Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖରିଫ ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି ସହିତ ଚାଷୀ ପଞ୍ଜିକରଣ ହେଲା ସରଳ

ସମ୍ବଲପୁର:ଚଳିତ ବର୍ଷ ୨୦୨୫-୨୬ ଖରିଫ ଧାନ ବିକ୍ରି ପାଇଁ ଚାଲିଥିବା ଚାଷୀ ପଞ୍ଜିକରଣ ଅବଧି ବୃଦ୍ଧି ସହିତ ପଞ୍ଜୀକରଣ ପ୍ରକ୍ରିୟା କୁ ସରଳ ଓ ସହଜ କଲେ ରାଜ୍ୟ ସରକାର । ଚାଷୀ ପଞ୍ଜିକରଣ ସମୟରେ ବଂଶାବଳୀ ଓ ଆଇନଗତ ଉତ୍ତରାଧିକାରୀ (ଲିଗାଲ ହେଆର୍) ବ୍ୟବସ୍ଥାକୁ ନେଇ ଚାଷୀ ଙ୍କ ମନରେ ଅଶାନ୍ତି ଦେଖା ଦେଇଥିଲା । ଜମି ମାଲିକାନା ରେ ଥିବା ତାଲିକା ରେ ଚାଷୀ ପାରିବାର ର ସଦସ୍ୟ ସଦସ୍ୟା ରାଜ୍ୟ ବାହାରେ କିମ୍ବା ଦେଶ ବାହାରେ ରହୁଥିବା ସ୍ଥିତି ରେ ପଞ୍ଜୀକରଣ ରେ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିଲେ ଚାଷୀ ।
ଅଞ୍ଚଳ ର ବିଭିନ୍ନ ଚାଷୀ ମାନଙ୍କ ଠୁଁ ଏହି ସମସ୍ୟା ଗୁଡ଼ିକ ଶୁଣିଲା ପରେ ବିଜେପି ରାଜ୍ୟ ଉପସଭାପତି ତଥା ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାଏକ ଓ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଚନ୍ଦ୍ର ଶେଖର ପଣ୍ଡା ନିଜେ ଭୁବନେଶ୍ବର ଯାଇ ମୂଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀ ଙ୍କୁ ସାକ୍ଷାତ କରି ସମସ୍ତ ବିଷୟ ଅବଗତ କରାଇଥିଲେ । ସମସ୍ତ ବିଷୟ ରେ ସବିଶେଷ ଆଲୋଚନା ପରେ ସବୁ ସମସ୍ୟା ଗୁଡ଼ିକ ଶୁଣିଲା ପରେ ଗତକାଲି ମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶ କ୍ରମେ ଖାଦ୍ୟ ଓ ଯୋଗାଣ ବିଭାଗ ଜିଲ୍ଲାପାଳ ମାନଙ୍କୁ ପତ୍ର ଲେଖି ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି ସହିତ ଚାଷୀ ପଞ୍ଜିକରଣ କୁ ସରଳ ଓ ସହଜ କରିଛନ୍ତି ।
ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ଜରିଆରେ ଦେଇଥିବା ପ୍ରେସ ବିଜ୍ଞପ୍ତି ରେ ଉଭୟ ନେତା ଶ୍ରୀ ନାଏକ ଓ ଶ୍ରି ପଣ୍ଡା କହିଛନ୍ତି ଯେ…
ଚାଷୀ ହିତେଶି ମୋହନ୍ ମାଝୀ ଙ୍କ ସରକାର ସଦା ସର୍ବଦା ଚାଷୀ କୂଳ ର ହିତ ରକ୍ଷା ପାଇଁ କାର୍ଯ୍ୟ କରିଆସୁଛନ୍ତି । ଓଡ଼ିଶା ଇତିହାସ ରେ ଏକକାଳୀନ ସର୍ବାଧିକ ଧାନ କ୍ୟୁଣ୍ଟାଲ ପ୍ରତି ୮୦୦ ଟଙ୍କା ଇଁନପୁଟ ଆସିଷ୍ଟେନ୍ସ ମୋହନ୍ ମାଝୀ ଙ୍କ ସରକାର ହିଁ ପ୍ରଦାନ କରୁଛନ୍ତି । ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ହେଉଥିବା ଚାଷୀ ପଞ୍ଜିକରଣ ରେ ଚାଷୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମାସ୍ୟ ଗୁଡ଼ିକ ବିଷୟ ରେ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ଆମେ ଅଞ୍ଚଳ ର ବିଭିନ୍ନ ଚାଷୀ ମାନଙ୍କ ଠୁଁ ଏହି ସମସ୍ୟା ଗୁଡ଼ିକ ଶୁଣିଲା ପରେ ନିଜେ ଭୁବନେଶ୍ବର ଯାଇ ମୂଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀ ଙ୍କୁ ସାକ୍ଷାତ କରି ସମସ୍ତ ବିଷୟ ଅବଗତ କରାଇଥିଲୁ । ସମସ୍ତ ବିଷୟ ରେ ସବିଶେଷ ଆଲୋଚନା ପରେ ସବୁ ସମସ୍ୟା ଗୁଡ଼ିକ ଶୁଣିଲା ପରେ ଗତକାଲି ମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶ ରେ ଖାଦ୍ୟ ଓ ଯୋଗାଣ ବିଭାଗ ଜିଲ୍ଲାପାଳ ମାନଙ୍କୁ ପତ୍ର ଲେଖି ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି ସହିତ ଚାଷୀ ପଞ୍ଜିକରଣ କୁ ସରଳ ଓ ସହଜ କରିଛନ୍ତି ।
ବିଭାଗିୟ ପତ୍ର ସଂଖ୍ୟା – ୧୪୪୦୫/ତା.୧୬/୦୮/୨୦୨୫ ମାଧ୍ୟମ ରେ ଚାଷୀ ପଞ୍ଜିକରଣ କୁ ସରଳ ଓ ସହଜ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ପଞ୍ଜିକରଣ ସମୟରେ ବଂଶାବଳୀ ଓ ଆଇନଗତ ଉତ୍ତରାଧିକାରୀ କୁ ସ୍ଵ-ଘୋଷିତ (ସେଲ୍ଫ ଡିକ୍ଲାରେଶନ) ଜରିଆରେ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ବିଭାଗୀୟ ପତ୍ର ସଂଖ୍ୟା – ୧୪୩୧୭/ତା.୧୬/୦୮/୨୦୨୫ ଜରିଆରେ ଚାଷୀ ପଞ୍ଜିକରଣ ତାରିଖ କୁ ୨୦ ଅଗଷ୍ଟ ରୁ ୨୫ ଅଗଷ୍ଟ ଓ ଡିଜିଟାଲାଇଯେସନ ଅଫ ସୋସାଇଟି ର ତାରିଖ କୁ ୨୫ ଅଗଷ୍ଟ ରୁ ୩୦ ଅଗଷ୍ଟ ଯାଏଁ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟ ର ଚାଷୀ ମାନେ ଚାଷୀ ବିରୋଧି ବିଜେଡି ଦଳର ର ମିଥ୍ୟା ପ୍ରରୋଚନାରେ ଓ ମିଥ୍ୟା ପ୍ରଚାର ରେ ନପଡ଼ି ଚାଷୀ ହିତେଶି ମୋହନ୍ ମାଝୀ ଙ୍କ ସରକାର ଉପରେ ବିଶ୍ୱାସ ଓ ଭରୋଶା ରଖନ୍ତୁ ଏବଂ ନିଶ୍ଚିନ୍ତ ହୋଇ ପଞ୍ଜିକରଣ କରି ଅଧିକ ଧାନ ଅମଳ ପାଇଁ ପ୍ରୟାସ କରନ୍ତୁ ବୋଲି ବିଜେପି ରାଜ୍ୟ ଉପସଭାପତି ତଥା ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାଏକ ଓ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଚନ୍ଦ୍ର ଶେଖର ପଣ୍ଡା ଚାଷୀ ମାନଙ୍କୁ ଅନୁରୋଧ କହିଛନ୍ତି ।
କୃଷକ ଙ୍କ ଖୁସି, ସୁବିଧା, ଉନ୍ନତି ଓ ସମୃଦ୍ଧି ପାଇଁ ରାଜ୍ୟ ସରକାର ନେଇଥିବା ଏହି ନିଷ୍ପତ୍ତି ପାଇଁ ବିଜେପି ରାଜ୍ୟ ଉପସଭାପତି ତଥା ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଚନ୍ଦ୍ର ଶେଖର ପଣ୍ଡା, ସମ୍ବଲପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ ଉଭୟ ମୂଖ୍ୟମନ୍ତ୍ରୀ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories