Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗିନିଜ ରେକର୍ଡରେ ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’

ନୂଆଦିଲ୍ଲୀ: ୨୦୨୦ ମସିହାରୁ ଶିକ୍ଷା ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା ପାଇଁ ପ୍ରାୟ ୬୪.୩୮ କୋଟି ଟଙ୍କା ଖର୍ଚ୍ଚ କରିସାରିଛି। ତେବେ ଏହା ହେଉଛି ଏକ ବାର୍ଷିକ କାର୍ଯ୍ୟକ୍ରମ। ଯେଉଁଠାରେ ପ୍ରଧାନମନ୍ତ୍ରୀ ପରୀକ୍ଷା ପୂର୍ବରୁ ଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କ ସହ କଥା ବାର୍ତ୍ତା ହୋଇଥାନ୍ତି ଓ ସମସ୍ତେ ନିଜର ମନର କଥା ପ୍ରକାଶ କରିଥାନ୍ତି। ଏହା ୨୦୧୮ ମସିହାରେ ଆରମ୍ଭ ହୋଇଥିଲା ଓ ପରୀକ୍ଷା ସମୟରେ ବିନା କୌଣସି ଚାପରେ ପରୀକ୍ଷା ଦେବା ପାଇଁ ପ୍ରୋତ୍ସାହିତ କରିବା ଏହାର ମୂଳ ଲକ୍ଷ୍ୟ ଥିବା ବେଳେ ବର୍ତ୍ତମାନ୍ ଏହା ଦେଶବ୍ୟାପୀ ଛାତ୍ର ସମ୍ପର୍କର ଏକ ପ୍ଲାଟଫର୍ମରେ ପରିଣତ ହୋଇସାରିଛି।

ତେବେ #PPC ୨୦୨୫ରେ ୩.୩୫ କୋଟିରୁ ଅଧିକ ପଞ୍ଜିକରଣ ହେବା ସହ ଟେଲିଭିଜନରେ ୨୧ କୋଟିରୁ ଅଧିକ ଦର୍ଶକ ଦେଖି ଏହାକୁ ଗିନିଜ ରେକର୍ଡ ପ୍ରଦାନ କରାଇବାରେ ସଫଳତା ହାସଲ କରିପାରିଛି। ତେବେ ଏନେଇ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସରେ ପୋଷ୍ଟ କରିଛନ୍ତି। ଏପରିକି @AshwiniVaishnaw ଏବଂ @JitinPrasadaଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’ ପାଇଁ ଗିନିଜ୍ ରେକର୍ଡ ଗ୍ରହଣ କରିବା ଅତ୍ୟନ୍ତ ସମ୍ମାନ ଓ ଆନନ୍ଦର ବିଷୟ। ନୂଆଦିଲ୍ଲୀରେ ଏକ ସମାରୋହରେ ସରକାରୀ ଗିନିଜ୍ ବିଶ୍ୱ ରେକର୍ଡ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, ରେଳ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଷ୍ଟ୍ରମନ୍ତ୍ରୀ ଜିତିନ୍ ପ୍ରସାଦ, ଶିକ୍ଷା ମନ୍ତ୍ରଣାଳୟ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏଥିସହିତ ଗିନିଜ୍ ବିଶ୍ୱ ରେକର୍ଡର ଅଧିକାରୀ ବିଚାରକ ରିଷି ନାଥ ଏହି ରେକର୍ଡ ଯାଞ୍ଚ ମଧ୍ୟ କରିଥିଲେ। ତେବେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ପରୀକ୍ଷା ପ୍ରତି ଏକ ନୂତନ ଚିନ୍ତାଧାରା ଭାବରେ ବର୍ଣ୍ଣନା କରିବା ସହ ଏହା ଜାତୀୟ ଶିକ୍ଷା ନୀତି ସହିତ ଜଡ଼ିତ ଥିବା କହିଥିଲେ। ଏଥିସହିତ ଏହ (NEP) ୨୦୨୦ର ସାମଗ୍ରିକ ଶିକ୍ଷା ଏବଂ ଆତ୍ମବିଶ୍ବାସ ଦୃଷ୍ଟିରୁ ଲାଭଦାୟକ ହେବ ବୋଲି ମଧ୍ୟ ସେ କହିଥିଲେ। ଏହାକୁ ପ୍ରୋତ୍ସାହିତ କରି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ କହିଥିଲେ ଯେ ଏହି ପଦକ୍ଷେପ ଦ୍ଵାରା ଶିକ୍ଷା ସମୟରେ ଚାପ ହ୍ରାସ ହେବା ସହ ବିଦ୍ୟାର୍ଥୀ ଉନ୍ନତ ଭାବରେ ପଢ଼ିବାରେ ମଧ୍ୟ ସକ୍ଷମ ହୋଇପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ