Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟସ୍ତରୀୟ ମେଗା ଅଟଳ ଟିଙ୍କରିଂ ଦିବସ ପାଳିତ

ସମ୍ବଲପୁର:ଆଜି ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟରେ ମେଗା ଟିଙ୍କରିଂ ଦିବସ ପାଳିତ ହୋଇଯାଇଛି।ନୀତି ଆୟୋଗ ଏବଂ ଅଟଳ ଇନୋଭେସନ୍ ମିଶନ୍ ଆନୁକୁଲ୍ୟରେ ଆୟୋଜିତ ତଥା ସମଗ୍ର ରାଜ୍ୟରୁ ନିର୍ବାଚିତ ତିନୋଟି ଉଚ୍ଚ ବିଦ୍ୟାଳୟ ମଧ୍ୟରେ ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥାନ ପାଇବାରେ ଗୌରବ ଅର୍ଜନ କରିଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁମିତା ପତ୍ରୀଙ୍କ ଦିଗଦର୍ଶନରେ ଆଭାସୀ ବ୍ଯବସ୍ଥାରେ ଆୟୋଜିତ ଏହି କର୍ମଶାଳାରେ ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ଅଟଳ ଟିଙ୍କରିଂ ଲେବୋରେଟୋରୀ ସହିତ ସଂଶ୍ଳିଷ୍ଟ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଏକ ଭେକୁମ୍ କ୍ଲିନର୍ ନିର୍ମିତ ହୋଇ ପ୍ରଦର୍ଶିତ ହୋଇଥିଲା।ଏହି ନିଜେ ନିଜେ କର (Do it yourself)କାର୍ଯ୍ୟକ୍ରମକୁ ଅଟଳ ଇନ୍କ୍ଯୁବେସନ୍ ସେଣ୍ଟର,ନାଳନ୍ଦାରୁ ଆସିଥିବା ଶ୍ରୀ ଅବିନାଶ କୁମାର ବେହେରା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସହଯୋଗ କରିଥିଲେ ଏବଂ ବିଜ୍ଞାନ ଶିକ୍ଷୟିତ୍ରୀ ଜୟନ୍ତୀ ହୋତା,ଧନ୍ଦାମୂଳକ ଶିକ୍ଷା ବିଭାଗର ପ୍ରଶିକ୍ଷିକା ଦେବଶ୍ରୀ ଦେହୁରୀ ଓ ପ୍ରଶିକ୍ଷକ ସୁବ୍ରତ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମର ବ୍ଯବସ୍ଥା ଓ ସହାୟତା କରିଥିଲେ।ଏଠାରେ ସୂଚେଇ ଦିଆଯାଏ ଯେ, ଏହି ଜାତୀୟ କାର୍ଯ୍ୟକ୍ରମରେ ସମଗ୍ର ଦେଶରୁ ପ୍ରତ୍ୟେକ ରାଜ୍ୟରୁ ଦୁଇରୁ ତିନିଜଣ ଲେଖାଏଁ ବିଦ୍ୟାଳୟ ଯୋଗଦାନ କରିବାର ସୁଯୋଗ ଲାଭ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories