Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅତାବିରା ଆଶ୍ରମ ସ୍କୁଲରେ ରକ୍ତଦାନ ଶିବିର, ୭୯ ୟୁନିଟ ରକ୍ତ ସଂଗ୍ରହ

ଝାରସୁଗୁଡ଼ା ୧୬/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅତାବିରା ଗ୍ରାମ ପଞ୍ଚାୟତ ସ୍ଥିତ ଆଶ୍ରମ ବିଦ୍ୟାଳୟରେ ୭୯ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରା ଯାଇଥିଲା । ଅତାବିରା ଯୁବକ ସଙ୍ଘ, ମାଖନ ଗୌନ୍ତିଆ ସେବା ସଂସ୍ଥା ଏବଂ ୟଙ୍ଗ ଷ୍ଟାର ଚେରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ଶିବିରରେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଡ. ଶରତ ଚନ୍ଦ୍ର ନାଏକ, ରତ୍ନପ୍ରଭା ନାୟକ, ଯୁଧିଷ୍ଠିର ଭଇଁସାଲ, ଆଶାରାଣୀ ନାୟକ, ଦୁଷ୍ମନ୍ତ ପଟେଲ ଆସି ରକ୍ତଦାତାଙ୍କ ଠାରୁ ମୋଟ ୭୯ ୟୁନିଟ ରକ୍ତ ସଂଗ୍ରହ କରିଥିଲେ ।
ଏହି ଅବସରରେ ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜାର୍ଚ୍ଚନା କରିବା ସହ ଫିତାକାଟି ଶିବିରକୁ ଶୁଭ ଉଦଘାଟନ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଲଖନପୁର ବ୍ଲକ ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ, ବିଡିଓ ବିନୟ ପଟେଲ,ଏବିଡିଓ ଗୋପାଳ କୃଷ୍ଣ ମିଶ୍ର,ଝାରସୁଗୁଡା ୟଙ୍ଗଷ୍ଟାର ଚେରିଟେବୁଲ ଟ୍ରଷ୍ଟ ସଭାପତି ଅରବିନ୍ଦ ବାରିକ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ପ୍ରଧାନ ଶିକ୍ଷକ କାର୍ତ୍ତିକ ପଧାନ,ପରିଚାଳନା କମିଟି ସଭାପତି ଅଶ୍ୱିନୀ ବିଶ୍ଵାଳ,ଦୁର୍ଗା ପୂଜା କମିଟି ପକ୍ଷରୁ କ୍ଷୀରୋଦ ପଧାନ, ବିଜୟ ଲାଲ ବିଶ୍ଵାଳ,ଆଲୋକ ଜୟଶ୍ୱାଳ, ପ୍ରଭାକର ଧୁରୁଆ,ସନ୍ଦୀପ ପଧାନ, ପ୍ରଦୀପ ପଧାନ,ରୁନା ପଧାନ ଙ୍କ ସମେତ ସମସ୍ତ ସଂଗଠନର କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ