୍ୟବସ୍ଥା କରାଯାଉ
। ପର୍ଯ୍ୟଟକ ମାନେ ବୋଟିଂ ମଜା ଉଠାଇ ପାରିବେ । ଏହା ସହ ସୁରକ୍ଷା ବ୍ୟବସ୍ଥା, ପୋଲିସ ନିୟୋଜିତ କରିବା, ପାଇଖାନା , ଜଳଭଣ୍ଡାରରେ ସୁରକ୍ଷା ବାଡ ଲଗାଇବା ଭଳି କାମ କୁ ଗୁରୁତ୍ଵ ଦେବାକୁ ଦାବି କରିଥିଲେ। ଡି ଏଫ୍ ଓ ନଭେମ୍ବର ମାସ ସୁଦ୍ଧା ଅଙ୍କେ କାମ ଶେଷ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories