ନାଗେଶ୍ଵର ଯୁବକ ସଂଘ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନାକଡେଇଁ ଶିବ ମନ୍ଦିର ପ୍ରାଙ୍ଗଣ ରେ ନାଗେଶ୍ଵର ଯୁବକ ସଂଘ ଦ୍ୱାରା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ହୃଷୀକେଶ ଦେହେରୀଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା, ମୁଖ୍ୟ ବକ୍ତା ଡକ୍ଟର ଅନିରୁଦ୍ଧ କୁରୁକୁରିଆ, ସମ୍ମାନିତ ଅତିଥି କୋଶଳ ସୁନ୍ଦୁରୀ ଚୁମିକି ମିଶ୍ର, ହିମାଂଶୁ ଭୂଷଣ ପଣ୍ଡା, ସୁଧାଂଶୁ ଶେଖର ପୁରୋହିତ, ସଂସ୍କୃତିକ ସଂଯୋଜକ ନରେନ୍ଦ୍ର କୁମାର ଦେହୁରୀ ପ୍ରମୁଖ ଯୋଗ ଦେଇ ନୂଆଁ ଖାଇ ଉପଲକ୍ଷେ ଆଲୋକପାତ୍ କରିଥିଲେ। ଏହି ଅବସରରେ ଦଣ୍ଡଗୁରୁ ଦଶରଥ ଥନାପତି, ଢ଼ୁଲିଆ ପବିତ୍ର ତରିଆ, ଆଦର୍ଶ ଛାତ୍ର ଭାବେ ପୂର୍ଣ୍ଣିମା ମହାକୁର, ରୋଚିସ୍ ରଞ୍ଜନ ଦେହୁରୀ, ପୂରବ୍ ପଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ, ଛୋଟ ଛୋଟ କଳାକାର ମାନଙ୍କୁ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ପରେ ବିଭିନ୍ନ ସଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ କରାଯାଇଥିଲା । ସମସ୍ତ ପ୍ରତିଭାଗୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ୍ କରାଯାଇଥିଲା।ଶିକ୍ଷାବିତ୍ ଜ୍ଞାନ ଭରତ ଦେହେରୀ ମଞ୍ଚ ପରିଚାଳନା କରିଥିବା ବେଳେ ସିକୁନ ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ।

