Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପାଳ ଏବଂ ପ୍ରଶାସନିକ ଅଧିକାରୀ ଙ୍କ ଉପସ୍ଥିତିରେ ଜମନକିରା ଏକଲବ୍ୟ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ

ଜମନକିରା : ଜମନକିରା ବ୍ଲକ ସଦର ମହକୁମାରେ ଗତ ୪ ବର୍ଷ ତଳୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଏକଲବ୍ୟ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ମାତ୍ର ସରକାରୀ ଜମିର ଅଭାବ ଯୋଗୁଁ ଏଠାରେ ବିଦ୍ୟାଳୟ ଟି ସ୍ଥାପନ ହୋଇ ପାରୁନାହିଁ। ତେବେ ଗତକାଲି ଜିଲ୍ଲାପାଳ ସିଦ୍ଧେଶ୍ୱର ବୋଲିରାମ ବୋନ୍ଦର ଜମନକିରା ଗସ୍ତ କରି ଅନେକ ଜାଗା ପରିଦର୍ଶନ କରିଥିଲେ। ତେବେ ଶେଷରେ ଅଗ୍ନିଶ୍ରମ୍ କାର୍ଯ୍ୟଳୟ ନିକଟ ଜମନକିରା ମୌଜାରେ ୧୬ ଏକର ଜମି କୁ ଚିହ୍ନଟ କରିଥିବା ନେଇ ତହସିଲଦାର ପ୍ରଭିନା ବିଲୁଙ୍ଗ ଓ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ ଯେ, ଏହି ଏକଲବ୍ୟ ବିଦ୍ୟାଳୟ ପାଇଁ ପ୍ରଥମେ ତୁଲୁବ୍ ଓ ଟାଙ୍ଗରମାଲ ନିକଟରେ ଜାଗା ଚିହ୍ନଟ କରାଯାଇଥିଲା। ମାତ୍ର ସେଠାରେ କିଛି ଜାଗା ଜଙ୍ଗଲ କିସମ ଥିବାରୁ ୪ ବର୍ଷ ହେଲା ପ୍ରକଳ୍ପ ଟି ହୋଇପାରି ନଥିଲା। ପରେ ଦସଘରିଆ ପଟେ ଜମି ଦେଖାଯାଇଥିଲା। ମାତ୍ର କମ ପରିମାଣ ଜମି ଥିବାରୁ ସେଇଟା ମଧ୍ୟ ସ୍ଥଗିତ ହୋଇ ରହିଥିଲା। ଏବେ ଅଗ୍ନିଶ୍ରମ ବିଭାଗ ନିକଟରେ ଜମି ଚିହ୍ନଟ କରାଯାଇଛି। ଦେଖାଯାଉ ପ୍ରଶାସନ ଏଥର କଣ ପଦକ୍ଷେପ ଗ୍ରହଣ କରୁଛି ଦେଖିବାର ଅଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories