Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁରୁ ଦିବସରେ ଗୁରୁ କଲେ ରକ୍ତଦାନ ୪୨ ୟୁନିଟ ସଂଗ୍ରହ

ସମ୍ବଲପୁର: ଗୁରୁ ଦିବସରେ ଗୁରୁ କଲେ ରକ୍ତଦାନ।ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷଣ ସଂଘ, ପକ୍ଷରୁ କୁଚିଣ୍ଡା ଠାରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ସମ୍ବଲପୁର ର ସଭାପତି ବିରେନ୍ଦ୍ର କୁମାର ପଟେଲ, ଉପ ସଭାପତି ପ୍ରମୋଦ ସାହୁ, ସତୀଶ ଛୁରିଆ, ସମ୍ପାଦକ ପଙ୍କଜ ବେହେରା, ସଂଯୋଜକ ଚକ୍ରଧର ମାଝୀ, ବାମରା ପ୍ରତିନିଧି ପ୍ରସନ୍ନ ରଣା, ଜମନକିରା ପ୍ରତିନିଧି ବିଷ୍ଣୁଚରଣ ଧାନ, କୁଚିଣ୍ଡା ପ୍ରତିନିଧି ହରି ନାଏକ, ସଂଘ ସମୀକ୍ଷକ ଦିଲ୍ଲୀପ ପଟେଲ, ଶୁକଦେବ ସାହୁ, ରାଜ୍ୟସଂଘ ବକ୍ତା ରାଜେନ୍ଦ୍ର ଜଗତ, ଭୋଜପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ନିକୁଞ୍ଜ ରଣା, ଦୁର୍ଯୋଧନ ବେହେରା, ଚୁନିଲାଲ ନାଏକ, ଶୁଭଶ୍ରୀ ସାହୁ, ରୋହିତ ସାହୁ,ଅଳକା ପଟେଲ, ସୁନୀଲ ସାହୁ, ରୀନାବତୀ ବର, ଶଲିମା ଚୌଧୁରୀ,ଦୂର୍ମିଲା ପଟେଲ, ସରିତ୍ ପଟେଲ,ପ୍ରଧାନ, ଆଦିତ୍ୟ ପ୍ରଧାନ,ଶିବ ଶଙ୍କର ଦାସ, ଅନନ୍ତ ରାମ ରଣା, ଦେବେନ୍ ପ୍ରଧାନ, ହିମାଦ୍ରି କଂଶରାଲି, ସୁନିଲ ନାଗ, ରାଜକିଶୋର ପ୍ରସାଦ, ଦୁବରାଜ ପ୍ରଧାନ, ତୀର୍ଥରାଜ ନାଏକ, ଦୁର୍ଯୋଧନ ମାଝୀ, ଅସିତ୍ ପଟେଲ ପ୍ରମୁଖ ଶିକ୍ଷକ ରକ୍ତଦାନ କରିଥିଲେ l ଏହି ଶିବିରରେ ୪୨ ୟୁନିଟ୍ ରକ୍ତଦାନ ସଂଗ୍ରହ ହୋଇଥିଲା। ଶିବିର କୁ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଉଦଘାଟନ କରି ଗୁରୁ ଦିବସ ଉପଲକ୍ଷେ ଏହି ମହାନ୍ କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିବା ସହ ସମସ୍ତ ରକ୍ତଦାତାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ପ୍ରଦୀପ କୁମାର ଦାସ ଏସ୍ ଡି ପି ଓ,କୁଚିଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଗୁରୁଦିବସରେ ଗୁରୁ ମାନଙ୍କ ରକ୍ତଦାନ କୁ ଜିଲ୍ଲାରେ ଖୁବ ପ୍ରଶଂସା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ