Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ପୋଲିସ ପକ୍ଷରୁ ମହାବିଦ୍ୟାଳୟରେ ଆତ୍ମହତ୍ୟା ରୋକିବା ଦିଗରେ ଏକ ସଚେତନତା କାର୍ଯ୍ୟକ୍ରମ

ଜମନକିରା : ଜମନକିରା ପୋଲିସ ପକ୍ଷରୁ ଆଜି ସଦର ମହକୁମା ସ୍ଥିତ ଯୁକ୍ତ ୨ ମହାବିଦ୍ୟାଳୟରେ ଆତ୍ମହତ୍ୟା ଆତ୍ମାହୁତି ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆଜି ଅପରାହ୍ନ ସାଢେ଼ ୧୨ ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବକୀ ନାଏକ, ସିଡ଼ିପିଓ ମମତା ପଟେଲ, କଲେଜ ପିଇଟି ରଞ୍ଜନ ମହାକୁଲ, ସିଆରସିଶି ଆନନ୍ଦ ସାହୁ ପ୍ରମଖ ମଞ୍ଚାସିନ ଥିଲେ। ମଣିଷ ଜନ୍ମ ଏକ ଦୁର୍ଲଭ ଜନ୍ମ। ଅନେକ ତପସ୍ୟା କଲେ ଜଣେ ଆତ୍ମା ମଣିଷ ଜନ୍ମ ପାଇଥାଏ। ମଣିଷର ଚିନ୍ତନ, ମନନ, ବିବେକ ଭଳି ଶକ୍ତି ରହିଛି। ଭାବିବାର ଶକ୍ତି ରହିଛି। ଧର୍ଯ୍ୟହରା ନହୋଇ ଆତ୍ମହତ୍ୟା, ଆତ୍ମାହୁତି ଭଳି କାର୍ଯ୍ୟ କରିବା ପାପ କାମ, ଏହା ଏକ ଘୃଣ୍ୟ କାମ ଅଟେ। ଏଣୁ ଏଭଳି କାମରୁ ନିବୃତ୍ତି ରହିବା ନିହାତି ଆବଶ୍ୟକ। ଜଣେ ଆତ୍ମହତ୍ୟା କରିବା ପୂର୍ବରୁ ଅନେକ ସୂଚନା ଆଖ ପାଖ ସାଙ୍ଗ, ସାଥୀ ସାହି ପଡିଶା ପାଖରେ ସୂଚନା ରଖିଥାଏ। ସେହି ସୂଚନା କୁ ସମୀକ୍ଷା କରି ସନ୍ତର୍ପଣରେ ତାକୁ ସହଯୋଗ କରି ତାର ଜୀବନ ରକ୍ଷା କରିବା ହିଁ ପ୍ରକୁତ୍ ସାଥୀ କୁହା ଯିବ ବୋଲି ମଞ୍ଚାସିନ ଅତିଥିଗଣ ତାଙ୍କ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମକୁ ଥାନା ଅଧିକାରୀ ପଦ୍ମାଳୟା ସାହୁ ପରିଚାଳନା କରିଥିବା ବେଳେ ଏସଆଇ ସନ୍ତୋଷ ସ୍ୱାଇଁ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ମହାବିଦ୍ୟାଳୟର ସହକାରୀ ଶିକ୍ଷକ ଭାବଗ୍ରାହୀ ବାଗେ ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories