Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଭଦ୍ରା ଯୋଜନାର ତୃତୀୟ କିସ୍ତି,ସମ୍ବଲପୁର ଜିଲ୍ଲାରୁ ପାଇଲେ ୨,୪୨,୦୭୪ ଜଣ ହିତାଧିକାରୀ

ସମ୍ବଲପୁର:ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟ ଜିଲ୍ଲାର ଜୟପୁର ଠାରେ ମହିଳାଙ୍କୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ କରିଛନ୍ତି । ଏହି ଅବସରେରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ସମ୍ବଲପୁର ମହାନଗର ନିଗମ ର ମିଳିତ ଆନୁକୁଲ୍ୟ ରେ ସ୍ଥାନୀୟ ସି.ଏସ.ବି ଜିଲ୍ଲା ସ୍କୁଲ ଠାରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ଓଡିଶା ସରକାର ରବିନାରାୟଣ ନାୟକ, ସମ୍ମାନିତ ଅତିଥି- ମାନ୍ୟବର କେନ୍ଦ୍ର ସରକାର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ନାଉରି ନାୟକ, ମାନ୍ୟବର ବିଧ।ୟକ ସମ୍ବଲପୁର ଙ୍କ ପ୍ରତିନିଧି ଅନିଲ ବେହେରା, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏସ.ଏ), ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ରେହାନ କ୍ଷେତ୍ରି(ଆଇଏଏସ), ଆଇଏଏସ ପ୍ରୋବେଶ୍ନର ସୁଭ୍ରା ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ) ସୁଧାଂଶୁ ଭୋଇ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ ପାତ୍ର, ଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ, ସୁଭଦ୍ରା ମା’, ଅଙ୍ଗନୱାଡ଼ି କର୍ମୀ, ମହିଳା ସ୍ୱେଚ୍ଛାସେବୀ, ଆଶା କର୍ମୀ ପ୍ରମୁଖ ଆଭାସୀ ମାଧ୍ୟମରେ ସମାରୋହ ରେ ଯୋଗ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ, ଓଡିଶା ସରକାର ରବିନାରାୟଣ ନାୟକ ଯୋଗଦେଇ ରାଖିପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଅଭିନଦନ ଜଣାଇ ସମସ୍ତଙ୍କର ଶୁଭକାମନା କରିଥିଲେ। ନିଜ ଅଭିଭାଷଣରେ ଆଜିର ଏହି ଶୁଭ ଅବସରରେ ଓଡିଶା ସରକାର ଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ଵ ସୁଭଦ୍ରା ଭଉଣୀ ମାନଙ୍କୁ ତୃତୀୟ କିସ୍ତି ପ୍ରଦାନ କରାଯାଉଛି ବୋଲି ସୂଚନା ଦେଇଥିଲେ।ବହୁ ସମସ୍ଯା ର ସମ୍ମୁଖୀନ ହୋଇ ମଧ୍ୟ ଆଜି ଆମ ସରକାର ଓଡିଶା ର ମା’ ଓ ଭଉଣୀ ମାନଙ୍କର ଦାୟିତ୍ଵ ତୁଲାଇପାରିଛି ବୋଲି ସେ କହିଥିଲେ। ମହିଳାଙ୍କ ମହିଳା ମାନଙ୍କର ଅଭିବୃଦ୍ଧି ପାଇଁ ସରକାର ସଦାସର୍ବଦା କାର୍ଯ୍ୟରତ ଅଛନ୍ତି, ସେଥିପାଇଁ ଆଗାମୀ ଦିନରେ ବଞ୍ଚିତ ଥିବା ପ୍ରାୟ ୨ ଲକ୍ଷ ମହିଳା ମାନଙ୍କୁ ସୁଭଦ୍ରା ଯୋଜନା ରେ ଅନ୍ତର୍ଭୁକ୍ତ କରାଇବାକୁ ଆମେ ଚେଷ୍ଟା କରୁଛୁ ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ।ନିଜ ବୁଦ୍ଧି ଲଗାଇ ଏହି ପୁଞ୍ଜି ର ଉଚିତ ବିନିଯୋଗ କରି ନିଜର ଆୟ ବଢାଇବାକୁ ସମସ୍ତ ମହିଳା ମାନଙ୍କୁ ଆହ୍ଵାନ ଦେଇଥିଲେ।କହିଥିଲେ ଏସଏଚଜି, ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପାୟୀ ଜିଙ୍କ କଳ୍ପନା ଥିଲା, ଯେଉଁ ସ୍ଵପ୍ନ ପ୍ରଥମେ ଭୈରବ ସିଂହ ଶେଖାବତ ଦେଖିଥିଲେ, କାରଣ ମହିଳା ମାନଙ୍କର ଉନ୍ନତି ହେଲେ ଦେଶର ଉନ୍ନତି ହେବ ବୋଲି ସେ ଭାବୁଥିଲେ, ସେହିପରି ଆଜିର ସରକାର ଙ୍କ ଆଭିମୁଖ୍ଯ ମଧ୍ୟ ମହିଳା ମାନଙ୍କର ଉନ୍ନତି, ସେମାନଙ୍କର ଅର୍ଥନୀତି କିପରି ସୁଦୃଢ କରିବା।ସୁଭଦ୍ରା ଯୋଜନାରେ ପ୍ରଦାନ କରାଯାଉଥିବା ସହାୟତାକୁ ପୁଞ୍ଜି ଭାବେ ବ୍ୟବହାର କରି ଛୋଟ ବଡ ବ୍ୟବସାୟ କିମ୍ବା କ୍ଲଷ୍ଟର ଆରମ୍ଭ କରିବପାଇଁ ମା’ ଓ ଭଉଣୀମାନଙ୍କୁ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ।ଆଗାମୀ ଦିନରେ ମହୁଲ କୁ ନେଇ କିପରି ଏକ କ୍ଲଷ୍ଟର ପ୍ରଡକ୍ଟ ଭାବେ ଗୋଟେ ବ୍ରାଣ୍ଡ ର ନାମ ପ୍ରଦାନ କରିବା ସେଥିପାଇଁ ଚେଷ୍ଟା କରିବାକୁ କହିଥିଲେ।ଯାହାପାଇଁ ଜିଲ୍ଲାପ୍ରଶାସନ, ଓରମାସ ଆପଣଙ୍କୁ ପୂର୍ଣ ସହାୟତା ପ୍ରଦାନ କରିବ।
ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏସ.ଏ) ମହିଳା ମାନଙ୍କୁ ସ୍ବାବଲମ୍ବୀ ହେବାକୁ ଓ ସୁଭଦ୍ରା ଅର୍ଥ ରାଶି କୁ ଉପଯୁକ୍ତ ବିନିଯୋଗ କରିବାକୁ ପର।ମର୍ଶ ଦେଇଥିଲେ ଓ ବିକଶିତ ଓଡିଶା ଓ ବିକଶିତ ଭରତ ଗଠନରେ ଭାଗୀଦାରୀ ହେବ ପାଇଁ ଉତ୍ସାହିତ କରିଥିଲେ । ସୂଚନାଯୋଗ୍ୟକି, ଆଜି ସମ୍ବଲପୁର ଜିଲ୍ଲାରୁ ସର୍ବମୋଟ ପ୍ରାୟ ୨ ଲକ୍ଷ ୪୨ ହଜାର ଜଣ ସୁଭଦ୍ରା ହିତାଧିକାରୀ ଅଛନ୍ତି, ସର୍ବମୋଟ ୨ ଲକ୍ଷ ୬୪ ହଜାର ଜଣ ଆବେଦନ କରିଥିଲେ ,ସେଥିମଧ୍ୟରୁ ପ୍ରାୟ ୨୨ ହଜାର ଆବେଦନ ପତ୍ର ଉପରେ କାର୍ଯ୍ୟକାରୀ ର ଚାଲିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।ଆଜି ଆମଜିଲ୍ଲା ସୁଭଦ୍ରା ଯୋଜନା ମାଧ୍ୟମରେ ୧୨୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଯୋଜନା ମାଧ୍ୟମରେ ପୁଞ୍ଜି ବିନିଯୋଗ କରି ଜଣେ ସୁଭଦ୍ରା ମା ଚା ଦୋକାନ କରିଛନ୍ତି ଆଗାମୀ ଦିନରେ ଆଉ ଗୋଟେ ଦୋକାନ ଖୋଲିବେ ବୋଲି ବୋଲି ଜିଲ୍ଲାପାଳ ସମସ୍ତଙ୍କୁ ଜଣାଇଥିଲେ।
ସୂଚନାଯୋଗ୍ୟକି, ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ଜିଲ୍ଲା ର ସ୍ଵୟଂ ସହାୟକ ଗୋଷ୍ଠୀ ଓ ସୁଭଦ୍ରା ଭଉଣୀ ମଞ୍ଚାସୀନ ଥିବା ଅତିଥି ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ।
ସ୍ୱେଚ୍ଛାସେବୀ ମାନେ ଯଥା ମୀରା ନେପା, ବିରାଞ୍ଚି କାଲୁଙ୍ଗ, ସୁଭାଷିନୀ ମୁଣ୍ଡା ଆଦି ଯୋଗ ଦେଇ ମହିଳା ମାନଙ୍କୁ ନିଜ ସୁଭଦ୍ରା ରୁ ପାଇ ଥିବା ରାଶି ରୁ ବ୍ୟବସାୟ ସଫଳ କରିଥିବାରୁ ନିଜର ଅଭିଜ୍ଞତା ଓ ସଫଳ କାହାଣୀ କହି ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏସ.ଏ) ସ୍ଵାଗତ ଅଭିଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଭୋଇ,ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories