Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଟ୍ରେନ ଧକ୍କାରେ ମାଈ ହାତୀର ମୃତ୍ୟୁ

ସମ୍ବଲପୁର:ଦକ୍ଷିଣ ପୂର୍ବ ରେଳପ‌ଥ ଅନ୍ତର୍ଗତ ଚକ୍ରଧରପୁର ଡିଭିଜନର ସୋନାଖାନ, ଚକ୍ରଧର ସାଗରା ରେଲୱେ ଷ୍ଟେସନ ମଧ୍ଯବର୍ତି ଯଥା ବାମରା ବ୍ଲକ ଅନ୍ତର୍ଗତ ସାଗରା ନିକଟବର୍ତୀ ରେଳ ଲାଇନରେ ଟ୍ରେନ ଧକ୍କାରେ ଏକ ମାଈ ହାତୀ ଗୁରୁତର ଆହତ ହୋଇଥିବା ବେଳେ ବନ ବିଭାଗ ଓ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।ତେବେ ଚିକିତ୍ସା ପାଇଁ ନେବା ବାଟରେ ହାତୀର ମୃତ୍ୟୁ ହୋଇଥିବା ନେଇ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି।

ସୂଚନା ଅନୁସାରେ ଆଜି ଭୋରରେ ହାତୀ ପଲ ରେଳ ଲାଇନ ଅତିକ୍ରମ କରୁଥିବା ସମୟରେ ସୋନାଖାନ ଓ ସାଗରା ରେଳ ଷ୍ଟେସନ ମଝିରେ ଅପ ଲାଇନ ଖୁଣ୍ଟ ନମ୍ବର ୪୫୩/୨୩ ଓ ୨୫ ମଝିରେ ଟ୍ରେନ ଧକ୍କାରେ ଏକ ମାଇ ହାତୀ ଗୁରୁତର ଆହତ ହୋଇ ଅପ ରେଳ ଲାଇନରେ ଛଟପଟ ହେଉଥ‌ିବା ଖବର ପାଇ ହାତୀର ଚିକିତ୍ସା ଉପରେ ତତ୍ପରତା ପ୍ରକାଶ ପାଇଥିଲା। ଘଟଣା ସ୍ଥଳରେ ସମ୍ବଲପୁର ଜିଲ୍ଲାର ବାମରା ବନ ବିଭାଗ ସୀମାନ୍ତ ଓ ସୁନ୍ଦରଗଡ ଜିଲ୍ଲା ସୀମାରେ ଥିବା ବେଳେ ରାଉରକେଲା ବନଖଣ୍ଡ ରାଜଗାଙ୍ଗପୁର ରେଞ୍ଜ ସୋନଖାନ ବିଟ ଓ ବାମରା ବନଖଣ୍ଡ ଅଧୂକାରୀ ଡିଏଫଓ
ବିକ୍ରମଦେବ ପଟ୍ଟନାଏକ, ଏସି ଏଫ ଆଲୋକ ଷଡ଼ଙ୍ଗୀ, ରେଶମା ଲାକ୍ରା, ରେଞ୍ଜର ଦୀପକ ମହାନନ୍ଦ, ଫରେଷ୍ଟର ତୁଳାରାମ ବାରିହା, ଜସପଲ ପଟେଲ, ଅମନ ପଟେଲ, ଜୀବନ ବେହେରା, ସୁରଜ ଚୌଧୁରୀ, ବିଶ୍ବାସୀ ସୋଇ ଏବଂ ବାମରା ରେଞ୍ଜର ସମସ୍ତ କର୍ମଚାରୀ ସେହି ପରି ରାଉରକେଲା ବନଖଣ୍ଡ ଅଧୂ କାରୀ ଡି ଏଫଓ, ଆରସିସି ଏଫ, ଏସିଏଫ, ରେଞ୍ଜର ଓ ଅନ୍ୟ କର୍ମଚାରୀ ସମେତ ରେଳ ବିଭାଗ ଅଧିକାରୀ ଓ କର୍ମଚାରୀ ଉକ୍ତ ହାତୀର ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ବର୍ତମାନ ଟ୍ରେନ ତୃତୀୟ ଲାଇନରେ ଯିବା ଆସିବା କରୁଛି । ଅପ୍ ଏବଂ ଡାଉନ ଲାଇ ଲାଇନରେ ଟ୍ରେନ ଯିବା ଆସିବା ବନ୍ଦ ରହିଛି । ପରେ ଗୁରୁତର ହାତୀର ଉତମ ଚିକିତ୍ସା ନିମନ୍ତେ ମନ୍ତେ ଏକ ମାଲବାହୀ ଟ୍ରେନରେ କ୍ରେନ ଯୋଗେ ଲୋଡ କରାଯାଇ ସାଗର ଆଣୁଥିବା ଥ‌ିବା ବେଳେ ପ୍ରାୟ ପାଂଚ ଶହ ମିଟର ଆସିବା ପରେ ହାତୀଟି ମୃତ୍ୟୁବରଣ କରିଥିବା ଖବର ମିଲିଛି। ସାଗର ଠାରେ ମୃତ ହାତୀର ଶବ ବ୍ୟବଚ୍ଛେଦ ପରେ ନିକଟରେ ପୋତି ଦିଆଯିବ ବୋଲି ଖବର ଆମର ହସ୍ତଗତ ହୋଇଛି।