ସମ୍ବଲପୁର:ଜିଲ୍ଲା ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ପାଳନ


ସମ୍ବଲପୁର: ସମ୍ବଲପୁର ରେ ଜିଲ୍ଲା ସ୍ତରୀୟ, ୭୯ ତମ ସ୍ୱାଧୀନତା ଦିବସ ରିଜର୍ଭ ପୁଲିସ ଗ୍ରାଉଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସ୍ୱାଧୀନତା ଦିବସର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରି ଉପସ୍ଥିତ ଜନତାକୁ ଉଦବୋଧନ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପୂଜାରୀ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମ ରେ ସମ୍ବଲପୁର ମାଟିର ସଂଗ୍ରାମୀ ମଦନ ମୋହନ ମିଶ୍ର, ଲକ୍ଷ୍ମୀ ନାରାୟଣ ମିଶ୍ର, ଭାଗୀରଥି ମିଶ୍ର, ଧରଣୀଧର ମିଶ୍ର, ଚନ୍ଦ୍ରଶେଖର ବେହେରା, ଭାଗୀରଥି ପଟ୍ଟନାୟକ, ନୃସିଂହ ଗୁରୁ, ଡାକ୍ତର ରାମଚନ୍ଦ୍ର ମିଶ୍ର, ପ୍ରହଲ୍ଲାଦ ରାଏ ଲାଠ୍‌, ବୋଧରାମ ଦୁବେ, ମହନ୍ତ ବିହାରୀ ଦାସ, ବୀରସୁରେନ୍ଦ୍ର ସାଏ, ପ୍ରଭାବତୀ ଦେବୀ ଓ ପାର୍ବତୀ ଗିରି ଇତ୍ୟାଦିଙ୍କ ଅପୂର୍ବ ତ୍ୟାଗ, ବଳିଦାନ, ମୂଲ୍ୟବୋଧ ର କାହାଣୀ ମନ୍ତ୍ରୀ ମହୋଦୟ ଅବଲୋକନ କରିଥିଲେ।ଏହାପରେ ମାନ୍ୟବର ମନ୍ତ୍ରୀ ସମ୍ବଲପୁରୀ ହସ୍ତତନ୍ତ, ସମ୍ବଲପୁରୀ ଲୋକନୃତ୍ୟର ଆଦର ସାରା ବିଶ୍ୱରେ ପରିବ୍ୟାପ୍ତ ହୋଇଛି ଏବଂ ସମ୍ବଲପୁରୀ ନୃତ୍ୟଶିଳ୍ପୀ ଓ ହସ୍ତତନ୍ତ ଶିଳ୍ପୀ ସର୍ବଭାରତୀୟ ସ୍ତରରେ ସମ୍ମାନିତ ହୋଇଛି ବୋଲି କହିଥିଲେ। କେବଳ ସେତିକି ନୁହେଁ ବରଂ ଡାଲଖାଇ, କରମା, ହୁମ-ବଉଲି ଇତ୍ୟାଦି ନୃତ୍ୟରେ ସମ୍ବଲପୁର ମାଟିର କଳା, ସଂସ୍କୃତି ସାରା ବିଶ୍ବ ରେ ପ୍ରସ୍ପୁଟିତ ହେଉଛି । ସମ୍ବଲପୁରର ବିଭିନ୍ନ ଉତ୍ସବାନୁଷ୍ଠାନ ପଞ୍ଚବାଦ୍ୟରେ ମୁଖରିତ ହେଉଛି ।
। ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠ, ହୁମାର ବକ୍ର ମନ୍ଦିର, ପାଟଣେଶ୍ୱରୀ ମନ୍ଦିର ଆଦିକୁ ନେଇ ସମ୍ବଲପୁର ମନ୍ଦିରମାଳିନୀ ହୋଇପାରିଛି । ଏହା ବ୍ୟତୀତ ଘଣ୍ଟେଶ୍ୱରୀ ମନ୍ଦିର ବିଶେଷ ପ୍ରାଧାନ୍ୟ ଲାଭ କରିଛି । ହୀରାକୁଦ ବନ୍ଧ ବିଶ୍ୱର ଅନ୍ୟତମ ଦୀର୍ଘତମ ବନ୍ଧ ଭାବରେ ଜାତୀୟ ମାନଚିତ୍ରରେ ସ୍ଥାନ ପାଇଛି ବୋଲି ସୂଚନା ଦେଇଥିଲେ । ଗୁଦ୍‌ଗୁଦା ଭଳି ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଛି ।

ସ୍ୱାତନ୍ତ୍ର୍ୟ ଅର୍ଜନ କରିଥିବା ଶୀତଳ ଷଷ୍ଠୀ ପରି ଭାଇଜୀଉନ୍ତିଆ ଓ ପୁଅଜୀଉଁନ୍ତିଆ ପର୍ବରେ ଭାଇଚାରା ଓ ଆତ୍ମୀୟତା ମିଶି ରହିଛି । ଗଣପର୍ବ ନୂଆଖାଇ ସଂପ୍ରୀତି ଓ ସଦ୍‌ଭାବନାର ବାର୍ତ୍ତା ପ୍ରଚାର କରିଚାଲିଛି । ‘ସୁଭଦ୍ରା’ ଯୋଜନାରେ ୧ କୋଟିରୁ ଅଧିକ ମହିଳା ଉପକୃତ ହୋଇଛନ୍ତି । ‘ଲକ୍ଷପତି ଦିଦି’ ସୃଷ୍ଟିରେ ଓଡ଼ିଶା ସାରା ଦେଶରେ ସବୁଠୁ ଆଗରେ ରହିଛି । ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନାରେ ଗରିବ ଝିଅଙ୍କ ବିବାହ ପାଇଁ ସ୍ୱତନ୍ତ୍ର ସହାୟତା ରାଶି ପ୍ରଦାନ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ । ଓଡ଼ିଶାର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା, ଆତ୍ମରକ୍ଷା ଓ ସଶକ୍ତିକରଣ ସୁନିଶ୍ଚିତତା ପାଇଁ ‘ଶକ୍ତିଶ୍ରୀ’ ଭଳି ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଥିଲେ ।

ସମୃଦ୍ଧ କୃଷକ ଯୋଜନାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କାର ଅତିରିକ୍ତ ସହାୟତା ଆମ ସରକାର ପ୍ରଦାନ କରିଛନ୍ତି । ଲୋକଙ୍କ ସରକାର ଧାନ କ୍ୱିିଣ୍ଟାଲ ପିଛା ୩୧୦୦ ଟଙ୍କାରେ କ୍ରୟ କରିବା ପାଇଁ କଥା ଦେଇ କଥା ରଖିଛନ୍ତି । ୨୦୩୬ ସୁଦ୍ଧା ରାଜ୍ୟର ସମସ୍ତ କୃଷକଙ୍କୁ ସମବାୟ ଅଧୀନରେ ଆଣିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ ବୋଲି ସେ କହିଥିଲେ । ସମସ୍ତ ସବ୍‌ଡିଭିଜନ୍‌ରେ ଶୀତଳ ଭଣ୍ଡାର ଓ ଶୀତଳ ଗୃହ ପ୍ରତିଷ୍ଠା ନିମନ୍ତେ ମାର୍ଗଦର୍ଶିକା ଜାରି ହୋଇଛି ବୋଲି ସେ ପ୍ରକାଶ କରିଥିଲେ ।
କ୍ରୀଡା କ୍ଷେତ୍ରକୁ ପ୍ରୋତ୍ସାହିତ କରୁଛି ‘ସିଏମ୍‌ ଟ୍ରଫି’ । ‘ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ରେ ୩ ଲକ୍ଷ ଯୋଗ୍ୟ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ପ୍ରଦାନ କରାଯାଉଛି । ପ୍ରାଥମିକ ଶିକ୍ଷାର ଭିତ୍ତିଭୂମିକୁ ସଜାିବା ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆସିଛି । ଆମେ ରାଜ୍ୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନୂତନ ଶିକ୍ଷା ନୀତି-୨୦୨୦ ରାଜ୍ୟରେ ଲାଗୁ କରିଛୁ । ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ୨୦୨୫-୨୬ ବର୍ଷରେ ୯ ହଜାର କୋଟି ଟଙ୍କା ବ୍ୟୟ ହେବ । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ୧୮ଟି ପାରମ୍ପରିକ ବୃତ୍ତିର ୮୦ ହଜାରରୁ ଅଧିକ ହିତାଧିକାରୀ ପ୍ରଶିକ୍ଷଣ ନେଇ ଜୀବନ-ଜୀବିକାକୁ ସମୃଦ୍ଧ କରିଛନ୍ତି । ଓଡ଼ିଶାବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହୋଇଛି । ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ‘ଉତ୍ତର ଓଡ଼ିଶା ବିକାଶ ପରିଷଦ’ ଓ ‘ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ’ ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଆଗାମୀ ଦିନରେ ସେମିକଣ୍ଡକଫର ଉତ୍ପାଦନ ଓ ଫ୍ୟାବ୍ରିକେସନ୍‌ କ୍ଷେତ୍ରରେ ଓଡ଼ିଶାକୁ ପ୍ରମୁଖ କେନ୍ଦ୍ର ଭାବେ ଗଠନ କରିବା ଲକ୍ଷ୍ୟ ରହିଛି ।ଉତ୍କର୍ଷ ଓଡ଼ିଶା- ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ୫୯୩ଟି ପ୍ରକଳ୍ପ ପାଇଁ ୧୬.୭୩ ଲକ୍ଷ କୋଟି ଟଙ୍କାର ନିବେଶ ସୁଯୋଗ ମିଳିଛି । ୧୩ ଲକ୍ଷରୁ ଅଧିକ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସମ୍ଭାବନା ମଧ୍ୟ ସୃଷ୍ଟି କରିଛି ।
ରାଜସ୍ୱ ଓ ବିପର୍ଯ୍ୟାୟ ପରିଚାଳନା କ୍ଷେତ୍ରରେ ସରକାର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ବସୁନ୍ଧରା ଯୋଜନା ଅଧୀନରେ ୧୬,୭୨୭ ବାସଗୃହହୀନ ପରିବାରକୁ ଘରବାରି ପଟ୍ଟା ପ୍ରଦାନ କରାଯାଇଛି । ଗ୍ରାମକଣ୍ଠ ପରମ୍ବୋକ ଅଧୀନରେ ୧୭,୧୪୧ ପରିବାରକୁ ପଟ୍ଟା ପ୍ରଦାନ କରାଯାଇଥିବାବେଳେ ୨୦,୩୮୫ ସରକାରୀ ଏବଂ ସରକାରୀ ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନକୁ ପଟ୍ଟା ଦିଆଯାଇଛି । ୩୮୫ ହୀରାକୁଦ ନଦୀବନ୍ଧ ବିିସ୍ଥାପିତଙ୍କୁ ମଧ୍ୟ ଘରବାରି ପଟ୍ଟା ପ୍ରଦାନ କରାଯାଇଛି । ଜମିଜମା ରେକର୍ଡର୧୦୦% କମ୍ପୁଟରୀକରଣ ସାଙ୍ଗକୁ ମାନଚିତ୍ର ଡିଜିଟାଇଜେସନ୍‌, ପଟ୍ଟା ସହିତ ଲିଙ୍କ୍‌ ହୋଇଥିବା କ୍ୟାଡାଷ୍ଟ୍ରଲ୍‌ ମାନଚିତ୍ର କାର୍ଯ୍ୟ ସମ୍ପୂର୍ଣ, ଭୂ-ରେକର୍ଡ ସହିତ ଉପନିବନ୍ଧକ କାର୍ଯ୍ୟାଳୟ ଏବଂ ରାଜସ୍‌ କାର୍ଯ୍ୟାଳୟ ସହିତ ଉପନିବନ୍ଧକ କାର୍ଯ୍ୟାଳୟର କମ୍ପ୍ୟୁଟର ସଂଯୋଗୀକରଣ ଆଦି କାର୍ଯ୍ୟ ସଂପନ୍ନ ହୋଇଛି । ଉତ୍ତରାଧିକାରୀ ସଂଶୋଧନ ପାଇଁ ସମସ୍ତ ତହସିଲରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇ ୪,୦୧,୮୪୬ ପଟ୍ଟା ସର୍ଭେ ସହ ଉତ୍ତରାଧିକାରୀ/ଆଇନଗତ ଉତ୍ତରାଧିକାରୀଙ୍କ ୮୬,୭୨୪ ପଟ୍ଟା ସଂଶୋଧନ କରାଯାଇଛି ।ଗତ ଏକ ବର୍ଷ ମଧ୍ୟରେ ୩୬୨ଗ୍ରାମକୁ ନୂତନ ରାଜସ୍ୱ ଗ୍ରାମ ଭାବେ ଘୋଷଣା କରାଯାଇଛି । ଅବଶିଷ୍ଟ ଚିହ୍ନଟ ଯୋଗ୍ୟ ଗ୍ରାମଗୁଡ଼ିକୁ ଖୁବ୍‌ ଶୀଘ୍ର ନୂତନ ରାଜସ୍ୱ ଗ୍ରାମ ଭାବରେ ଘୋଷିତ କରାଯିବ ।
ସହରାଂଚଳ ରେଭୂ-ସ୍ଥାନିକ ଜ୍ଞାନ ଆଧାରିତ ଭୂମି ସର୍ବେକ୍ଷଣ ପାଇଁ ନକ୍ସା ଯୋଜନା ଆରମ୍ଭ ହୋଇଛି ଏବଂ ଜମି ପଞ୍ଜୀକରଣ କାର୍ଯ୍ୟରେ ପାରଦର୍ଶିତା ଓ ସ୍ୱଚ୍ଛତା ପାଇଁ ସ୍ମାର୍ଟ ସର୍ଭେଲାନ୍ସ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି ।

ଶେଷରେ ସମ୍ବଲପୁର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଓଡ଼ିଶା ସରକାର ସଂକଳ୍ପବଦ୍ଧ ବୋଲି ସେ କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଗଦ ଏକ ବର୍ଷରେ ଅନେକ ଉପଲବ୍ଧି ହାସିଲ ହୋଇଛି । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ତାଙ୍କର ଆକାଂକ୍ଷିତ ‘ପୂର୍ବୋଦୟ’ ଲକ୍ଷ୍ୟ ହାସଲ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଅଛି ବୋଲି ଶ୍ରୀ ପୂଜାରୀ କହିଥିଲେ।ସୁଭଦ୍ରା ଯୋଜନା ଅଧୀନରେ ୨୦୨୫, ଏପ୍ରିଲ ଶେଷ ସୁଦ୍ଧା ସମ୍ବଲପୁର ଜିଲ୍ଲାରୁ ୨,୩୯,୧୨୭ ମହିଳା ଉପକୃତ ହୋଇଛନ୍ତି । ସମ୍ବଲପୁରରେ ୨୩,୫୩୧ ମହିଳା ଲକ୍ଷପତି ଦିଦି ହୋଇପାରିଛନ୍ତି ସେ ସୂଚନା ଦେଇଥିଲେ । ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ରେ ମଧ୍ୟ ପ୍ରାୟ ୧୦୦୦୦ ରୁ ଊଦ୍ଧ୍ୱର୍ କାର୍ଡ ପଞ୍ଜୀକରଣ କରାଯାଇଅଛି । ଭିମସାର, ବୁର୍ଲାର ୨୭୨ଟି ଶଯ୍ୟା ରହିଛି, ଯାହାର ୫୫ଟି ଆଇସିୟୁ ବେଡ୍‌ ବିଶିଷ୍ଟ ସୁପର ସ୍ପେସାଲିଟି କୋଠା ପ୍ରାୟ ୧୫୦ କୋଟି ଟଙ୍କା ବେୟ ବରାଦରେ ନିର୍ମାଣ କରାଯାଇଛି । ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ନୂତନ ଅଧ୍ୟାୟ । ଏହି ଡାକ୍ତରଖାନାରେ ପେଡିଆଟ୍ରିକ ସର୍ଜରି, ପ୍ଲାଷ୍ଟିକ ସର୍ଜରି, ଏଣ୍ଡୋକ୍ରାଇନୋଲୋଜି, କ୍ଲିନିକାଲ ହେମାଟୋଲୋଜି ଓ ଗ୍ୟାଷ୍ଟ୍ରୋ ଏଣ୍ଡୋଲୋଜି, କାର୍ଡିଓଲୋଜି, ନ୍ୟରୋଲୋଜି, ନ୍ୟରୋସର୍ଜରି, ୟୁରୋଲୋଜି, ନେଫ୍ରୋଲୋଜି ପରି ୯ଟି ସୁପର ସ୍ପେସିଆଲିଟି ବିଭାଗ ରହିଛି । ଓଡିଶାର ଇତିହାସରେ ପ୍ରଥମଥର ପାଇଁ ସମ୍ବଲପୁରରେ ମହାନଗର ନିଗମ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ୨୪୦୦ ଲୋକଙ୍କ ଅଭିଯୋଗ ଗ୍ରହଣ କରି ତ୍ୱରାନ୍ୱିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ୧୮ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ସିଙ୍ଗଲ ୱିଣ୍ଡୋ ସିଷ୍ଟମରେ ତୁରନ୍ତ ୧୯ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି । ସମ୍ବଲପୁରକୁ ଅପରାଧ ମୁକ୍ତ ଓ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ନିମନ୍ତେ ୧୫ ଟି ଅତ୍ୟାଧୁନିକ ନିରୀକ୍ଷଣ ବାହନ(ପିସିଆର) ପ୍ରଦାନ କରାଯାଇଅଛି । ବୁର୍ଲା ଥାନାର ନବନିର୍ମିତ ଅତ୍ୟାଧୁନିକ ଗୃହର ନିର୍ମାଣ କରାଯାଇଅଛି ।
୪୬ ବର୍ଷ ପରେ ହୀରାକୁଦ ଜଳସେଚିତ ଅଞ୍ଚଳରେ ଫଳପ୍ରଦ ଜଳ ପରିଚାଳନା ପାଇଁ ୮୫୫ କୋଟି ଟଙ୍କା ବ୍ୟୟରେ ହୀରାକୁଦ କେନାଲ ବ୍ୟବସ୍ଥାର ପୁନରୁଦ୍ଧାର କରାଯାଉଛି ।
ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଲାଗି ଗୁଜୁରାଟର ସାବରମତି ଢାଞ୍ଚାରେ ‘ମହାନଦୀ ରିଭର ଫ୍ରଣ୍ଟ ବିକାଶ’ ପରିଯୋଜନା କାର୍ଯ୍ୟକାରୀ ହେବ । ସମ୍ବଲପୁରର ଭୀମମଣ୍ଡଳି ଓ ଦେବଝରଣକୁ ପର୍ଯ୍ୟଟନ ସ୍ଥଳୀରେ ଅନ୍ତର୍ଭୁକ୍ତ କରାଯାଇଅଛି ।ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଅଧୀନରେ ସମ୍ବଲପୁର ଜିଲ୍ଲାର ୪୩ ଟି ପ୍ରାଥମିକ ବିଦ୍ୟାଳୟଗୁଡିକରେ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରାଯାଇଅଛି । ପିଏମ ଶ୍ରୀ ଯୋଜନା ଅଧୀନରେ ଆମ ଜିଲ୍ଲାରେ ୧୨ ଟି ପ୍ରାଥମିକ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯାଇଅଛି । କୁଚିଣ୍ଡା ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଭବନ ଉଦଘାଟନ ସାଙ୍ଗକୁ ନୂଆ ଭବନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଐତିହ୍ୟସମ୍ପନ୍ନ ‘ଶୀତଳ ଷଷ୍ଠୀ’ ଯାତ୍ରା ର ପ୍ରଚାର, ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି । ଭିନ୍ନକ୍ଷମ ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ୫୦୦ଟି ଇ-ରିକ୍ସା ବଣ୍ଟନ କରାଯାଇଛି । ଭିନ୍ନକ୍ଷମ କଲ୍ୟାଣ କ୍ଷେତ୍ରରେ ରାଜ୍ୟ ତଥା ଦେଶରେ ସୁନାମ ଅର୍ଜନ କରି ଭିନ୍ନକ୍ଷମ ମାନଙ୍କୁ ନୂଆ ନୂଆ ଯୋଜନାରେ ଅନ୍ତର୍ଭୁକ୍ତ କରିବାରେ ସମ୍ବଲପୁର ଜିଲ୍ଲା ଉଦାହରଣ ସୃଷ୍ଟି କରିଛି ପାରିଛି । ବିକଶିତ ଓଡ଼ିଶା ନିର୍ମାଣରେ ଆମର ସକ୍ରିୟ ଯୋଗଦାନ ରହିଲେ ସମୃଦ୍ଧ ଭାରତ ବର୍ଷ ଗଠନ ସମ୍ଭବପର ହୋଇପାରିବ ବୋଲି ସେ କହିଥିଲେ। ସ୍ୱାଧୀନତା ଦିବସ ଅବସରରେ ଜାତୀୟତା, ସ୍ୱଦେଶପ୍ରୀତି, ସଂପ୍ରୀତି ଓ ସୌହାର୍ଦ୍ଦ୍ୟ ସାଙ୍ଗକୁ ଦେଶର ଉନ୍ନତି ପାଇଁ ସମସ୍ତେ ଏକତାବଦ୍ଧ ଭାବରେ କାର୍ଯ୍ୟ କରିବାପାଇଁ ଆହ୍ବାନ ଦେଇଥିଲେ । ସମସ୍ତେ ମିଶି ଭାରତ ମାତାର ସେବାରେ ବ୍ରତୀ ହେବା । ସ୍ୱାଧୀନତାର ମୂଲ୍ୟକୁ ଅକ୍ଷୁଣ୍ଣ ରଖି ଶାନ୍ତି ଓ ପ୍ରଗତିର ବାଟକୁ ସମସ୍ତେ ଆପଣେଇବା ନେବା ପାଇଁ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ ।

ମୁଖ୍ୟ ଅତିଥି ପ୍ୟାରେଡ ରେ ଅଭିବାଦନ ଗ୍ରହଣ କଲା ପରେ ପ୍ରଜ୍ଞାପନ ମେଢ ପଦର୍ଶନ, ସାଂସ୍କୃତିକ କାର୍ଯ୍ୟକ୍ରମ, ପୁରସ୍କାର ବିତରଣ ର ଆୟୋଜନ କରଯାଇଥିଲା। ଏହା ପରେ ମୁଖ୍ୟ ଅତିଥି ସମ୍ବଲପୁର ମଣ୍ଡଳ କାରାଗାର, ନାରୀବନ୍ଦୀ ନିକେତନ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଦୁର୍ଗାପାଲି ସ୍ଥିତ ଦୟାମଣି ଜରା ନିବାସର ଅନ୍ତେବାସୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହିତ ଓଡିଶା ସାଂସ୍କୃତିକ ସମାଜ ସଭାଗୃହରେ ଉତ୍ସର୍ଗ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆନୁକୁଲ୍ୟରେ ଅନୁଷ୍ଠିତ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, ଜିଲ୍ଲା ପ୍ରଶାସନ ଦ୍ଵାରା ଆୟୋଜିତ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ମ୍ଯାଚ ରେ ଯୋଗ ଦେଇଥିଲେ।

ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରିବା ସହିତ ପ୍ରଜ୍ଞାପନ ମେଢ ଏବଂ ସାଙ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ଦଳ ଙ୍କୁ ମଧ୍ୟ ପୁରସ୍କୃତ କରଯାଇଥିଲା ଏହି ଅବସରରେ ୬୪ ତମ ବରିଷ୍ଠ ମେନ ଇଣ୍ଟର ଜିଲ୍ଲା ଫୁଟବଲ୍ ଚାମ୍ପିୟନସିପ ଫର ସାହାଣୀ କପ ୨୦୨୫ (ରନର୍ସ ଓପ) ଟିମ କୁ ସମ୍ମାନିତ କରା ଗଲା । ପ୍ରଜ୍ଞାପନ ମେଢ ରେ ଅଂଶ ଗ୍ରହଣ କରଥିବା ବିଭାଗ ମଧ୍ୟ ରେ ସମଗ୍ର ଶିକ୍ଷା,ପ୍ରଥମ ସ୍ଥାନ, ସମ୍ବଲପୁର, ଜିଲ୍ଲା ପରିଷଦ ଦ୍ଵିତୀୟ ସ୍ଥାନ, ଏସଏମସି, ସାନିଟେସନ ତୃତୀୟ ସ୍ଥାନ ରେ ପୁରସ୍କୃତ ହୋଇଥିଲେ। ସ୍ୱାଧୀନତା ଦିବସ ରେ ସମୁଦାୟ ୩୮ ଟି ପାରେଡ ଟୃପ ଅଂଶ ଗ୍ରହଣ କରିଥିଲେ। ସେଥିମଧ୍ୟ ରୁ ସିନିଅର ଡିଭିଜନ ରେ ନେତାଜୀ ସୁବାସ ଚନ୍ଦ୍ର ବୋଷ କଲେଜ ର ଏନସିସି ୱିଙ୍ଗ ପ୍ରଥମ ସ୍ଥାନ ଅଧିକାର କରିଛି, ଜୁନିଅର ବର୍ଗ ରେ ସୈନିକ ସ୍କୁଲ ଏନସିସି (ବୟ) ପ୍ରଥମ ସ୍ଥାନ,ସେଣ୍ଟ ଜୋନ ପ୍ସ୍କୁଲ ଦ୍ଵିତୀୟ ସ୍ଥାନ ଗ୍ରହଣ କରିଛନ୍ତି,ସିଭିଲିଆନ ବର୍ଗ ରେ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍କୁଲ ପ୍ରଥମ ସ୍ଥାନ,ସେଣ୍ଟ ଜୋସେଫ ସ୍କୁଲ ଦ୍ଵିତୀୟ ସ୍ଥାନ,ବିକାଶ ହାଇ ସ୍କୁଲ ତୃତୀୟ ସ୍ଥାନ ଏବଂ ଶାନ୍ତନାମୂଳକ ରେ ଲେଡୀ ଲୁଇସ୍ ବାଳିକା ବିଦ୍ୟାଳୟ କୁ ପୁରସ୍କୃତ କରାଯାଇଥିଲା।

ଏହି ପରିପ୍ରେକ୍ଷୀ ରେ ପ୍ରତ୍ୟୁଷରେ ସହର ର ମୁଖ୍ୟ ରାସ୍ତା ରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ପ୍ରଚାର କରାଯାଇଥିଲା।ଏହା ପରେ ସମ୍ବଲପୁର ଜିଲ୍ଲାପାଳ ଙ୍କ ସହ ପ୍ରଶାସନିକ ଅଧିକାରୀ ମାନେ ସହର ର ବିଭିନ୍ନ ସ୍ଥାନ ରେ ଅବସ୍ଥାପିତ ବର ପୁତ୍ର ମାନଙ୍କ ର ପ୍ରତିମୂର୍ତ୍ତି ରେ ମାଲ୍ୟା ଅର୍ପଣ କରିଥିଲେ।
ଏହି ଉତ୍ସବରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ,ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୁ , ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ଶ୍ରୀ ରେହାନ ଖତ୍ରି, ପ୍ରୋବେଶ୍ନର ଶୁଭ୍ରା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।