Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକ ଷ୍ଟାଫ କ୍ୱାଟର ନିର୍ମାଣରେ ଅନିୟମିତତା ଅଭିଯୋଗ, ସୂଚନା ଫଳକ ବିନା ଫାଉଣ୍ଡେସନ କାମ ଶେଷ

ଜମନକିରା : ଜମନକିରା ବ୍ଲକ ପରିସର ଭିତରେ ପୁରୁଣା କ୍ୱାର୍ଟର ଭଙ୍ଗା ଯାଇ ନୂତନ କୋଠା ନିର୍ମାଣ କରାଯାଉଛି। ତେବେ ଉକ୍ତ କାମ ଆରମ୍ଭ ରୁ ହିଁ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି କି, କୌଣସି ଉନ୍ନୟନ କାମ ଆରମ୍ଭ ପୂର୍ବରୁ ସାଧାରଣ ଲୋକଙ୍କ ଜାଣିବା ଏବଂ ସ୍ବଚ୍ଛତା ପାଇଁ ପ୍ରଥମେ ସୂଚନା ଫଳକ ରହିବ ନିହାତି ଜରୁରୀ ଅଟେ। ମାତ୍ର ଜମନକିରା ସାରା ବ୍ଲକରେ ଚାଲିଥିବା ପ୍ରାୟ କାର୍ଯ୍ୟ ଗୁଡ଼ିକ ସୂଚନା ଫଳକ ବିନା କାର୍ଯ୍ୟ ଆରମ୍ଭ କରାଯାଉଥିବା ଅଭିଯୋଗ ହେଉଛି। ଏହାର ସ୍ପଷ୍ଟ ପ୍ରମାଣ ହେଉଛି ବ୍ଲକ ପରିସର ଭିତରେ ଚାଲିଥିବା ମିଶନ ଶକ୍ତି କାର୍ଯ୍ୟାଳୟ ର ବାଉଣ୍ଡ୍ରି ୱାଲ୍ ଓ ଷ୍ଟାଫ୍ କ୍ୱାଟର କାମ। ପୂର୍ବ ସରକାର ବେଳେ ସୂଚନା ଫଳକ କୁ ବହୁ ଗୁରୁତ୍ଵ ଦିଆଯାଉ ଥିଲା। ଆଉ ବ୍ଲକର ସବୁ ଉନ୍ନୟନ କାର୍ଯ୍ୟ ପ୍ରାରମ୍ଭରୁ ସୂଚନା ଫଳକରେ ସମ୍ପୂର୍ଣ୍ଣ ବିବରଣୀ ଲେଖାଯିବା ପରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ମାତ୍ର ଏହି ସରକାର ବେଳେ ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରାଯାଉଛି। ଶୁଣାଶୁଣି ରେ କୁଆଡେ ଏହି ଉଭୟ କାର୍ଯ୍ୟକୁ ଜୈନେକ ବିଭାଗୀୟ ବ୍ଲକ ଜମନକିରା ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଛି। ମାତ୍ର କାମକୁ ସେ ଅନ୍ୟ ଜଣେ ଠିକାଦାରଙ୍କ ଦ୍ବାରା କାର୍ଯ୍ୟ କରୁଥିବା ଜଣାଯାଇଛି। ଏହି କାମରେ ଫ୍ଲାଇଆସ ଇଟା ବ୍ୟବହାର କରାଯାଉଥିବା ବେଳେ ଉକ୍ତ ଇଟାର ମାନ ଠିକ୍ ନଥିବା ଲୋକେ ବିଡ଼ିଓ ଙ୍କୁ ଜଣାଇଥିଲେ। ତେବେ ବିଡ଼ିଓ ବ୍ୟବହାର କରାଯାଉଥିବା ଇଟା ଗୁଡ଼ିକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସହ ମିଶି ତଦାରଖ କରି କହିଥିଲେ କି, ଇଟା ର ମାନ ଠିକ୍ ଅଛି। କିନ୍ତୁ ଲୋକେ ତାହା ଗ୍ରହଣ କରି ପାରୁନଥିବା କୁହାଯାଇଛି। ଏହି କୋଠାରେ ୨୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ କରାଯାଇଥିବା ବେଳେ ଏଭଳି ସାମଗ୍ରୀ ବ୍ୟବହାର ଏହାର ସ୍ଥାୟୀତ୍ବ ନେଇ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅନ୍ୟ ପକ୍ଷରେ ଉକ୍ତ ବ୍ଲକ ପରିସରରେ ୨୫ ଟି ଷ୍ଟାଫ କ୍ଵାଟର ରହିଛି। କିନ୍ତୁ ସଂପୃକ୍ତ ଯନ୍ତ୍ରୀ ଓ ଠିକାଦାର ଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ରାସ୍ତା ମଝିରେ ବାଲି, ଗୋଡ଼ି, ପଥର, ଇଟା ପ୍ରଭୁତି ସାମଗ୍ରୀ ରାସ୍ତାରେ ପକେଇ ଦେଇଥିବାରୁ ଷ୍ଟାଫ ମାନଙ୍କ ପାଇଁ ଯିବା ଆସିବାରେ ବହୁ ସମସ୍ୟା ଦେଖା ଯାଉଛି। ଗୃହ ନିର୍ମାଣ ସାମଗ୍ରୀ ଶୀଘ୍ର ରାସ୍ତାରୁ ହଟେଇବା ପାଇଁ ଦାବି ହେଉଥିବା ବେଳେ ଏଭଳି ସମସ୍ୟା ଆଗକୁ ଯେମିତି ଆଉ ନହେବ ସେଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେବେ ବୋଲି ଦାବି ହେଉଛି।
ଏସଂକ୍ରାନ୍ତରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ସୂଚନା ଫଳକ କାର୍ଯ୍ୟ ଆରମ୍ଭରୁ କରିବା କଥା କିନ୍ତୁ କରାଯାଇ ନାହିଁ, ଶୀଘ୍ର କରାଯିବ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories