କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସିଏମ କିଷାନ ସହାୟତା ରାଶି ର କିସ୍ତି ପ୍ରଦାନ:ସମ୍ବଲପୁର ଜିଲ୍ଲାରୁ ଉପକୃତ ହେଲେ ପ୍ରାୟ ୯୦୯୭୦-ଜଣ ହିତାଧିକାରୀ


ସମ୍ବଲପୁର:ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଅବସରରେ ଓଇଉଏଟି ଭୁବନେଶ୍ବର ଠାରେ କୃଷକ ମାନଙ୍କୁ ରବି ୨୦୨୫-୨୬ ର ସିଏମ କିଷାନ ସହାୟତା ରାଶି ର କିସ୍ତି ପ୍ରଦାନ କରିଛନ୍ତି । ଏହି ଅବସରେରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟ ରେ ସ୍ଥାନୀୟ ତପସ୍ଵିନୀ ପ୍ରେକ୍ଷାଳୟ ଠାରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି-ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ଓଡିଶା ସରକାର ଶ୍ରୀ ରବିନାରାୟଣ ନାୟକ, ମାନ୍ୟବର ବିଧ।ୟକ ସମ୍ବଲପୁର ଶ୍ରୀ ଜୟନାରାୟଣ ମିଶ୍ର, ମାନ୍ୟବର କେନ୍ଦ୍ର ସରକାର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ଶ୍ରୀ ନାଉରି ନାୟକ, ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏସ.ଏ), ଆଇଏଏସ ପ୍ରୋବେଶ୍ନର ସୁଭ୍ରା ପଣ୍ଡା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରସନ୍ନ ପାତ୍ର, ), CDAO ଶ୍ରୀ ହେମନ୍ତ ଜେନା ଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ, ଚାଷି ବୃନ୍ଦ ଯୋଗଦେଇ ଓଇଉଏଟି ଭୁବନେଶ୍ବର ଠାରୁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସିଏମ କିଷାନ ସହାୟତା ରାଶି ପ୍ରଦାନ ର ସିଧା ପ୍ରସାରଣ ଆଭାସୀ ମାଧ୍ୟମରେ ଦେଖିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ, ଓଡିଶା ସରକାର ଶ୍ରୀ ରବିନାରାୟଣ ନାୟକ ଯୋଗଦେଇ ନୂଆଖାଇ ଅବସରରେ ସମସ୍ତଙ୍କୁ ଅଭିନଦନ ଜଣାଇ ସମସ୍ତଙ୍କର ଶୁଭକାମନା କରିଥିଲେ।ନିଜ ଅଭିଭାଷଣରେ ଆଜିର ଏହି ଶୁଭଅବସରରେ ଓଡିଶା ସରକାର ଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ପ୍ରାୟ ୫୧ ଲକ୍ଷ୍ୟରୁ ଉର୍ଦ୍ଧ୍ଵ ଚାଷୀମାନଙ୍କୁ ସିଏମ କିସାନ୍ ସହାୟତା ରାଶି ପ୍ରଦାନ କରାଯାଉଛି ବୋଲି ସୂଚନା ଦେଇଥିଲେ।ଏହା ପରେ ନିଜ ଜିଲ୍ଲା ର ଉନ୍ନତି କରିବାକୁ ହେଲେ ପ୍ରଥମେ ଚାଷ କୁ ପ୍ରାଧାନ୍ୟ ଦେବାକୁ ପଡ଼ିବ, ଚାଷୀ ଭାଇଭଉଣୀ ଙ୍କୁ ସୃଦୃଢ଼ କରିବାକୁ ପଡିବ ବୋଲି କହିଥିଲେ। ନିଲଡୁଙ୍ଗୁରି ଫାର୍ମ ରେ ନୂଆ ଟର୍ମିନାଲ ମାର୍କେଟ ନିର୍ମାଣ ପାଇଁ କେନ୍ଦ୍ରର ସରକାର ଙ୍କ ର ଅନୁମୋଦନ ମିଳିଛି ବୋଲି ମନ୍ତ୍ରୀ ମହୋଦୟ ସୂଚନା ଦେଇଥିଲେ।କହିଥିଲେ ଏଥର ଆମେ ୨୦ ହଜାର ହେକ୍ଟର ଜମିକୁ ଜଳ ସେଚନ କରାଇବା ପାଇଁ ବ୍ୟବସ୍ଥା କରିଛୁ।ସେଥିପାଇଁ ୧୨ ରୁ ୧୫ ଟି ମେଗାପ୍ରକଳ୍ପ ଅନୁମୋଦିତ ହୋଇଛି,ଯାହା ଚାଷ କାର୍ଯ୍ୟ ରେ ମୁଖ୍ୟ ଭୂମିକା ଗ୍ରହଣ କରିବା।ଭାରତ ସରକାର ଙ୍କ ଅଧୀନରେ କେନ୍ଦ୍ରୀୟ କୃଷି ବିଶ୍ଵବିଦ୍ୟାଳୟ ଆମ ଅଞ୍ଚଳ ରେ ନିର୍ମାଣ ହେବ ବୋଲି ଶ୍ରୀ ନାୟକ କହିଥିଲେ। ବିଗତ ଦିନ ଅପେକ୍ଷା ଏଥର ପ୍ରାୟ ୩ ହଜାର ଅଧିକା ଚାଷୀ ସିଏମ୍ କିସାନ ଯୋଜନା ରେ ଆବେଦନ କରିଛନ୍ତି।ଆଗାମୀ ଦିନରେ ସମ୍ବଲପୁର ରେ ୧୩୨ ଟି ମଣ୍ଡି ସହିତ ୩ ଟି ଷ୍ଟୋରେଜ ନିର୍ମିତ ହେବ ବୋଲି ସେ ସୁଚନା ଦେଇଥିଲେ।କେବଳ ଏତିକି ନୁହେଁ ଆଗାମୀ ଦିନ ରେ ମହାନଦୀ ରେ ଆଉ ୭ ଟି ବ୍ୟାରେଜ ଓ ଇଣ୍ଟର ରିଭର୍ କନେକ୍ସନ କରାଯିବାର ଅଛି ବୋଲି ପ୍ରକାଶ କରିଥିଲେ। ସିଏମ କିଷାନ ଯୋଜନା ରେ ବଞ୍ଚିତ ହୋଇଥିବା ଚାଷୀ ଙ୍କୁ ଅନ୍ତର୍ଭୁକ୍ତ କରାଇବା ପାଇଁ ଜିଲ୍ଲା ପ୍ରଶାସନ କୁ ପରାମର୍ଶ ଦେଇଥିଲେ ଓ କହିଥିଲେ ଏହି ସବୁ ସରକାରୀ ଯୋଜନା ବିଷୟରେ ସବୁ ସ୍ତରରେ ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉ।ଯାହା ଦ୍ଵାରା ଅଧିକ ରୁ ଅଧିକ ଚାଷୀ ମୁଖ୍ୟ ସ୍ରୋତ ରେ ଅନ୍ତର୍ଭୁକ୍ତ ହୋଇ ପାରିବେ,ଉତ୍ପାଦନ ବୃଦ୍ଧି ପାଇବ, ଆମ ରାଜ୍ୟ କୃଷି କ୍ଷେତ୍ର ରେ ଉନ୍ନତି କରିପାରିବ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ।
ମୂଖ୍ୟମନ୍ତ୍ରୀ ସିଏମ କିଷାନ ଯୋଜନା ଓଡିଶା ସରକାରଙ୍କ ଦ୍ବାରା ପ୍ରବର୍ତ୍ତିତ ଏକ କୃଷକ କଲ୍ୟାଣକାରୀ ପ୍ରଗତିଶୀଳ ତଥା କୃଷକଙ୍କୁ ମୁଖ୍ୟ ସ୍ରୋତରେ ସମ୍ମିଳିତ କରିବା ଭଳି ଯୋଜନା । କୃଷକର ବିକାଶ ଏବଂ ଦାରିଦ୍ର୍ୟ ହ୍ରାସ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ନିମନ୍ତେ ଓଡିଶା ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଆବଶ୍ୟକ ସମୟରେ ବିହନ, ସାର, କୀଟନାଶକ, କୃଷି ଯନ୍ତ୍ରପାତି କିଣିବା ତଥା ସେମାନଙ୍କର ଘରୋଇ ଆବଶ୍ୟକ‌ତା ପୂରଣ କରିବା ପାଇଁ ଯୋଗ୍ୟ କୃଷକମାନଙ୍କୁ ସମାନ ଦୁଇଟି କିସ୍ତିରେ ବର୍ଷକୁ ଟ ୪,୦୦୦ / -ଙ୍କା ର ସହାୟତା ପ୍ରଦାନ କରାଯାଉଛି ।
ଆମ ଜିଲ୍ଲାରେ ୯୦୯୭୦ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଓ ୨୫ ଭୂମିହୀନ ଚାଷୀଙ୍କୁ ଯେଉଁମାନେ E-KYC, ଜମିଜମାର ବିବରଣୀ, ଆଧାର ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍, ଆଧାର ଅନୁଯାୟୀ ନାମ ସଂଶୋଧନ ଆଦି ଯୋଜନାର ସମସ୍ତ ଆବଶ୍ୟକତା ପୂରଣ କରୁଛନ୍ତି, ସେହି ସି ଏମ କିଷାନ ଯୋଗ୍ୟ ହିତାଧୁକାରୀ ଆଜି ୨,୦୦୦ ଟଙ୍କା ହିସାବରେ ମୋଟ ୧୮.୩୬କୋଟି ରୁ ଉର୍ଦ୍ଧ୍ଵ ଟଙ୍କା ସହାୟତା ପ୍ରଦାନ କରାଯାଉଅଛି । ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଉଅଛି । ଏହି ପ୍ରକ୍ରିୟାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ହେଉଛି ଏବଂ ସ୍ବଚ୍ଛତା ବଜାୟ ରହୁଛି ।