Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ କୃଷିଜାତ ସାମଗ୍ରୀ ଉପରୁ ଜିଏସଟି ହ୍ରାସ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦିଲ୍ଲୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ଗତକାଲି ଦିଲ୍ଲୀରେ ୫୬ତମ ଜିଏସଟି ପରିଷଦ ବୈଠକ ବସିଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ସାଢ଼େ ୧୦ ଘଣ୍ଟା ଧରି ଜିଏସଟି ସଂସ୍କାର ଉପରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ସଂକଳ୍ପର ପୂରଣ କରିବାକୁ ପ୍ରୟାସ ଜାରି ରହିଛି। ପ୍ରଧାନମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ବଡ଼ ଆର୍ଥିକ ସଂସ୍କାର କରାଯାଇଛି। ଜିଏସଟି ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାର କେନ୍ଦୁପତ୍ର ଚାଷୀଙ୍କ ପାଇଁ ଭଲ ଖବର। କେନ୍ଦୁପତ୍ର ଉପରେ ୫% ଜିଏସଟି ଲାଗୁ ହେବ, ପୂର୍ବରୁ ୧୮% ଥିଲା। ଏଥିରୁ କେନ୍ଦୁପତ୍ର ଚାଷୀ ଉପକୃତ ହେବେ। ତୋଳାଳିଙ୍କ ଆୟ ବୃଦ୍ଧି ପାଇବ। ବିଭିନ୍ନ କୃଷିଜାତ ସାମଗ୍ରୀ ଉପରୁ ଜିଏସଟି ହ୍ରାସ କରାଯାଇଛି। କୃଷି ଉତ୍ପାଦନ କ୍ଷେତ୍ରରେ ଲାଭ ପାଇବେ ଚାଷୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ