ସମ୍ବଲପୁର: ବିକାଶ ନାମରେ ଜୁଯୋମୁରା ବ୍ଲକ ଦୁର୍ନୀତି କାହାକୁ ଅଛପା ନୁହେଁ। ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ନିଜର ମନମର୍ଜୀ ଏକ ଜନହିତକର ଯୋଜନାରେ ଅଧିକାରୀ ମାନଙ୍କ ସ୍ୱାର୍ଥ ସାଧନ ଆଭିମୁଖ୍ୟ ପାଇଁ ଜୁଯୋମୁରାର ବିକାଶ ପଛକୁ ଫେରିଛି।ଯାହାକି ଅଧିକାରୀ ମାନଙ୍କ ଦକ୍ଷତା ଉପରେ ଲାଗିଛି ବଡ଼ ପ୍ରଶ୍ନ।
ଯୁଯୋମୁରା ବ୍ଲକର ୧୮ ଟି ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ କୋଠାଘର ଓ କାର୍ଯ୍ୟାଳୟ ନିର୍ମାଣ ପାଇଁ ଜୁଯୋମୁରା ପଞ୍ଚାୟତ ସମିତି ୧୪୨୩/୦୪.୦୭. ୨୦୨୫ ରେ ଟେଣ୍ଡର କଲ ବିଜ୍ଞାପନ ଦେଇଥିଲେ। ଏଥିରେ ସ୍ପଷ୍ଟ ଉଲ୍ଲେଖ ଥିଲା ରାଜ୍ୟ ସ୍ତରୀୟ ଗ୍ରେଡ଼ କ୍ଲାସ ରେଜେଷ୍ଟ୍ରିଭୁକ୍ତ ଠିକାଦାର ଏଥିରେ ଅଂଶ ଗ୍ରହଣ କରିବେ।ଅର୍ଥାତ ବ୍ଲକର ସମସ୍ତ ୧୮ ଟି ପଞ୍ଚାୟତରେ ୨୨, ୧୮, ୯୯୭ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଉଲ୍ଲେଖ କରାଯାଇଥିଲା। ଏଥିପାଇଁ ଠିକାଦାର ମାନେ ବିଡ ମଧ୍ୟ କିଣିଥିଲେ। ହେଲେ କିଏ ସବୁ କିଣିଥିଲେ ବା ଟେଣ୍ଡର ପକାଇଥିଲେ ତାହାର କୌଣସି ଉତ୍ତର ବ୍ଲକ ଅଧିକାରୀଙ୍କ ପାଖରେ ନାହିଁ। ବରଂ ଏହାକୁ ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପଞ୍ଚାୟତ ସମିତି ଅତି ତରବରିଆ ଭାବେ ୧୬୭୨/ତା. ୦୧.୦୮. ୨୦୨୫ ନୋଟିସ ମଧ୍ୟରେ ଏହାକୁ ବାତିଲ କରି ନିଜର ଅପାରଗତା ଓ ବିକାଶ ପରିଚଳନାରେ ନିଜର ଦକ୍ଷତା ନଥିବା ସ୍ପଷ୍ଟ କରିଛନ୍ତି।
ଅପର ପକ୍ଷରେ ଖବର କାଗଜରେ ଟେଣ୍ଡର ଆହ୍ୱାନ କରାଯାଇଥିଲା ଓ ବିଦ୍ଧିବଦ୍ଧ ଭାବେ ଏହାକୁ ଖୋଲାଯିବା ପରେ ଶେଷ ମୁହୂର୍ତ୍ତ ରେ ଏହାକୁ ବାତିଲ କରିବା ଠିକାଦାର ସଙ୍ଘ ନାପସନ୍ଦ କରିଛି। ବିକାଶର ବାଟ କୁ ବନ୍ଦ କରିବା ପାଇଁ ଏହା ଏକ ଷଡଯନ୍ତ୍ର ଥିଲା ବୋଲି ସଙ୍ଘ ଅଭିଯୋଗ ଆଣିଛି। ଏପରିକି ଏଥିରେ ଜିଲ୍ଲା ପରିଷଦ ର ହସ୍ତକ୍ଷେପ ଉପରେ ମଧ୍ୟ୍ୟ ପ୍ରଶ୍ନ ଉଠାଇଥିବା ବେଳେ ବ୍ଲକ ପ୍ରଶାସନ ହିଁ ସବୁର କାରଣ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ପଞ୍ଚାୟତ ସମିତି ଟେଣ୍ଡରକୁ କାର୍ଯ୍ୟକାରୀ କରିବାକୁ ବିଡ଼ିଓଙ୍କ ଅନୁପସ୍ଥିତି ରେ କିଛି ଠିକାଦାର ଏବିଡ଼ିଓ ଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ। ସେ ୭ ଦିନ ମଧ୍ୟରେ ପଦକ୍ଷେପ ନେବାକୁ କହିଥିବା ବେଳେ ଏହି ସମୟ ପୂର୍ବରୁ ଏହାକୁ ବାତିଲ କରି ଠିକାଦାର ମାନଙ୍କୁ ହରଡ଼ ଘଣାରେ ପକାଇଦେଇଥିବା ଅଭିଯୋଗ ହୋଇଛି। ବ୍ଲକରେ ଅଭିଜ୍ଞ କିରାଣୀ ନଥିବାରୁ ଅନଲାଇନ ଟେଣ୍ଡର ହୋଇ ପାରିନଥିବା ଓ ଅନଲାଇନ ଟେଣ୍ଡର ପାଇଁ ସରକାରଙ୍କ ମାର୍ଗ ଦର୍ଶିକା ଥିବା ବେଳେ ବ୍ଲକ ପ୍ରଶାସନ କାହା ସ୍ୱାର୍ଥ ରେ ଏଭଳି ଟେଣ୍ଡର ପ୍ରକାଶ କରି ଜୁଯୋମୁରା ବିକାଶକୁ ପଛକୁ ଠେଲି ଦେଇଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ। ଏପରିକି ଏହା ବିରୁଦ୍ଧରେ ଠିକାଦାର ମାନେ ଉଚ୍ଚ ନ୍ୟାୟାଳର ଆଶ୍ରୟ ନେବେ ବୋଲି ସଙ୍ଘର ସୁରେନ୍ଦ୍ର ସାଏ ବେହେରା (ମୁନୁ) ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏସମ୍ପର୍କରେ ବିଡ଼ିଓ ରାଜେଶ ଏକ୍କା ଙ୍କୁ ତାଙ୍କ ଫୋନ ନମ୍ବର ୭୭୫୦୮୯୭୬୭୦ ରେ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିବା ବେଳେ ସେ ଫୋନ ଉଠାଇନଥିଲେ କି, ପରବର୍ତ୍ତୀ ସମୟରେ ଫୋନ ମଧ୍ୟ କରିନଥିଲେ। ଫଳରେ ଏବିଡ଼ିଓ ଙ୍କୁ ପଚାରିବାରୁ ସେ କହିଲେ ଯିଏ ଟେଣ୍ଡର ଡାକିଥିଲା ସିଏ ବାତିଲ କରିଛି, ଏଥିରେ କୌଣସି ଆଲୋଚନା କରାଯିବ ନାହିଁ।
ସୂଚନା ଯୋଗ୍ୟ ଯେ, ଏହି ବିବାଦୀୟ ଘଟଣାରେ ଟେଣ୍ଡର ଫିକ୍ସି କରିଥିବା ନେଇ ସାଂଘାତିକ ଅଭିଯୋଗ ଗଣମାଧ୍ୟମରେ ଆସିବା ପରେ ବ୍ଲକ ପ୍ରଶାସନ ଅନ୍ୟ ମୁଣ୍ଡରେ ଦୋଷ ଲଦି ନିଜକୁ ରକ୍ଷା କରିବାକୁ ପ୍ରୟାସ କରୁଛନ୍ତି। କିଛି ନେତା,ଠିକାଦାର ଓ ବ୍ଲକ ଅଧିକାରୀ, କର୍ମଚାରୀଙ୍କ ସହ ସେଟିଂ କରି ଏଭଳି କରିଥିବା ଅଭିଯୋଗ ହୋଇଛି। ଟେଣ୍ଡର ଆହ୍ବାନ ଥିବା ମୂଲ୍ୟକୁ ଆଧାର କରି ମୋଟା ଅଙ୍କର ପିସି କାରବାର ହୋଇଥିବା ନେଇ ଆଲୋଚନା ହୋଇଛି । ପ୍ରତି ପ୍ରକଳ୍ପ ପିଛା ୩ ଲକ୍ଷ ଟଙ୍କା ହିସାବରେ ପ୍ରାୟ ୫୫ ଲକ୍ଷ ଟଙ୍କା କାରବାର ପଛରେ କିଏ ରହିଥିଲା ତାହାର ଅନୁସନ୍ଧାନ ହେଲେ ଜୁଯୋମୁରା ବ୍ଲକ ଦୁର୍ନୀତିର ଅସରନ୍ତି ଭଣ୍ଢାର ଠାବ ହୋଇପାରିବ ବୋଲି କୁହାଯାଉଛି।
ଜିଲ୍ଳାର ଅନ୍ୟ ବ୍ଲକରେ ଏହି ଯୋଜନାରେ ଟେଣ୍ଡର ଅନଲାଇନରେ ହୋଇଥିବା ବେଳେ ଯୁଯୁମୁରା ବ୍ଲକରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅଫିସରୁ ମଧ୍ଯ ଅନଲାଇନ୍ ଟେଣ୍ଡର କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ବ୍ଲକ୍ ପ୍ରଶାସନ ସରକାରୀ ନିୟମକୁ ପାଳନ କରି ନାହାନ୍ତି।
ଯୁଯୋମୁରା ଜିପିଏଲଏଫ ବିକାଶରେ ପଡିଲା ତାଲା, ଟେଣ୍ଡର ଡାକି ବାତିଲ କଲେ ଅଧିକାରୀ
