Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ନୂଆଁଖାଇ ପାଲିଲେ କେନ୍ଦ୍ରମନ୍ତ୍ରୀ:ଏକାଠି ହୋଇ ‘ନବାନ୍ନ’ ଖାଇବା ମୋର ସୌଭାଗ୍ୟ – ଧର୍ମେନ୍ଦ୍ର ପ୍ରଧାନ

• ସିନ୍ଦୁରପଙ୍କରେ ଶ୍ୟାମସୁନ୍ଦର ପତିଙ୍କ ପରିବାର ସଦସ୍ୟଙ୍କ ସହ ‘ନବାନ୍ନ’ ଖାଇଲେ କେନ୍ଦ୍ରମନ୍ତ୍ରୀ
• ସପରିବାର ସ୍ନେହ, ଶ୍ରଦ୍ଧା ଓ ଆତିଥେୟତା ପାଇଁ କୃତଜ୍ଞ ଜଣାଇଲେ
• ନୂଆଁଖାଇ କେବଳ ଏକ ପର୍ବ ନୁହେଁ ବରଂ ଏକ ଭାବାବେଗ
• ଏକାଠି ହେବା ଓ ସାଥୀ ହୋଇ ନବାନ୍ନ ଖାଇବା ନୂଆଁଖାଇ ପର୍ବର ବିଶେଷତା
ସମ୍ବଲପୁର: ଗଣପର୍ବ “ନୂଆଁଖାଇ” ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା କ୍ଷେତ୍ରୀୟ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ମାନେଶ୍ୱର ବ୍ଲକ ସିନ୍ଦୁରପଙ୍କ ଅଞ୍ଚଳର ଶ୍ୟାମସୁନ୍ଦର ପତିଙ୍କ ବାସଭବନରେ ନବାନ୍ନ ଖାଇ ନୂଆଁଖାଇ ପର୍ବ ପାଳନ କରିଛନ୍ତି।
ଶ୍ରୀ ପ୍ରଧାନ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ଆମ ରାଜ୍ୟର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ନୂଆଁଖାଇ ଚାଷୀ ଏବଂ ଚାଷର ଉନ୍ନତି ଓ ସମୃଦ୍ଧିର କଥା କୁହେ । ଏହି ପର୍ବରେ ନବାନ୍ନର ସ୍ୱତନ୍ତ୍ରତା ରହିଛି । ଆଜି ଐତିହାସିକ ସିନ୍ଦୁରପଙ୍କ ଅଞ୍ଚଳକୁ ଆସିଥିଲି । ଏହି ଅଞ୍ଚଳର ଶ୍ୟାମସୁନ୍ଦର ପତିଙ୍କ ପରିବାର ସଦସ୍ୟଙ୍କ ସହ ‘ନବାନ୍ନ’ ଖାଇ ନୂଆଁଖାଇ ପାଳନ କରିବା ମୋର ସୌଭାଗ୍ୟ । ନୂଆଁଖାଇ କେବଳ ଏକ ପର୍ବ ନୁହେଁ ବରଂ ଏକ ଭାବାବେଗ । ଏହି ଦିନ ଏକାଠି ହେବା ଓ ସାଥୀ ହୋଇ ନବାନ୍ନ ଖାଇବା ଏହି ପର୍ବର ବିଶେଷତା । ଆଜିଭଳି ଏକ ପବିତ୍ର ଦିନରେ ସମ୍ବଲପୁରରେ ନୂଆଁଖାଇ ପାଳନ କରି ବହୁତ ଖୁସି ଅନୁଭବ କରୁଛି । ସପରିବାର ସ୍ନେହ, ଶ୍ରଦ୍ଧା ଓ ଆତିଥେୟତା ପାଇଁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।
ନୂଆଁଖାଇ ସମସ୍ତଙ୍କ ପାଇଁ ସମ୍ପନ୍ନତା ଓ ସମ୍ଭାବନା ଆଣିଦେବା ସହ ମା’ ସମଲେଇ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସଫଳତା ଆଣିଦିଅନ୍ତୁ ବୋଲି ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ