Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ସଫେଇ ଓ ଚାରା ରୋପଣ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନର ସଫେଇ କାର୍ଯ୍ୟକ୍ରମ ତଥା ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳ ବିଶେଷ କରି କର୍ମୀ ଓ କର୍ମକର୍ତ୍ତା ଙ୍କ ଘରେ ବୃକ୍ଷ/ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଜ଼ିଲ୍ଲା ସଂଯୋଜକ ଦୁର୍ଗା ପାଢ଼ୀ ଙ୍କ ପୌରହିତ୍ୟରେ ୨ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନ ଶନିବାର ସମ୍ବଲପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ନଡିଆ ଚାରା ରୋପଣ କରାଯାଇଛି I ପ୍ରଦେଶ କଂଗ୍ରେସ କମିଟି କିସାନ ସେଲ ଅଧକ୍ଷ ଶ୍ରୀ ଅଭୟ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି ଚାରା ରୋପଣ କରିଥିଲେ I ଆଜିକାର ଏହି ସଫେଇ ତଥା ଚାରା ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ ରେ
ପିସିସି ସଦସ୍ୟ ଚନ୍ଦ୍ର ପୁରୋହିତ, କିସାନ ସେଲ ରାଜ୍ୟ ଉପ ସଭାପତି ଶିତିକଣ୍ଠ ମହାନ୍ତି, କଂଗ୍ରେସ ନେତା ଗୋବିନ୍ଦ ମିଶ୍ର, ନାରୀ ନେତ୍ରୀ ସୁତପା ମିତ୍ର, ଓବିସି ଜ଼ିଲ୍ଲା ସଭାପତି ଶିବ ପ୍ରଧାନ, ବିରଞ୍ଚି ମହାପାତ୍ର, ଦଶରଥ ଦାସ, ରାଜେଶ ମିଶ୍ର, ଅଶୋକ ସୋନିଙ୍କ ସମେତ ବହୁ କର୍ମୀ ଅଂଶଗ୍ରହଣ କରିଥିଲେ I ଏହି କାର୍ଯ୍ୟକ୍ରମ ସକାଳ ୮ ଘ. ରୁ ଆରମ୍ଭ ହୋଇ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ଡିସିସି ଜ଼ିଲ୍ଲା ସଂଯୋଜକ ଦୁର୍ଗା ପାଢ଼ୀ ଧନ୍ୟବାଦ ଜ୍ଞାପନ କରିବା ସହିତ ଆସନ୍ତାକାଲିର କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦାନ କରିବା ପାଇଁ ଶ୍ରୀ ପାଢ଼ୀ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ