Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ

ସମ୍ବଲପୁର:ସ୍ଥାନୀୟ ଭୀମଭୋଇ ନଗରସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଛି I ଏହି ଉତ୍ସବରେ ମୁଖ୍ୟ ଅତିଥି ଆଇନଜୀବୀ ଜୟକୃଷ୍ଣ ବେହେରା ଯୋଗଦାନ କରିଥିଲେ !ରାକ୍ଷୀ ବାନ୍ଧିବା ପରେ ଶିଶୁ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବିଦ୍ୟାଳୟର ପରିଚାଳନା କମିଟିର ଉପସଭାପତି ଶିବଶଙ୍କର ନନ୍ଦ ଶିଶୁମାନଙ୍କୁ ମାର୍ଗଦର୍ଶକ କରିଥିଲେ |ରାଜ୍ୟ ଶିକ୍ଷକ ସଂଘର ସମ୍ପାଦକ ବବୃବାହନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ହେମନ୍ତ ପଣ୍ଡା,ହାସ୍ୟମୟୀ ବେହେରା, ଶୁଭଶ୍ରୀ ବଡ଼ପଣ୍ଡା,ସଂଯୁକ୍ତା ପାଢ଼ୀ, ସଞ୍ଜୟ ସାହୁ, ଗୀତା ମିର୍ଦ୍ଧା, ସଂଯୁକ୍ତା ମିଶ୍ର,ସଞ୍ଜୟ ସାହୁ,ବନିତା ସାହୁ ଓ ଅଭିଭାବକ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories