Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାର କଳାବଜାରି, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ସମୂହ ବ୍ଲକ ଚାଷୀ, ପ୍ରଶାସନ ଦ୍ବାରା ସିଲ୍ ହେଲା ଦୋକାନ

ଜମନକିରା : ଜମନକିରା ବ୍ଲକରେ ସାର ର ବ୍ୟାପକ କଳାବଜାରୀ ହେଉଥିବା ବେଳେ ଆଜି ବ୍ଲକ ଚାଷୀ ସମୂହ ଜିଲ୍ଲାପାଳଙ୍କୁ ଭେଟି କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଚାଷୀ ପଞ୍ଜୀକୃତ ତାରିଖ କୁ ବଢେଇବା ପାଇଁ ଦାବି କରିଛନ୍ତି।
ସୂଚନା ଯୋଗ୍ୟ ଯେ, ଚଳିତ ଖରିଫ ଋତୁରେ ଚାଷୀ ମାନଙ୍କ ସକାସେ ସରକାରଙ୍କ ପକ୍ଷରୁ ଲ୍ୟାମ୍ପସ ଓ ପ୍ୟାକ୍ସ ଜରିଆରେ ୟୁରିଆ, ଡିଏସପି, ୨୦/୨୦/୦/୧୩ ପ୍ରଭୁତି ସାର ସରକାରୀ ମୂଲ୍ୟରେ ଚାଷୀ ମାନଙ୍କୁ ଯୋଗାଇଦେବା ପାଇଁ ନିୟମ ରହିଛି। ତେବେ ପ୍ରଶାସନ ପକ୍ଷରୁ ସାର ଲ୍ୟାମ୍ପସ କୁ ନ ଯୋଗାଇବାରୁ ଚାଷୀ ମାନେ ବାହାର ବଜାର ରୁ ସାର କିଣିବା ପାଇଁ ବାଧ୍ୟ ହେଉଛନ୍ତି। ସରକାରୀ ଭାବେ ୟୁରିଆ ସାର ର ଦର ୨୬୭ ଟଙ୍କା ଥିବା ବେଳେ ବାହାର ବଜାରରେ ୫୫୦ ଟଙ୍କାରୁ ୬୫୦ ଟଙ୍କା ଚାଷୀ ସାର କିଣୁଛନ୍ତି। ସେହିପରି ସରକାରୀ ଦର ହିସାବରେ ଡିଏପି ୧୩୫୦ ଟଙ୍କା, ପୋଟାସ ୧୬୫୫ ଟଙ୍କା, ଗ୍ରୋମର ( ୨୦/୨୦/୦/୧୩) ୧୨୦୦ ଟଙ୍କା, ନାନୋ ଲିକ୍ତୁଡ ୨୨୫ ଟଙ୍କା ଥିବା ବେଳେ ବାହାର ବଜାରରେ ତାହା ଅଧିକ ଦରରେ ବିକ୍ରୀ ହେଉଛି। ଏହି ସବୁ ସାର ଲ୍ୟାମ୍ପସ ରେ ଅଭାବୀ ଥିବାରୁ ଏହାର ଭରପୁର ଫାଇଦା ନେଉଛନ୍ତି କଳାବଜାରୀ କରୁଥିବା ବ୍ୟବସାୟୀ। ବ୍ୟବସାୟୀ ମାନେ ସାର ନେଲେ ଚାଷୀ ମାନଙ୍କୁ ଭିଟାମିନ ନେବା ପାଇଁ ବାଧ୍ୟ କରୁଛନ୍ତି। ଭିଟାମିନ ନ ନେଲେ ସାର ଦିଆଯିବ ନାହିଁ ବୋଲି କହୁଛନ୍ତି ବୋଲି ଚାଷୀମାନେ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ଲ୍ୟାମ୍ପସରେ ସାର ଅଭାବୀ ସହିତ ବାହାର ଦୋକାନରେ ସରକାରୀ ମୂଲ୍ୟ ଠାରୁ ଅଧିକ ଦରରେ ମିଳୁଥିବା ଚାଷୀ ମାନେ ଏଭଳି ଚଢ଼ା ଦରରେ ସାର କିଣିବାକୁ ସମର୍ଥ ନୁହନ୍ତି ବୋଲି କହିଥିଲେ। ଲ୍ୟାମ୍ପସ ଏବଂ କୃଷି ବିଭାଗକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୃଷି ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନଥିବା ଚାଷୀ ମାନେ ଦାବିପତ୍ରରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ବର୍ତମାନ ଚାଷୀଙ୍କ ବ୍ୟସ୍ତତା ସମୟରେ ଧାନ ବିକ୍ରି ରେଜିଷ୍ଟେସନ କରାଯାଉଛି ଯାହାକି କମ୍ପୁଟର ପୋର୍ଟାଲ ଠିକ୍ ରେ ଚାଲୁ ନଥିବାରୁ ରେଜିଷ୍ଟେସନ କାମ ତରାନ୍ବିତ ହୋଇପାରୁନାହିଁ। ଏଣୁ ରେଜିଷ୍ଟେସନ ତାରିଖ ବୃଦ୍ଧି କରିବାକୁ ମଧ୍ୟ ଦାବି କରିଛନ୍ତି। ଏପରିକି ଚାଷୀଙ୍କ ସମସ୍ୟାର ସମାଧାନ ୭ଦିନରେ କରା ନଗଲେ ପରବର୍ତୀ ସମୟରେ ଚାଷୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ବାଧ୍ୟ ହେବ ବୋଲି କହିଥିଲେ। ଜିଲ୍ଲାପାଳ ଅଭିଯୋଗ ଶୁଣିଲା ପାରେ ସଙ୍ଗେ ସଙ୍ଗେ ପଚାରି ବୁଝିଥିଲେ। ଜମନକିରା ଲ୍ୟାମ୍ପସ କୁ ୫୫୦ ପ୍ୟାକେଟ ୟୁରିଆ ସାର ଆଜି ଆସିଥିବା ଚାଷୀ ମାନଙ୍କୁ କହିଥିଲେ। ପରେ କଳାବଜାରୀ କରୁଥିବା ଜଣେ ଦୋକାନୀ କୁ ଯାଞ୍ଚ କରିବା ପାଇଁ ତହସିଲଦାର, ବିଡ଼ିଓ, ଏବଂ ପୋଲିସ କୁ ନିର୍ଦ୍ଦେଶ କରିଥଲେ। ଚଢ଼ାଉ ବେଳେ ବେଆଇନ କାରବାର କରୁଥିବା ଜଣେ ଜମନକିରା ରତନ ଫର୍ଟିଲିଜର ନାମକ ବ୍ୟବସାୟୀ ଙ୍କ ଦୋକାନ କୁ ସିଲ କରାଯାଇଥିଲା। ଚଢ଼ାଉ ବେଳେ ତହସିଲଦାର ପ୍ରଭିନା ବିଲୁଙ୍ଗ, ଗୋଷ୍ଠୀ କୃଷି ଅଧିକାରୀ କାଦମ୍ବିନୀ ଶତପଥୀ, ଥାନା ଏସଆଇ ସନ୍ତୋଷ ସ୍ୱାଇଁ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories