ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ଠାରେ ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନ ର ଉପ ସଭାପତି ସୌମିତ୍ରୀ ମେହେର ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ସଦସ୍ୟ ମାନଙ୍କୁ ସମ୍ବୋଧନ କରି ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ପଶ୍ଚିମ ଓଡିଶାର ଅବଦାନ ଓ ତହିଁରେ ସୋନପୁରର ସ୍ଥାନ ସଂପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନ ର ସଦସ୍ୟ ଚମରା ମହାକୁର ଙ୍କୁ ଶ୍ରେଷ୍ଠ ସ୍ବେଚ୍ଛାସେବୀ ହିସାବରେ ପୁରସ୍କୃତ କରା ଯାଇଥିଲା । ଜାତୀୟ ପତାକା ତଳେ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ବାସୁଦେବ ପଣ୍ଡା , ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ , ସମ୍ପାଦକ ସନ୍ତୋଷ ଷଡ଼ଙ୍ଗୀ , ଗୋପୀନାଥ ମହାକୁର , କୋଷାଧ୍ୟକ୍ଷ ଦୟାନିଧି ହୋତା , ଧନୁ ପଧାନ , ଅକ୍ଷୟ ମିଶ୍ର , ଡ.ଦ୍ବିତୀକୃଷ୍ଣ ପଣ୍ଡା , ରାଧେଶ୍ୟାମ ରାଏ , ଜୟଦେବ ସାହୁ , ଶ୍ୟାମ ସୁନ୍ଦର ସେଠୀ , ଦିଲ୍ଲୀପ ମିଶ୍ର , ରମେଶ ପଣ୍ଡା , ସୁରେନ୍ଦ୍ର ହୋତା , ସୁଦର୍ଶନ ପଣ୍ଡା , ସତ୍ୟ ନାରାୟଣ ନାୟକ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ , ନାରାୟଣ ନାୟକ, ନିତ୍ୟାନନ୍ଦ ତ୍ରିପାଠୀ , ଜ୍ଞାନେନ୍ଦ୍ର ତ୍ରିପାଠୀ , ଧନୁ ପ୍ରଧାନ, ଦିଲ୍ଲୀପ କୁମାର ତ୍ରିପାଠୀ , କୃଷ୍ଣ ଚନ୍ଦ୍ର ମଲ୍ଲିକ , ଶ୍ୟାମ ଗୋପାଳ ହୋତା , ତ୍ରିନାଥ ମିଶ୍ର , ପ୍ରଶାନ୍ତ ସେଠୀ , ଜମ୍ବେଶ୍ଵର ପ୍ରଧାନ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ ।
ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଉଡ଼ିଲା ତ୍ରିରଙ୍ଗା
