Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଓଗାଁ ଉଚ୍ଚ ବିଦ୍ୟାଳୟରେ ପରିବେଶ ସଚେତନତା ସଭା

ସମ୍ବଲପୁର:ଆଜି ସମ୍ବଲପୁର ଜିଲ୍ଲାର ଦେଓଗାଁ ଉଚ୍ଚ ବିଦ୍ୟାଳୟରେ ବରିଷ୍ଠ ନାଗରିକ ସମାଜ,ସମ୍ବଲପୁର ଆନୁକୁଲ୍ୟରେ ଏକ ପରିବେଶ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ସାଗରିକା ହୋତାଙ୍କ ସଭାପତିତ୍ବରେ ଆୟୋଜିତ ଏ‌ହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସମାଜର ସଭାପତି ଅରବିନ୍ଦ ମହାପାତ୍ର, ସଂପାଦକ ପ୍ରଦୀପ କୁମାର ପଣ୍ଡା, ସଦସ୍ୟ ତାପସ କୁମାର ଦାସ ଓ ଅବସରପ୍ରାପ୍ତ ଶିକ୍ଷକ ହରି ନାରାୟଣ ପଣ୍ଡା ଯୋଗଦାନ କରି ସାଂପ୍ରତିକ ପରିବେଶର ଅସନ୍ତୁଳନ, ସୁସ୍ଥ ଜୀବନ ପାଇଁ ସୁସ୍ଥ ପରିବେଶର ଆବଶ୍ୟକତା,ପରିବେଶ ସୁରକ୍ଷା ପାଇଁ ବୃକ୍ଷର ଭୂମିକା ତଥା ପୋଲିଥିନ୍ ବ୍ୟବହାର ଦ୍ବାରା ହେଉଥିବା ପରିବେଶର କ୍ଷତି ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂପାଦକ ଏକ ପରିବେଶ ସଚେତନତା କବିତା ପାଠ କରିଥିଲେ ଏବଂ ଶ୍ରୀ ତାପସ କୁମାର ଦାସ ଏକ ଗୀତ ଗାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ଏହାପରେ ଗତବର୍ଷ ଏହି ବରିଷ୍ଠ ନାଗରିକ ସମାଜ ଦ୍ବାରା ପ୍ରଦତ୍ତ ତଥା ରୋପଣ କରାଯାଇଥିବା ଚାରାର ଉତ୍ତମ ରକ୍ଷଣାବେକ୍ଷଣ ପାଇଁ ବିଦ୍ୟାଳୟର ତିନିଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ଚଳିତ ବର୍ଷର ବଞ୍ଚିବା ପାଇଁ ଗଛଟିଏ କାର୍ଯ୍ୟକ୍ରମର ଅଂଶ ସ୍ବରୂପ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ତଥା ବରିଷ୍ଠ ନାଗରିକ ସମାଜର କର୍ମକର୍ତ୍ତାଙ୍କ ଦ୍ବାରା ବୃକ୍ଷରୋପଣ କରାଯାଇ ପୁନର୍ବାର ଛାତ୍ରଛାତ୍ରୀଙ୍କୁ ସେହି ବୃକ୍ଷମାନଙ୍କର ଯତ୍ନ ନେବାପାଇଁ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଚିତ୍ତରଞ୍ଜନ ପୁଝାରୀ ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories