Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖୁସି କେୟାର ହସ୍ପିଟାଲ ଉଦଘାଟିତ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପକନାଗାଁ ଠାରେ ଆଜି ଖୁସି କେୟାର ହସ୍ପିଟାଲ ନାମକ ଏକ ଘରୋଇ ଚିକିତ୍ସା କେନ୍ଦ୍ର କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଧା କାରୀ ଡାକ୍ତର ସନ୍ତୋଷ କୁମାର ପାଢ଼ୀ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଅନୁଷ୍ଠାନ ଦ୍ୱାରା ଗରିବ ଲୋକ ମାନଙ୍କୁ ସଠିକ ସେବା ଯୋଗାଇଦେବାକୁ ଡାକ୍ତର. ପାଢ଼ୀ ପରାମର୍ଶ ଦେଇଛନ୍ତି। ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ସଂସ୍ଥା ର ମାଲିକ ସୁକାନ୍ତ କୁମାର ପରିଡା, ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ପ୍ରଧାନ ଫିଲମୋହନ ନାୟକ, ଅଜିତ ମହାରଣା, ଶିବାନନ୍ଦ ପଟନାୟକ, ରମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏଥି ସହିତ ବିଭିନ୍ନ ବିଭାଗୀୟ ବିଶେଷଜ୍ଞ, ହସ୍ପିଟାଲ କର୍ମଚାରୀ ଓ ସହଯୋଗୀ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ୧୮ଟି ଶଯ୍ୟା ବ୍ୟବସ୍ଥା ଥିବାବେଳେ ଏକ୍ସରେ, ଅଲଟ୍ରା ସାଉଣ୍ଡ ଓ ବିଭିନ୍ନ ରୋଗ ନିରୂପଣ ବ୍ୟବସ୍ଥା ରହିଛି। ଓଡିଶା ବିଭିନ୍ନ ସ୍ଥାନରୁ ବିଶେଜ୍ଞ ଆସି ଏଠାରେ ଚିକିତ୍ସା କରିବା ବ୍ୟବସ୍ଥା କରାଯାଇଛି। ଆସନ୍ତା ସେପ୍ଟେମ୍ବର ମାସ ପହିଲା ରୁ ଏଠାରେ ରୋଗୀସେବା ଆରମ୍ଭ ହେବ ବୋଲି ସଂସ୍ଥା ର ମାଲିକ ଶ୍ରୀ ପରିଡା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories