Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ

ସମ୍ବଲପୁର: ଭାରତୀ କଳା ବିକାଶ କେନ୍ଦ୍ରରେ ଜାତୀୟ ଦିବସ ପାଳନ କମିଟି ଓ ଭାରତୀ କଳା ବିକାଶ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟ ଓ କବିତା ପାଠୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲାର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସୁଧିର କୁମାର ସାହୁ, ରଞ୍ଜିତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ରାଜକିଶୋର ଜାଜୋଡିଆ, ରାମକୃଷ୍ଣ ରଥ, କରନ ଶର୍ମା, ରଶ୍ମିରଞ୍ଜନ ଶତପଥୀ, ଲକ୍ଷ୍ମୀଧର ମହାନ୍ତି, ପ୍ରମୋଦ କୁମାର ଦାଶ ଓ କାଳୀଚରଣ ପାଢ଼ୀ ମଞ୍ଚାସୀନ ଥିଲେ। ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। କବିତା ପାଠୋତ୍ସବରେ ଶିବଶଙ୍କର ପ୍ରଧାନ, ଗୋକୁଳି ପ୍ରଧାନ, ଇନ୍ଦୁ ଦାଶ, ଫଗୁନ ସେଠ, ଡ.ଫକୀର ଚରଣ ରଣା ଆଦି କବିତା ପାଠ କରିଥିଲେ। ଶାନ୍ତିଲତା ବେହେରାଙ୍କ ନିର୍ଦ୍ଦେଶନାରେ ଭାରତୀ କଳା ବିକାଶ କେନ୍ଦ୍ରର ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଶ୍ରୀ ଗଜେନ୍ଦ୍ର ବଗାର ତବଲା‌ ବାଦନରେ ସଙ୍ଗତ କରି ଥିଲେ। ରାମକୃଷ୍ଣ ରଥ ଓ ପ୍ରମୋଦ କୁମାର ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସତ୍ୟବ୍ରତ ସାହୁ, ପୂଜା ପରିମିତା ସାହୁ, ରାକ୍ଷୀ ଦୀପ, ପଦ୍ମିନୀ ପ୍ରଧାନ, ମହେନ୍ଦ୍ର ପଞ୍ଚବିହାର, ଅଶ୍ବିନୀ ଆଚାର୍ଯ୍ୟ, ରମାକାନ୍ତ ତାଣ୍ଡି, ସିଦ୍ଧାର୍ଥ ପଣ୍ଡା, କୈଳାସ ମିଶ୍ର, ଅର୍ଜୁନ ମେହେର, ଶିବଶଙ୍କର ପ୍ରଧାନ, ରଜନୀକାନ୍ତ ଚିହ୍ନାରା, ନୀଳମଣି ସାହୁ ଓ ପୀତବାସ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories