Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସରକୁ ନେଇ ମୁହଁ ଖୋଲିଲେ ଶାମି…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ବର୍ତ୍ତମାନ ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି। ଚେତେଶ୍ୱର ପୂଜାରା ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଅବସର ପରେ କ୍ରିକେଟ ମହଲରେ ଶାମିଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ମଧ୍ୟ ଅନେକ ଥର ପ୍ରଶ୍ନ ଉଠିଥିଲା ଯେ ୩୪ ବର୍ଷୀୟ ଶାମି ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବାକୁ ଯାଉଛନ୍ତି କି କିନ୍ତୁ ଶାମି ନିଜେ ଏହି ଗୁଜବ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି।

ଏକ ସାକ୍ଷାତକାରରେ ଶାମି ସ୍ପଷ୍ଟ ଭାବରେ କହିଛନ୍ତି ଯେ ତାଙ୍କର ଏବେ ଅବସର ନେବାର କୌଣସି ଇଛା ନାହିଁ। ଅବସର ଖବର ଉପରେ କଟାକ୍ଷ କରି ସେ କହିଛନ୍ତି, “ଯଦି କାହାର ମୋ ସହିତ ସମସ୍ୟା ଅଛି, ତେବେ ମୋତେ କୁହ। ମୁଁ ଅବସର ନେଲେ କ’ଣ ସେମାନଙ୍କର ଜୀବନ ଭଲ ହୋଇଯିବ? କାହାର ଜୀବନରେ ମୁଁ ପଥର ବନିଯାଇଛି, କାହିଁକି ଚାହୁଁଛ ଯେ ମୁଁ କ୍ରିକେଟ ଛାଡିବି? ଯେଉଁଦିନ ମୁଁ ନିଜେ ଅନୁଭବ କରିବି ଯେ ମୋର ଆଉ ଇଚ୍ଛା ନାହିଁ, ମୁଁ କୌଣସି ବିନା ଚାପରେ ଅବସର ନେବି।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ