Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଳିଗଲା ବସ, କାରଣ ଅସ୍ପଷ୍ଟ

ସମ୍ବଲପୁର:ଝାରସୁଗୁଡା ସହରର ବୃନ୍ଦାବନ କଲୋନୀ ରାସ୍ତାରେ ଆଜି ସକାଳେ ଏକ ଘରୋଇ ବସ୍‌ରେ ନିଆଁ ଲାଗିବାରୁ ହୁତୁହୁତୁ ହୋଇ ଜଳି ଯାଇଛି । ବସ୍‌ରେ କେହି ନ ଥିବାରୁ କାହାର କିଛି କ୍ଷତି ହୋଇନଥିଲେ ମଧ୍ୟ ବସ ଟି ଜଳି ନଷ୍ଟ ହୋଇଯାଇଛି।
ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସକାଳ ପ୍ରାୟ ସାଢେ ୯ ଟା ସମୟରେ ଏଭଳି ଘଟଣା ଘଟିଥିଲା । ରାକ୍ଷୀ ପୂର୍ଣ୍ଣିମାରେ ଛୁଟି ଥିବାରୁ ବସ୍‌ ଚାଳକ ବସ୍‌କୁ ନେଇ ଗ୍ୟାରେଜକୁ ଆସୁଥିଲେ । ବସ୍‌ଟି ରାସ୍ତାରେ ଯାଉଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା କ୍ଷଣି ଚାଳକ ବସ୍‌ରୁ ଡେଇଁ ନିଜକୁ ରକ୍ଷା କରିଥିଲେ । ବ୍ୟାଟେରୀ ରୁ ସଟ୍ ସର୍କିଟ ହୋଇ ନିଆଁ ଲାଗିଥିବା ସନ୍ଦେହ କରାଯାଉ ଥିବା ବେଳେ ଅଗ୍ନିକାଣ୍ଡ କାହିଁକି ଘଟିଲା ତାହା ଜଣା ପଡି ନାହିଁ। ଏହି ବସ୍‌ଟି କାରଖାନା ଶ୍ରମିକଙ୍କୁ ନେବା ଆଣିବା କାର୍ଯ୍ୟରେ ନିୟୋଜିତ ହୋଇଥାଏ । ମାତ୍ର ଆଜି ଛୁଟି ଥିବାରୁ ବସ୍‌ଟି କୁଆଡେ ଯାଇ ନଥିବା ଜଣାପଡିଛି ।ବସ ରେ କେହି ଯାତ୍ରୀ ନଥିବାରୁ ବଡ଼ ଅଘଟଣା ରକ୍ଷା ମିଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories