Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’ ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁ ଦିବସ ଓ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ସମ୍ବଲପୁର:ଆଜି ମା’ ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଆୟୋଜନରେ ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱ କରିଥିବା ବେଳେ ଯୁକ୍ତ ତିନ ସ୍ରୋତର ଅଧ୍ୟକ୍ଷ ଅନିଲ ପ୍ରଧାନ ମୁଖ୍ୟ ଅତିଥି ତଥା ଓଡିଆ ଅଧ୍ୟାପକ ବଳଦେବ ମହାକୁର ମୁଖ୍ୟବକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ସଭା ପୂର୍ବରୁ ପାରମ୍ପରିକ ରୀତିରେ ଛାତ୍ରଛାତ୍ରୀମାନେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ଫୁଲ ଚନ୍ଦନ ଉପାୟନ ଦେଇ ପୂଜା କରିଥିଲେ। ପଣ୍ଡିତ ବ୍ୟାସଦେବ ପଣ୍ଡା,ସତ୍ୟନାରାୟଣ ଦାଶ,ଡ. ସିଦ୍ଧାର୍ଥ ପଣ୍ଡା,ମିନତି ଦାଶ, ରବିନ୍ଦ୍ର ନାରାୟଣ ଠାକୁର,ବନୋଜ କୁମାର ସାହୁ,ମୌସୁମୀ ଷଢଙ୍ଗୀ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ତାଙ୍କର ବକ୍ତବ୍ୟରେ ଆଶୀର୍ବଚନ ପୂର୍ବକ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଛାତ୍ର ଶିବାସ ନାଗ ସଭା ସଂଯୋଜନା କରିଥିବା ବେଳେ ସେଲିନା ମହାପାତ୍ର,ଅଙ୍କିତା ସାହୁ,ଶ୍ୟାମାରାଣୀ ବେହେରା,ଭାବନା ସାହୁ,ସଂଜୀବନୀ ପ୍ରଧାନ ପ୍ରମୁଖ ପ୍ରାରମ୍ଭିକ ସଙ୍ଗୀତ ଓ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଅଲିଭା ଭୋଇ,ଅଞ୍ଜଳି ବୁଡେକ,ଲିଲିମା ଭୋଇ। ଆଦି ଛାତ୍ରୀମାନେ ଗୁରୁ ଦିବସ ଉପଲକ୍ଷେ ବକ୍ତବ୍ୟ ଦେଇଥିଲେ।ଶେଷରେ ସଂଯୋଜକ ଧନ୍ୟବାଦ ଅର୍ପଣ କରିଥିଲେ। ଓଁପ୍ରକାଶ ସିଂ,ଭାରତ ପ୍ରସାଦ ସାହୁ,ମୋହିତ ସିଂ,ଅଭିଜୀତ ସାମନ୍ତ,ପଦ୍ମିନୀ ମଲ୍ଲିକ ପ୍ରମୁଖ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ