Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଣପର୍ବ ନୂଆଁଖାଇ – ୨୦୨୫ର ଶୁଭେଚ୍ଛା ବାର୍ତ୍ତା ଦେଲେ କେନ୍ଦ୍ରମନ୍ତ୍ରୀ

ଚାଷର ଉନ୍ନତି, ଖାଦ୍ୟ ସୁରକ୍ଷା ଏବଂ ଗୁରୁଜନଙ୍କୁ ସମ୍ମାନ ଦେବାର ବିଶେଷ ପର୍ବ ‘ନୂଆଁଖାଇ’ – ଧର୍ମେନ୍ଦ୍ର ପ୍ରଧାନ

• ଆସନ୍ତାକାଲି ସମ୍ବଲପୁର ମାନେଶ୍ୱର ବ୍ଲକ ସିନ୍ଦୁରପଙ୍କରେ ନୂଆଁଖାଇ ପାଳିବେ କେନ୍ଦ୍ରମନ୍ତ୍ରୀ
• ମା’ସମଲେଶ୍ୱରୀ ମନ୍ଦିରରେ ଦର୍ଶନ କରିବା ସହ ପ୍ରସାଦ ସେବନ କରିବେ
• ଓଡ଼ିଶା ସଂସ୍କୃତିକ ସମାଜ, ଚିତ୍ରୋତ୍ପଳା ଯୁବକ ସଂଘ ଏବଂ ସମଲେଶ୍ୱରୀ ଯୁବକ ସଂଘ ଦ୍ୱାରା ଆୟୋଜିତ ପୃଥକ ‘ନୂଆଁଖାଇ ଭେଟଘାଟ -୨୦୨୫’ରେ ସାମିଲ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ସମ୍ବଲପୁର: ଚାଷୀ ଓ ଚାଷୀର ଉନ୍ନତି, ସମସ୍ତଙ୍କର ଖାଦ୍ୟ ସୁରକ୍ଷା, ବନ୍ଧୁମିଳନ ତଥା ଗୁରୁଜନଙ୍କୁ ସମ୍ମାନ ଜଣାଇବା ନୂଆଁଖାଇ ପର୍ବର ଅନନ୍ୟ ବିଶେଷତ୍ୱ ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ର ଶୁଭେଚ୍ଛା ଜଣାଇବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।

ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ଜରିଆରେ ଦେଇଥିବା ପ୍ରେସ ବାର୍ତ୍ତା ରେ ଶ୍ରୀ ପ୍ରଧାନ କହିଛନ୍ତି, ନୂଆଁଖାଇ ପାଇଁ ସବୁଆଡେ ଏବେ ଖୁସି ଓ ଆନନ୍ଦର ବାତାବରଣ ତିଆରି ହୋଇଛି । ଏହି ସମୟରେ ଚାଷ ଖେତରେ ଧାନ ହୁଏ, ଯାହା ସମସ୍ତଙ୍କ ମନରେ ଖୁସି ଭରିଦିଏ । ନୂଆଁଖାଇ ଚାଷୀ ଏବଂ ଚାଷର ଉନ୍ନତି ଏବଂ ସମୃଦ୍ଧିର କଥା କୁହେ । ତା’ ସହ ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷାକୁ ଉଜାଗର କରେ । ନୂଆଁଖାଇ କେବଳ ନବାନ୍ନ ସେବନର ପର୍ବ ନୁହେଁ, ଏହା ମଧ୍ୟ ବନ୍ଧୁମିଳନ ଓ ଗୁରୁଜନଙ୍କ ପ୍ରତି ସମ୍ମାନର ପର୍ବ । ସେଥିପାଇଁ ଆମର ନୂଆଁଖାଇ ହେଉଛି ମହାନ ଓ ଅନନ୍ୟ । ମା’ ସମଲେଇଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଖୁସି ଓ ସମୃଦ୍ଧି ଆଣିଥାଉ ବୋଲି ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି ।

ଆସନ୍ତାକାଲି ନୂଆଁଖାଇ ଉପଲକ୍ଷେ ଶ୍ରୀ ପ୍ରଧାନ ପ୍ରଥମେ ସମ୍ବଲପୁର ମାନେଶ୍ୱର ବ୍ଲକ ସିନ୍ଦୁରପଙ୍କରେ ନୂଆଁଖାଇ ପାଳନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ମା’ସମଲେଶ୍ୱରୀ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ସେଠାରେ ପ୍ରସାଦ ସେବନ କରିବେ । ପରବର୍ତ୍ତୀ ସମୟରେ ସମ୍ବଲପୁରରେ ଓଡ଼ିଶା ସାଂସ୍କୃତିକ ସମାଜ, ନନ୍ଦପଡାରେ ଚିତ୍ରୋଟ୍ଟପାଲା ଯୁବକ ସଂଘ ଏବଂ ମା’ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସମଲେଶ୍ୱରୀ ଯୁବକ ସଂଘ ଦ୍ୱାରା ଆୟୋଜିତ ପୃଥକ ପୃଥକ ନୂଆଁଖାଇ ଭେଟଘାଟ -୨୦୨୫ରେ ଯୋଗଦେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ