Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋ ଇସ୍ତଫାରେ ଯଦି ବଳଙ୍ଗା ପୀଡ଼ିତାଙ୍କ ଜୀବନ ଫେରିପାରିବ ତା’ହେଲେ ଶହେ ଥର ଇସ୍ତଫା ଦେବାକୁ ପ୍ରସ୍ତୁତ

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ବିରୋଧୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଇସ୍ତଫା ଦାବି କରିଛନ୍ତି। ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୋ ଇସ୍ତଫାରେ ଯଦି ବଳଙ୍ଗା ପୀଡ଼ିତାଙ୍କ ଜୀବନ ଫେରିପାରିବ ତା’ହେଲେ ଶହେ ଥର ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ଅନ୍ୟପକ୍ଷେ ମୃତକଙ୍କ ପରିବାରକୁ ନେଇ ରାଜନୀତିକୁ ପସନ୍ଦ କରେ ନାହିଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ କହି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।

ବଳଙ୍ଗା ପୀଡ଼ିତାଙ୍କ ଶେଷ ଦର୍ଶନ ପରେ ଉପମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ସମୟକ୍ରମେ ସବୁ ସତ ସାମ୍ନାକୁ ଆସିବ। ପୀଡ଼ିତାଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ସହଯୋଗ କରିଥିଲେ ହେଲେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ। ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ପରିବାର ପ୍ରତି ଯାହା କରିବାର ଅଛି କରାଯିବ। ରାଜ୍ୟ ସରକାର ପୀଡ଼ିତାଙ୍କ ପରିବାର ସହ ଥିଲେ ଏବଂ ଅଛନ୍ତି। ପୋଲିସ ଉପରେ ଆପଣ ଭରସା ରଖନ୍ତୁ ଯାହା ସତ୍ୟ ତାହା ନିଶ୍ଚିତ ଭାବେ ପଦାକୁ ଆସିବ।

ସୂଚନାଯୋଗ୍ୟ, ଶନିବାର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ବଳଙ୍ଗା ପୀଡ଼ିତା । ଏହାପରେ ମୃତଦେହ ବିଳମ୍ବିତ ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲା। ବିମାନବନ୍ଦରରୁ କଡା ସୁରକ୍ଷା ବଳୟ ମଧ୍ୟରେ ବଳଙ୍ଗା ଥାନା ଅନ୍ତର୍ଗତ ପୈତୃକ ଗାଁ ବାୟାବରର ନୂଆ ଗୋପାଳପୁରକୁ ମୃତଦେହକୁ ନିଆଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ