Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୬ ସେପ୍ଟେମ୍ବର ରୁ ୨ ଅକ୍ଟୋବର ସେବା ପକ୍ଷ:ମୋଦୀଙ୍କ ଜନ୍ମଦିନ ପାଳନ ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ

ସମ୍ବଲପୁର:ଆସନ୍ତା ୧୭ ତାରିଖ ହେଇଛି ଭାରତ ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ଯ ମୋଦୀ ଜୀ ଙ୍କ ଜନ୍ମଦିନ କୁ ଭବ୍ୟ ଓ ବିଶାଳ ଭାବରେ ପଲନ କରିବା ପାଇଁ ବିଜେପି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମୋଦୀ ଜି ଙ୍କ ଜନ୍ମ ଦିନ ୧୭ ସେପ୍ଟେମ୍ବର ରୁ ଆରମ୍ଭ କରି ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ଏକ ପକ୍ଷ ବ୍ୟାପି ବିବିଧ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବ । ଏହି ସେବା ପକ୍ଷ ରାଷ୍ଟ୍ରୀୟ ସ୍ତର ରୁ ଆରମ୍ଭ ହୋଇ ରାଜ୍ୟ ସ୍ତରୀୟ, ଜିଲ୍ଳା ସ୍ତରୀୟ ଓ ମଣ୍ଡଳ ସ୍ତରୀୟ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବାକୁ ଦଳୀୟ କର୍ମୀ ଙ୍କୁ ଆହ୍ବାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ଜଗତ ପ୍ରାସାଦ ନଡ୍ଡା । ଏଥି ପାଇଁ ସମସ୍ତ ସ୍ତରରେ ପ୍ରସ୍ତୁତି ବୈଠକ ମାନ ଆୟୋଜନ କରାଯାଉଛି ।
ଏହି ମର୍ମ ରେ ଆଜି ସମ୍ବଲପୁର ବିଜେପି ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜ ଭବନ ଠାରେ ଆୟୋଜିତ ଏହି ବୈଠକ ରେ ଜିଲ୍ଲା ର ସମସ୍ତ ଜିଲ୍ଲା ସ୍ତରୀୟ ଓ ମଣ୍ଡଳ ସ୍ତରୀୟ ପଦାଧିକାରୀ ଓ ସକ୍ରିୟ ସଦସ୍ୟ ଉପସ୍ଥିତ ଥିଲେ । ବୈଠକ ରେ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ପୁର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଲ୍ ଖଟେଇ ଉପସ୍ଥିତ ରହି ଉପସ୍ଥିତ କର୍ମୀ ଙ୍କୁ ସେବା ପକ୍ଷ ର ସମସ୍ତ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ ।
ମୋଦୀ ଙ୍କ ଜନ୍ମ ଦିନ ପାଳନ ଅବସରରେ ହେବକୁ ଥିବା ସେବା ପକ୍ଷ ରେ ସ୍ଵଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ସ୍ବାସ୍ଥ୍ୟ ଶିବିର, ପ୍ରଧାନମନ୍ତ୍ରୀ ମୋଦି ଜି ଙ୍କ ଜୀବନ ଉପରେ ଆଧାରିତ ପ୍ରଦର୍ଶନୀ, ବିକଶିତ ଭାରତ ଚିତ୍ରାଙ୍କନ ପ୍ରତିଯୋଗିତା, ପ୍ରବୃଦ୍ଧ ବର୍ଗ ଙ୍କ ସହ ସମ୍ବାଦ, ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଉପରେ ଆଧାରିତ ଡକ୍ୟୁମେଣ୍ଟାରି ପିଲ୍ମ୍ ପ୍ରଦର୍ଶନ, ପ୍ରଧାନମନ୍ତ୍ରୀଙ୍କର ଉପରେ ଚୟନିତ ପୁସ୍ତକ ବଣ୍ଟନ, ଜାତୀୟ ଉପକୂଳ ଦିବସ (୨୦ ସେପ୍ଟେମ୍ବର), ମୋଦୀ ବିକାଶ ମାରାଥନ୍, ପଣ୍ଡିତ ଦିନଦୟାଲ ଜୟନ୍ତି (୨୫ ସେପ୍ଟେମ୍ବର), “ଭୋକଲ୍ ଫର୍ ଲୋକାଲ” ର ପ୍ରଚାର, ଦିବ୍ୟଙ୍ଗ ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ବ୍ୟକ୍ତି ଙ୍କୁ ସମ୍ମାନିତ୍ କାର୍ଯ୍ୟକ୍ରମ୍, ସାଂସଦ କ୍ରୀଡା ପ୍ରତିଯୋଗିତା, ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଭଳି ଅନେକ କାର୍ଯ୍ୟକ୍ରମ ହାତ କୁ ନିଆଯିବ।
ଜିଲ୍ଳା ସାଧାରଣ ସମ୍ପାଦକ ଅନିଲ ବେହେରା ଙ୍କ ସଭାପତିତ୍ବ ରେ ହୋଇଥିବା ଏହି ବୈଠକ ରେ କୁଚିଣ୍ଡା ବିଧାନସଭା ସଂଯୋଜକ ବିଭୁ କଲ୍ୟାଣ ପଟେଲ ସ୍ଵାଗତ ଭାଷଣ ଦେଇଥିଲେ । ପୂର୍ବତନ ଜିଲ୍ଲା ପାରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ରେଢ଼ାଖୋରେ ବିଧାନସଭା ସଂଯୋଜକ ପ୍ରମୋଦ ସାହୁ, ରେଙ୍ଗାଲି ବିଧାନସଭା ସଂଯୋଜକ ଆଶିଷ ହୋତା, ଜିଲ୍ଲା ସଂଯୋଜିକା ଅନ୍ନପୂର୍ଣ୍ଣା ବାରିକ୍ ମଞ୍ଚାସିନ ଥିଲେ ।
ଆଜିର ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଗୋବିନ୍ଦ ଅଗ୍ରୱାଲା, ଡ଼.ପ୍ରମୋଦ ରଥ, ମାନସ ରଞ୍ଜନ ବକ୍ସି, ସମୀର ରଞ୍ଜନ ବାବୁ, ସୁଶାନ୍ତ ପୁରୋହିତ, ସରୋଜ ଦଲପତ୍, ବିପିନ ଭାଟିଆ, ରିକି ବେହେରା, ଗୁଗା ସିଂ, ସଞ୍ଜୀବ ବର୍ମା, ଅବିନାଶ ନନ୍ଦ୍, କବିନ୍ଦ୍ର ମହାପାତ୍ର, ଆକାଶ ଆଚାର୍ଯ୍ୟ, ଅରୁଣ ଦାସ, ମୋହନ୍ ଦାଶ, ଶିବ ଦିୱାନ୍, ଅଜୟ ବେହେରା, ପୁଷ୍ପାଞ୍ଜଳୀ ଜେନା, ସରୋଜିନୀ ବନଛୋର୍, ସୁଜାତା ଗୁରୁ, ସୀତାକାନ୍ତି ମେଶୁଆ, ସୁଷମା ମୁଣ୍ଡା, ସଂଯୁକ୍ତା ପ୍ରଧାନ ଙ୍କ ସମେତ ରେଙ୍ଗାଲି, ରେଢ଼ାଖୋରେ, କୁଚିଣ୍ଡା ନିର୍ବାଚନ ମଣ୍ଡଳୀରୁ ମଣ୍ଡଳ ସଭପତି ଓ ସକ୍ରିୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ