Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାବୀର ପଡା ରେ ରକ୍ତଦାନ ଶିବିର ଅନୁଷ୍ଠିତ ୭୬ ୟୁନିଟ ସଂଗୃହିତ

ସମ୍ବଲପୁର:ସମ୍ବଲପୁର ସହରର ଧନୁପାଲି ମହାବୀର ପଡା ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ପଞ୍ଚମୁଖୀ ଯୁବକ ସଂଘ ର ଆବାହକତ୍ୱ ରେ ଆଜି ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି l ଅନୁଷ୍ଠାନ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ଏହି ରକ୍ତଦାନ ଶିବିର ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୩ ଟା ଯାଏ ଆୟୋଜିତ ଏହି ରକ୍ତଦାନ ଶିବିରରେ ସ୍ବେଛାକୃତ ଭାବେ ୭୬ ଜଣ ରକ୍ତଦାନ କରିଥିଲେ l ସୂଚନାଯୋଗ୍ୟ ଯେ, ଅନେକ ପୁରୁଷ ଓ ମହିଳା ପ୍ରଥମ ଥର ପାଇଁ ଏହି ଶିବିର ରେ ରକ୍ତଦାନ କରିଛନ୍ତି l
ବୁର୍ଲା ଭୀମସାର ରକ୍ତ ଭଣ୍ଡାର ଦ୍ୱାରା ପରିଚାଳିତ ଏହି ଶିବିର କୁ ଅନୁଷ୍ଠାନ ର ସଭାପତି ତଥା ପୂର୍ବତନ ରେଙ୍ଗାଲି ବିଧାୟକ ନାଉରି ନାଏକ ଉଦଘାଟନ କରିଥିଲେ l ଧନୁପାଲି ର ଚେତନା ନାଟ୍ୟ ଅନୁଷ୍ଠାନ, ନଟରାଜ ଓ ଓ.ଆଇ.ସି. କମ୍ପୁଟର ସେଣ୍ଟର ଭଳିଆ ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିର ରେ ଅତିଥି ଭାବରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ବିଶିଷ୍ଟ ସମାଜସେବୀ ଉତ୍ସର୍ଗ ର ସୁଧୀର ପୂଜାରୀ, ସମ୍ବଳ ର ରାମଦାସ ପଣ୍ଡା, ସାଧନା ର ସୂର୍ଯ୍ୟ ପାଣିଗ୍ରାହୀ, ଜିଲ୍ଲା କ୍ରୀଡା ସଂଘ ର ସମ୍ପାଦକ ସୁନୀଲ ସାହୁ ଓ ଓଡିଶା ଅଲମ୍ପିକ ଆସୋସିଏସନ ର ଉପସଭାପତି ଦୁଲାଳ ପ୍ରଧାନ, ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ସେମାନେ ମତ ଦେଇଥିଲେ ଯେ ଯେପରି ଭାବରେ ମାରାତ୍ମକ ରୋଗ ବ୍ୟାପୁଛି, ରକ୍ତ ର ଆବଶ୍ୟକତା ମଧ୍ୟ ବଢୁଛି l ତେଣୁ ଏହିପରି ବିଭିନ୍ନ ଅନୁଷ୍ଠାନ ମାନେ ରକ୍ତଦାନ ଶିବିର ଆୟୋଜନ କରିବାର ଅନଶ୍ୟକତା ରହିଛି l
ବୁର୍ଲା ଭୀମସାର ରକ୍ତ ଭଣ୍ଡାର ର ଡାକ୍ତର ବିଶାଳ ୟାଦବ, କାଉନସିଲର ମଣ୍ଟୁ ପ୍ରଧାନ, ଟେକନିସିଆନ କରୁଣାକର ସାହୁ, ରଜତ ପଟେଲ, ଜଗଦୀଶ ସାହୁ ଓ ଆଟେଣ୍ଡଡାଣ୍ଡ ପ୍ରହଲ୍ଲାଦ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିବା ବେଳେ ବୁର୍ଲା ଭୀମସାର ରେ ଯେଭଳି ଭାବରେ ଥାଲାସାମିଆଁ, ଜଣ୍ଡିସ, ଶିକଲିନ, ଜଣ୍ଡିସ, କୀଡୀନି ପ୍ରଭୃତି ରୋଗୀ ମାନଙ୍କର ଆବଶ୍ୟକତା ପୂରଣ କରିବାରେ ନିଶ୍ଚିତ ଭାବରେ ଏହି ସଂଗୃହିତ ରକ୍ତ କାର୍ଯ୍ୟ ରେ ଆସିବ ବୋଲି କହିଥିଲେ l
ଏହି ରକ୍ତଦାନ ଶିବିର କୁ ଶୃଙ୍ଖଳିତ ଭାବରେ ଆୟୋଜକ କରିବାରେ ଅନୁଷ୍ଠାନ ର ଉପସଭାପତି ରାଜେନ୍ଦ୍ର କୁମାର ପଣ୍ଡା, ସମ୍ପାଦକ କାନ୍ହୁରାମ ଶର୍ମା, ପ୍ରକାଶ ନାୟକ, ଅଶୋକ ପଟ୍ଟନାୟକ, ଶ୍ରୀକାନ୍ତ ବିଶ୍ୱାଳ, ବିକାଶ ମିଶ୍ର, ମହେଶ ପଟେଲ, ସଂଜୀବ ପାଣିଗ୍ରାହୀ, ବଳରାମ ହୋତା, ସନ୍ତୋଷ ପଣ୍ଡା, ତନୟ ରଞ୍ଜନ ପାଣିଗ୍ରାହୀ, ବଂଶୀଧର ବେହେରା ପ୍ରମୁଖ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ lସୂଚନାଯୋଗ୍ୟ ଯେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୁଆଁଖାଇ ର ଗୁରୁତ୍ୱ କୁ ଦୃଷ୍ଟି ରେ ରଖି ଆସନ୍ତା ସେପ୍ଟେମ୍ବର ୮ତାରିଖ ଦିନ ଏହି ଅନୁଷ୍ଠାନ ମାନଙ୍କ ଦ୍ୱାରା ନୁଆଁଖାଇ ଭେଟ କାର୍ଯ୍ୟକ୍ରମ ର ଆୟୋଜନ ମଧ୍ୟ କରାଯିବାର ଅଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ