Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନଚିକେତା ଆଦର୍ଶ ରେ ଅନୁପ୍ରାଣିତ ହୁଅ,ଜାଣିବା ଆଗ୍ରହ ବୃଦ୍ଧି କର।

ସମ୍ବଲପୁର:ପବ୍ଲିକ ଲାଇବ୍ରେରୀ ର ନିଜସ୍ୱ ପ୍ରେକ୍ଷାଳୟ ରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର ନିର୍ମାର୍ଣ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ଷୋଡଶ ସପ୍ତାହ ର ଶିକ୍ଷାଦାନ ସମାପନ ହୋଇଯାଇଛି।ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ପ୍ରଥମ ଅଧିବେଶନ ନୈତିକ ଶିକ୍ଷା ଆଧାରରେ ଉପନିଷଦ ଓ ଏଥିରେ ଥିବା ବିଭିନ୍ନ ନୈତିକ ଶିକ୍ଷା ଉପରେ ଆଲୋଚନା ଆରମ୍ଭ କରି ଇ.ବିଭୂତି ନାରାୟଣ ମାଝୀ ଉପନିଷଦ ରୁ ଆଦି ଶଙ୍କରାଚାର୍ଯ୍ୟ ଓ ନଚିକେତା ଙ୍କ ଉଦାହରଣ ଦେଇ ପିଲାଙ୍କୁ ନିଜର ମନ କୁ ଆୟତ୍ତ କରି ଭଲ ଦିଗରେ ବିନିଯୋଗ କରି ଜିଜ୍ଞାସୁ ଓ ସ୍ଥିତପ୍ରଜ୍ଞ ହେବାକୁ ଆହ୍ୱାନ ଦେଇଥିଲେ।
ଦ୍ଵିତୀୟ ଅଧିବେଶନ ରେ ଜୀବନୀ ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରି ବୁଢ଼ା ରଜା ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁମିତା ପତ୍ରୀ, ସାର ଆଇଯାକ ନିଉଟନ ଙ୍କ ତୃତୀୟ ନିୟମ ବୁଝେଇଥିଲେ। ପ୍ରତିକୂଳ ପରିସ୍ଥିତି ରେ ସେ କିପରି ଦୁନିଆଁ କୁ ଦେଇଥିବା ବିଭିନ୍ନ ଉପଯୋଗୀ ଉଦ୍ଭାବନ ବିଷୟ ରେ ପିଲାଙ୍କୁ ଅବଗତ କରିଥିଲେ। ଆରମ୍ଭରୁ
ଅନୌପଚାରିକ ଭାବେ ଡାକ୍ତର ଜୟଦେବ ମେହେର ଓ ତାଙ୍କ ସାଥି ସିଂଧୁସୂତା ପିଲାଙ୍କୁ ଯୋଗ ଶିକ୍ଷା ଦେଇଥିଲେ। ସଂଯୋଜକ ରାଜେନ୍ଦ୍ର ପଣ୍ଡା ସମସ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ବିଜୟ ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ।ଆଜି ଆଲୋଚନା ରେ ପ୍ରଶିକ୍ଷାର୍ଥୀ ଙ୍କ ମଧ୍ୟରୁ ଅଭିଜ୍ଞାନ,ଆଶୁତୋଷ,ଗୌର ବ,ବିଦୁଷୀ, ଜିତେନ୍ଦ୍ର,ରୀନା ଓ ରୁଦ୍ରାଅଂଶୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ବିଶିଷ୍ଟ ବ୍ୟକ୍ତି ଭାବେ ପ୍ରୋଫେସର ଶଙ୍କର ପତି ,ପ୍ରୋଫସର,ସେବକ ତ୍ରିପାଠୀ, ସମ୍ପାଦକ ରଘୁନାଥ ମିଶ୍ର,,ଅର୍ଜୁନ ପଣ୍ଡା, ଓ ଉଦିତ ପାଟଯୋଶୀ ପ୍ରମୁଖ ଉପସ୍ଥିତ ରହି ପିଲାଙ୍କୁ ପ୍ରୋତ୍ସାହିତ କରି ଥିଲେ ।
ଆଜିର କାର୍ଯ୍ୟକ୍ରମ ରେ ୧୮ ଟି ବିଦ୍ୟାଳୟ ରୁ ୪୨ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories