Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱ ଫୋଟୋଗ୍ରାଫି ଦିବସ:ପ୍ରାଚୀନ ଫୋଟୋଗ୍ରାଫି ହିଁ ଇତିହାସ ର କଥା କୁହେ : ଜିଲ୍ଲାପାଳ

ସମ୍ବଲପୁର:ବିଶ୍ୱ ଫୋଟୋଗ୍ରାଫି ଦିବସ ଅବସରରେ ସମ୍ବଲପୁର ସାମ୍ବାଦିକ ସଂଘ ପକ୍ଷରୁ ଏକ ୨ ଦିନିଆଁ ଫୋଟୋଗ୍ରାଫି ପ୍ରଦର୍ଶନୀ ମଙ୍ଗଳବାର ଉଦଘାଟିତ ହୋଇଯାଇଛି l ବିଶ୍ୱ ଫୋଟୋଗ୍ରାଫି ଦିବସ ଅବସରରେ ସାମ୍ବାଦିକ ଭବନ ଠାରେ ଆୟୋଜିତ ଏହି ପ୍ରୋଟୋଗ୍ରାଫି ପ୍ରଦର୍ଶନୀକୁ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଉଦଘାଟନ କରିଥିଲେ।

ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ସୁବାସ ଚନ୍ଦ୍ର ପାଣିଗ୍ରାହୀ ଙ୍କର ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଶ୍ରୀ ବୋନ୍ଦର ସାମ୍ବାଦିକ ସଂଘ ର ଏହି ଉଦ୍ୟମ କୁ ଭୁୟସୀ ପ୍ରସଂଶା କରିବା ସହ ପ୍ରାଚୀନ ଫୋଟୋଗ୍ରାଫି ତଥା ଫୋଟୋ ଚିତ୍ର ହିଁ ଇତିହାସ ର କଥା କୁହେ ବୋଲି କହିଥିଲେ। ଏପରିକି ଏହାକୁ ପରବର୍ତ୍ତୀ ସମୟରେ ବ୍ୟାପକ କରିବାକୁ ଜିଲ୍ଲା ପ୍ରଶାସନ ସହଯୋଗ କରିବେ ବୋଲି କହିଥିଲେ। ପ୍ରଦର୍ଶନୀ ରେ ପ୍ରଦର୍ଶିତ ହୋଇଥିବା ଫୋଟୋଗ୍ରାଫ ର ଫୋଟଗ୍ରାଫର ମାନଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ l
ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା ସ୍ଵଭାଵ କବି ଗଙ୍ଗାଧର ମେହେର ଙ୍କର ସେଇ ଗୋଟିଏ ଫୋଟୋ ଚିତ୍ର କଥା ଉଲ୍ଲେଖ କରି ଇତିହାସରେ ଗଙ୍ଗାଧରଙ୍କ ଏହି ଫଟୋ ଏକ ଇତିହାସ ର କଥା କୁହେ ବୋଲି ଅବିହିତ କରିଥିଲେ।
ଏହି ଫୋଟୋ ପ୍ରଦର୍ଶନୀ ରେ ପ୍ରାଚୀନ କୀର୍ତ୍ତିରାଜି, ସଂସ୍କୃତି ଓ ପରମ୍ପରା ର ଫୋଟୋ, ପର୍ଯ୍ୟଟନ କ୍ଷେତ୍ର ତଥା ପ୍ରକୃତି ଆଧାରିତ ଫୋଟୋଗ୍ରାଫଗୁଡିକ ସ୍ଥାନିତ ହୋଇଛି।
ଫୋଟୋଗ୍ରାଫି ପ୍ରଦର୍ଶନୀ ରେ ସ୍ବର୍ଗତ ସୁରେନ୍ଦ୍ର ମୋହନ ପ୍ରଧାନ, ସ୍ବର୍ଗତ ବିମଳଜୀ ଭାରୁ, ଅରବିନ୍ଦ ମିଶ୍ର, ଆଶିଷ ପ୍ରଧାନ, କରୁଣାକର ଶତପଥି, ଦୀପକ ପଣ୍ଡା, ଶିଶିର କର, ରଂଜିତ ସାହୁ, ଚିତ୍ତରଞ୍ଜନ ବଡ଼ପଣ୍ଡା, ସୂର୍ଯ୍ୟ ପାଣିଗ୍ରାହୀ, ଶଙ୍କର ବେହେରା, ପ୍ରିୟରଞ୍ଜନ ସାହୁ, ବିଶ୍ୱନାଥ ବଗର୍ତ୍ତୀ, ସୁବାସ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଙ୍କର ଫୋଟୋଗ୍ରାଫ ପ୍ରଦର୍ଶିତ କରାଯାଇଛି।ଏହି ପ୍ରଦର୍ଶନୀରେ ଓଡ଼ିଶାର ସର୍ବ ପୁରାତନ ଖବର କାଗଜ ଠାରୁ ବର୍ତ୍ତମାନ ଯାଏ ପ୍ରକାଶ ପାଉଥିବା ବିଭିନ୍ନ ଖବର କାଗଜର ମଧ୍ୟ୍ୟ ପ୍ରଦର୍ଶନ କରାଯାଇଥିଲା।
ଏହି ଫୋଟୋଗ୍ରାଫି ପ୍ରଦର୍ଶନୀ ରଉଦଘାଟନୀ ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ର ସଭାପତି ସଞ୍ଜୟ ବାବୁ, ଲୋକସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲୁ,ବରିଷ୍ଠ ସାମ୍ବାଦିକ ବୀରେନ୍ଦ୍ର ପାଣିଗ୍ରାହୀ, କିଶୋର ସାହୁ, ରତ୍ନ ଭୂଷଣ ପୃଷେଠ,ସବିତା ମିଶ୍ର, ପ୍ରିୟ ରଞ୍ଜନ ବାବୁ, ରାଜେଶ ବିଭାର, ପ୍ରମୋଦ ବହିଦାର, ଶିବ ଶଙ୍କର ନନ୍ଦ, ଡ଼. ରାଜାରାମ ଷଡ଼ଙ୍ଗୀ, ନରେଶ ସେଠ ତଥା ବହୁ ସାମ୍ବାଦିକ, ଫୋଟଗ୍ରାଫର, ବୁଦ୍ଧିଜୀବୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories