Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’ ଝାଡେଶ୍ୱରୀ ମହାବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜନ୍ମ ଜୟନ୍ତୀ:ଗଙ୍ଗାଧରଙ୍କ ସାହିତ୍ୟରେ ରହିଛି ଭଲ ମଣିଷଟିଏ ହେବାର ବାର୍ତ୍ତା

ସମ୍ବଲପୁର:ସୋମବାର ମା ଝାଡେଶ୍ୱରୀ ମହାବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି। ମହାବିଦ୍ୟାଳୟ ଯୁକ୍ତ ଦୁଇ ସ୍ରୋତର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଯୋଗଦେଇ ବରଗଡ଼ ସତଲମା ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ଶ୍ରୀ ଲୋକବନ୍ଧୁ ପ୍ରଧାନ କହିଥିଲେ ଯେ, ଆଦର୍ଶବାଦ,ମାନବବାଦ ସହ ସକାରାତ୍ମକ ଉଚ୍ଚାଙ୍ଗ ଚିନ୍ତାଧାରାର ଭଣ୍ଡାର ଗଙ୍ଗାଧରଙ୍କ ସାହିତ୍ୟରେ ରହିଥିବାରୁ ତାଙ୍କ ସାହିତ୍ଯ ଚିର ଅମଳିନ ହୋଇ ରହିବ।ସମାଜରେ ମାନବ କିପରି ନିଜକୁ ଅମୃତମୟ କରି ଗଢି ତୋଳିବ ତାହା ତାଙ୍କ କାବ୍ୟ କବିତା ଗୁଡିକରେ କିଭଳି ଅନ୍ତର୍ନିହିତ ହୋଇରହିଛି ଅନେକ ଉଦାହରଣ ଦେଇ ସେ ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ବଳଦେବ ମହାକୁର ଗଙ୍ଗାଧର ପ୍ରଣୟବଲ୍ଲରୀ କାବ୍ୟକୁ ଭିତ୍ତିକରି କବିଙ୍କ ବଳିଷ୍ଠ କାବ୍ୟ ପ୍ରତିଭାର ଅନେକ ଦୃଷ୍ଟାନ୍ତ ଉଦ୍ଧାର କରି ଆଲୋଚନା କରିଥିଲେ। ଅଧ୍ୟାପକ ରବିନ୍ଦ୍ର ନାରାୟଣ ଠାକୁର ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଅଧ୍ୟାପକ ପଣ୍ଡିତ ବ୍ୟାସଦେବ ପଣ୍ଡା ବେଦମନ୍ତ୍ର ପାଠ କରିଥିଲେ। ଅଧ୍ୟାପିକା ସୁଦୀପ୍ତା ଦାଶଙ୍କ ସଂଯୋଜନାରେ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ସମ୍ମାନିତ ଅତିଥି ଭାବରେ ମହାବିଦ୍ୟାଳୟର ପୂର୍ବତନ ପରିଚାଳନା ପରିଷଦର ସଭାପତି ଦିଲୀପ କୁମାର ମହାପାତ୍ର,ଉପସଭାପତି ପରମାନନ୍ଦ ସିଟ,ସମ୍ପାଦକ ରବିନ୍ଦ୍ର ପୃଷ୍ଟି,ହରିବୋଲ ସେଠ,ତ୍ରିବିକ୍ରମ ମିର୍ଦ୍ଧା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ଡଃ ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁକ୍ତ ତିନ ସ୍ରୋତର ଅଧ୍ୟକ୍ଷ ଅନିଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ମିନତି ଦାଶଙ୍କ ସଂଯୋଜନାରେ ପୂର୍ବରୁ ଜୟନ୍ତୀ ଉପଲକ୍ଷେ ହୋଇଥିବା ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗିମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏଥିରେ ସତ୍ୟନାରାୟଣ ଦାଶ,ଅନ୍ତର୍ଯ୍ୟାମୀ ମହାକୁର,ବନୋଜ କୁମାର ସାହୁ,ସ୍ୱାତୀ ପତି, ସଂସାର ପ୍ରଧାନ,ସଞୟ କୁମାର ସାହୁ, ଆନନ୍ଦିନୀ ପଣ୍ଡା,ଦିପ୍ତିରେଖା ପଣ୍ଡା,ସଂଗ୍ରାମ କେଶରୀ ମିଶ୍ର, ମୌସୁମୀ ଷଢଙ୍ଗୀ,ସୁଶୀଲ କୁମାର ବାଗ, ସୁଶ୍ରୀତ ଷଢଙ୍ଗୀ,ଚୈତନ୍ୟ ସେନାପତି ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା କାର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ