ନୁଆଁଖାଇ ପାଇଁ ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା, ନୂଆଁଖାଇ ଦିନହେବେ ପୁରସ୍କୃତ


ସମ୍ବଲପୁର:ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ବିଗତ ବର୍ଷ ଭଳି ପଶ୍ଚିମ ଓଡ଼ିଶାର ମୁଖ୍ୟ ଗଣପର୍ବ ନୁଆଁଖାଇ ମହାସମାରୋହରେ ପାଳିତ କରାଯିବାର କାର୍ଯ୍ୟକ୍ରମ ରହିଛି l ଗତକାଲି ଓ ଆଜି ଅନୁଷ୍ଠାନ ର ସଭାପତି ଡ. ପରେଶ ଦାନୀଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା l ସମ୍ପାଦକ ଶ୍ରୀ ଦୀନବନ୍ଧୁ ପଣ୍ଡା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇ, ଓଡିଶା ସାଂସ୍କୃତିକ ସମାଜ ସବୁବେଳେ ଏ ଅଞ୍ଚଳର ସଂସ୍କୃତି ଓ ପ୍ରତିଭାକୁ ପ୍ରୋତ୍ସାହନ ଦେଇ ଆସିଛି ବୋଲି କହିଥିଲେ l ସମ୍ବଲପୁରୀ ଗୀତ ପ୍ରତିଯୋଗୀତାର ବିଚାରକ ଭାବେ ସର୍ବଶ୍ରୀ ଚିତ୍ତରଞ୍ଜନ ବେହେରା, ବିଭୂତି ଭୂଷଣ ପଟ୍ଟନାୟକ, ସନ୍ତୋଷ କୁମାର ମିଶ୍ର, ସୁରେନ୍ଦ୍ର ସେଠ୍, ମୋତିଲାଲ ଦୋରା ଓ ତ୍ରିଲୋଚନ ତ୍ରିପାଠୀ ଏବଂ ଏକକ ହାସ୍ୟ ଅଭିନୟ ପାଇଁ ସର୍ବଶ୍ରୀ ଅତିଶ ସତପଥୀ, ବିରୂପାକ୍ଷ ପ୍ରଧାନ, ପ୍ରଦୀପ କୁମାର ପଣ୍ଡା, ଆଶିଶ ସୋନାର ଓ ଶ୍ରୀମତୀ ମମତା ପଣ୍ଡା ଯୋଗ ଦେଇ ଥିଲେ l କାର୍ଯ୍ୟକ୍ରମ ଗୁଡିକୁ ସଂଯୋଜନା କରିଥିଲେ ତାପସ ଦାସ, ସୂର୍ଯ୍ୟ ପାଣିଗ୍ରାହୀ, ରାମାନୁଜ ପଣ୍ଡା, ପ୍ରମୋଦ ପଟ୍ଟନାୟକ, ସୁରେଖା ସାହୁ, ଅଖିଳ ପଟ୍ଟନାୟକ, l କୈଳାସ ମିସ୍ତ୍ରୀ, ପଲଟୁ ଅଗ୍ରୱାଲ ସହଯୋଗ କରିଥିଲେ ଅଶୋକ କୁମାର ମିଶ୍ର,ସୁଧାଂଶୁ ଗୁରୁ, ଅଖିଳ ରଞ୍ଜନ ପଟ୍ଟନାୟକ, ସୁବାସ ଦାସ , କୈଳାଶ ମିସ୍ତ୍ରୀ, ପଲଟୁ ଅଗ୍ରୱାଲ, ସୁବାଷ ଦାଶ, ସୁରେଖା ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l ସ୍କୁଲ ସ୍ତରୀୟ ସମ୍ବଲପୁରୀ ଗୀତ ପ୍ରତିଯୋଗିତାରେ ସେଣ୍ଟ ଜୋନ୍ ସ୍କୁଲର ପ୍ରକୀର୍ତି ପଣ୍ଡା ପ୍ରଥମ, ବିକାଶ ଫାଷ୍ଠ ସ୍କୁଲ ର ଅନନ୍ୟା ଆଚାର୍ଯ୍ୟ ଦ୍ୱିତୀୟ ଓ ସେଇ ସ୍କୁଲର ଶ୍ରେୟାଶ୍ରି ପାଣିଗ୍ରାହୀ ତୃତୀୟ ହୋଇଛନ୍ତି l କଲେଜ ସ୍ତରରେ ହୀରାକୁଦ କଲେଜର ସୁଶ୍ରୀ ଶ୍ରଦ୍ଧା ମିଶ୍ର ପ୍ରଥମ, ବିଦ୍ୟା ବିକାଶର ସୋମ୍ୟ ରଞ୍ଜନ ସାହୁ ଦ୍ଵିତୀୟ ଓ ସେଇ ଅନୁଷ୍ଠାନର ମିନାକ୍ଷୀ ମହାନ୍ତି ଓ ସାଇଶ୍ରିତା ପାଣିଗ୍ରାହୀ ଯୁଗ୍ମ ତୃତୀୟ ହୋଇଛନ୍ତି l ଏକକ ହାସ୍ୟ ଅଭିନୟ ରେ ସ୍କୁଲ ସ୍ତରରେ ଲେଡି ଲୁଇସ୍ ବାଳିକା ଉଚ୍ଚବିଦ୍ୟାଳୟ ର ଆରାଧ୍ୟା ବେହେରା ପ୍ରଥମ, ସେଭେନ ହିଲ୍ସ ସ୍କୁଲର ମୃଣ୍ମୟୀ ପ୍ରଧାନ ଦ୍ଵିତୀୟ ଓ ବିକାଶ ଫାଷ୍ଟ ସ୍କୁଲ ର ଦିବ୍ୟ ନନ୍ଦିନୀ ସ୍ଵାଇଁ ତୃତୀୟ ହୋଇଛନ୍ତି l ଡ ପର୍ଶୁରାମ ମିଶ୍ର ବି ଇ ଡି କଲେଜର ସୂର୍ଯ୍ୟକାନ୍ତ ସେଠୀ ଶ୍ଵାନ୍ତନା ମୂଳକ ପୁରସ୍କାର ଦିଆଯିବ l
ଏଥି ସହ ଚିତ୍ରାଙ୍କନ ପ୍ରତିଯୋଗିତା ଓ ମିଠେଇଖିଆ ପ୍ରତିଯୋଗିତା ରେ ସଫଳ ହୋଇଥିଲା କୃତି ପ୍ରତିଯୋଗୀ ଙ୍କୁ ଆସନ୍ତା ତାରିଖ 28/08/25 ରିଖ ଦିନ ତପସ୍ୱିନୀ ପ୍ରେକ୍ଷାଳୟ ରେ ଆୟୋଜିତ ହେବାକୁ ଥିବା ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ରେ ପୁରସ୍କୃତ କରିଯିବ ବୋଲି ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି l