Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ରୀଡାର ଭିତ୍ତିଭୂମି ନେଇ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଏବଂ କ୍ରୀଡା ସଚିବଙ୍କ ଦ୍ୱାରା ସମୀକ୍ଷା

ସମ୍ବଲପୁର:ଆଜି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଏବଂ କମିଶନର କମ ସେକ୍ରେଟାରୀ କ୍ରୀଡା ଏବଂ ଯୁବ ସେବା ବିଭାଗ, ସଚିନ ରାମଚନ୍ଦ୍ର ଜାଧବ , ସମ୍ବଲପୁର ଜିଲ୍ଲାର ମୁଖ୍ୟ କ୍ରୀଡା ସୁବିଧା ସ୍ଥଳଗୁଡିକର ବିସ୍ତୃତ ନିରୀକ୍ଷଣ କରିଥିଲେ।

ଭି.ଏସ.ଏସ୍ ଷ୍ଟେଡିୟମ୍, ଜି.ଆଇ.ଏଚ୍ ବୁର୍ଲା, ମନ୍ଦେଲିଆ ପଡ଼ିଆ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଶ୍ରୀ ଜାଧବ ବର୍ତ୍ତମାନର ଭିତ୍ତିଭୂମି ସ୍ଥିତିକୁ ସମୀକ୍ଷା କରିବା ସହ ଉନ୍ନତି ଏବଂ ବିସ୍ତାର ପାଇଁ ଯୋଜନା ବିଷୟରେ ଆଲୋଚନା କରିଥିଲେ।

ଜିଲ୍ଲାପାଲ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର , ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ରେହାନ ଖେତ୍ରି, ଶୁଭ୍ରା ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅମୃତ ଲାଲ ବେହେରା ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories