Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଘପାଳ ପଞ୍ଚାୟତରେ ସ୍ୱାଧୀନତା ଦିବସ : ମହାତ୍ମା ଗାନ୍ଧୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ସ୍କୁଲ ପିଲାଙ୍କୁ ଉପହାର

ସମ୍ବଲପୁର:ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମେଘପାଳ ପଞ୍ଚାୟତରେ ଅଭିନବ ଭାବରେ ୭୯ ତମ ସ୍ୱାଧୀନତା ଦିବସ ପାଳନ ହୋଇଛି। ପୂର୍ବ ବର୍ଷପରି ଚଳିତ ବର୍ଷ ମଧ୍ୟ ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିବା ଶିକ୍ଷାର୍ଥୀଙ୍କୁ ସ୍କୁଲ ବ୍ୟାଗ, ପାଣିବୋତଲ ଓ ଟିଫିନ ବାକ୍ସ ଭଳି ଉପହାର ଦେଇ ସରକାରୀ ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି କରାଯିବା ସହିତ ପଞ୍ଚାୟତ ପରିସରରେ ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇ ପଞ୍ଚାୟତ ଆଉ ଏକ ଆଦର୍ଶ ସୃଷ୍ଟି କରିଛି।

ଆୟୋଜିତ ଉତ୍ସବରେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ପ୍ରତିମୂର୍ତ୍ତି ଲୋକାର୍ପିତ କରିଥିବା ବେଳେ ପ୍ରାଥମିକ ଶ୍ରେଣୀରେ ପ୍ରବେଶ କରିଥିବା ପଞ୍ଚାୟତର ସମସ୍ତ ଶିକ୍ଷାର୍ଥୀଙ୍କୁ ଉପହାର ପ୍ରଦାନ କରିଥିଲେ। ସରପଞ୍ଚ ମମତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମିତିସଭ୍ୟା ଲିଳିମା ଧରୁଆ, ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ, ବାହାମ ସମିତିସଭ୍ୟ ପ୍ରଫୁଲ୍ଲ ମଗର ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ପଞ୍ଚାୟତର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଶିକ୍ଷାର୍ଥୀ ମାନଙ୍କ ଗହଣରେ ସରପଞ୍ଚ ଶ୍ରୀମତୀ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ।

ଆୟୋଜିତ ସଭାରେ ପଞ୍ଚାୟତର ନାଏବ ସରପଞ୍ଚଙ୍କ ସହିତ ସମସ୍ତ ୱାର୍ଡମେମ୍ବର, ପଞ୍ଚାୟତ କର୍ମଚାରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories