ସମ୍ବଲପୁର:ଯୁଯୋମୁରା ବ୍ଲକ ମହୁଲପାଲି ସ୍ଥିତ ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ଏନ୍ ଏସ୍ ଏସ୍ ଶାଖା ଆନୁକୁଲ୍ୟରେ କଲେଜ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁସ୍ଥ ଜୀବନ ପାଇଁ ଏକ ସୁସ୍ଥ ପରିବେଶ ର ଆବଶ୍ୟକତା କୁ ଉପଲବ୍ଧି କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ଵାନକ୍ରମେ ” ମା ପାଇଁ ଗଛଟିଏ ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ଗିରିଶ ପଟ୍ଟନାୟକ ଏବଂ ପ୍ରତାପ ପ୍ରଧାନ ଏଥିରେ ଯୋଗଦେଇ ସାମ୍ପ୍ରତିକ ସମାଜ ପାଇଁ ବୃକ୍ଷର ଆବଶ୍ୟକତା ବିଷୟରେ ବୁଝାଇବା ସହ ଏନ୍ ଏସ୍ ଏସ୍ ସ୍ଵେଚ୍ଛାସେବୀ ମାନଙ୍କ ସହ କଲେଜ ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ । ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଏନ୍ ଏସ୍ ଏସ୍ ଜିଲ୍ଲା ସଂଯୋଜକ ଶାନ୍ତନୁ ପଧାନ ପରିଚାଳନା କରିଥିବା ବେଳେ ଓଡ଼ିଆ ଅଧ୍ୟାପକ ମନୋଜ ସାହୁ ଇତିହାସ ଅଧ୍ୟାପିକା ପ୍ରଭାତୀ ବେହେରା, ଗ୍ରନ୍ଥକାରକ ସୁବ୍ରତ ମଲ୍ଲ , ଶିକ୍ଷା ଡେ଼ମୋଷ୍ଟେଟର୍ ସନତ ନେଗୀ ,ରାଜକୁମାର ପ୍ରଧାନ ,ସୀତାରାମ ସାହୁ ଓ ସଦାନନ୍ଦ କ୍ରସେଲ ପ୍ରମୁଖ ସ୍ଵେଚ୍ଛାସେବୀ ମାନଙ୍କ ସହ ଉପସ୍ଥିତ ରହି ସେମାନଙ୍କୁ ବୃକ୍ଷରୋପଣ ପାଇଁ ଉତ୍ସାହିତ କରିଥିଲେ ।
ଏନ୍ ଏସ୍ ଏସ୍ ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ
