Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହଲିଂଗ ଙ୍କୁ ଭେଟିଲେ ଓଡ଼ିଆ ଛାତ୍ର

ସମ୍ବଲପୁର: ଦିଲ୍ଲୀ ରେ ସ୍ବାସ୍ଥ୍ୟମନ୍ତ୍ରୀ ଓଡ଼ିଶା ସରକାରଙ୍କ ଡକ୍ଟର ମୁକେଶ ମହଲିଂଗଙ୍କୁ ଦିଲ୍ଲୀ ରେ ଗବେଷଣା କରୁଥିବା ତଥା ଦିଲ୍ଲୀ ର ଜଣାଶୁଣା ଛାତ୍ରନେତା ନୀଳାମ୍ବର ଦାସ ଓ ସୌମ୍ୟରଞ୍ଜନ ବଡ଼ପଣ୍ଡା ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ବିଷୟ ରେ ଆଲୋଚନା କରିଛନ୍ତି । ମୁଖ୍ୟରୂପେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ସରକାର ଙ୍କ ଚିଠି ସଂଖ୍ୟା ୧୮୧୮ , ତା ୨୩. ୦୭. ୨୦୨୫ ଅନୁସାରେ ଓଡ଼ିଶା ର ୪୩୧ ଟି ଉଚ୍ଚ ବିଦ୍ୟାଳୟରେ ବାଧ୍ୟାତା ମୂଳକ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ବଦଳରେ ଭୋକେସନାଲ ବା ଧନ୍ଦାମୂଳକ ଶିକ୍ଷା କୁ ଅଗ୍ରାଧିକାର ଦେବା ପାଇଁ ଓଡ଼ିଶା ସରକାର ଯେଉଁ ଚିଠି ପ୍ରକାଶ କରିଥିଲେ ସେହି ବିଷୟ ରେ ମଧ୍ୟ ଆଲୋଚନା କରିଥିଲେ । ତୃତୀୟ ଭାଷା ସଂସ୍କୃତ ଓ ହିନ୍ଦୀ କୁ ପୁନଃ ରଖିବା ଓ ଧନ୍ଦାମୂଳକ ଶିକ୍ଷା କୁ ଉଚ୍ଛେଦ କରିବା ପାଇଁ ଆଜି ମନ୍ତ୍ରୀ କଥା ଦେଇଛନ୍ତି। ଓଡ଼ିଆ ଛାତ୍ର ଙ୍କ ଉପସ୍ଥିତି ରେ ମନ୍ତ୍ରୀ ନିଜେ ଉଭୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମହୋଦୟ ଆଜ୍ଞା ଙ୍କ ସହ କଥା ହେଇଥିଲେ ଏବଂ ଏହାର ବହୁତ ଶୀଘ୍ର ସମାଧାନ ପାଇଁ କଥା ଦେଇଥିଲେ । ମାନ୍ୟବର ମନ୍ତ୍ରୀ କହିଥିଲେ ଦେବଭାଷା ସଂସ୍କୃତ ର ରକ୍ଷା ଓ ପ୍ରଚାର ପ୍ରସାର ପାଇଁ ଆମ ସରକାର ସଦାସର୍ବଦା ତତ୍ପରତା ରହିବା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories