Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ବିଭାଜନ ବିଭୀଷିକା ସ୍ମୃତି ଦିବସ

ସମ୍ବଲପୁର:କୁଚିଣ୍ଡା ନିର୍ବାଚନ ମଣ୍ଡଳୀର କୁସୁମୀ ଗ୍ରାମପଞ୍ଚାୟତ ବଜାର ପ୍ରାଙ୍ଗଣରେ ଆଜି ଭାରତ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ ହୋଇଯାଇଛି।ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଲ୍ ଖଟେଇ, ଜିଲ୍ଲା ସାଧାରଣ ସମ୍ପାଦକ ସୁଶୀଲ କୁମାର କର, ବରିଷ୍ଠ ନେତା ନମ୍ରସ କାନ୍ତ ପଟ୍ଟନାୟକ, ଓ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ କେନ୍ଦ୍ର ସମାଜ ସଂସ୍କାର ବିଭାଗର ପ୍ରମୁଖ ଭୁବନେଶ୍ୱର ବେହେରା ପ୍ରମୁଖ ଅତିଥି ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଚୂଡ଼ାମଣି ମାକର ସଭା ପରିଚାଳନା କରିଥିଲେ ଓ ଜିଲ୍ଲା ସମ୍ପାଦକ ବିଭୂତି କଲ୍ୟାଣ ପଟେଲଙ୍କ ଧନ୍ୟବାଦ ଦେଇଥିଲେ।
୧୯୪୭ମସିହା ଅଗଷ୍ଟ ୧୪ ତାରିଖ ଦିନ ପ୍ରାୟ ୭୮ ବର୍ଷ ପୂର୍ବରୁ ଭାରତ ର ବିଭାଜନ ହୋଇଥିଲା, ଯାହା ପରାଧୀନ ଭାରତ ପାଇଁ ଏକ ଅତ୍ୟନ୍ତ ବିଭୀଷିକା ସମ୍ପର୍କୀୟ ଘଟଣା ଥିଲା। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ସେ ସମୟର ଦୁଃଖଦ ଘଟଣାମାନଙ୍କୁ ଆଲୋଚନା କରିବା, ସମ୍ପ୍ରତି ଦିନର ମହତ୍ତ୍ୱକୁ ବୁଝିବା ଏବଂ ପରବର୍ତ୍ତୀ ପିଢ଼ୀଙ୍କୁ ଏହାର ସମ୍ୟକ୍ ଧାରଣା ଦେବା ସହ ଦେଶ ପ୍ରେମ କୁ ଅଟୁଟ ରଖିବା ପାଇଁ ଆଲୋଚନା ହୋଇଥିଲା l
ଭାରତ ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଆମେ ଏହାର ମାନବତା ବିହୀନ ଦୁଃଖ ଓ ସଂଘର୍ଷକୁ ସ୍ମରଣ କରୁଛୁ, ଯାହାକି ଭବିଷ୍ୟତ ପାଇଁ ଶାନ୍ତି, ସମ୍ମାନ ଓ ସମୃଦ୍ଧି ର ସଂକେତ ହେବ ବୋଲି ସଭାରେ ଗୁରତ୍ୱ ଦିଆଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories