Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ଓ୍ବେଲଫେୟାର ଟ୍ରଷ୍ଟ ବୈଠକ:ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ୧୦ ଜଣଙ୍କୁ ଦିଆଗଲା ଆର୍ଥିକ ସହାୟତା

ସମ୍ବଲପୁର: ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ଓ୍ବେଲଫେୟାର ଟ୍ରଷ୍ଟ ପକ୍ଷରୁ ୧୦ ଜଣଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ୧ ଲକ୍ଷ ୨୩ ହଜାର ୯୮୫ ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି। ଟ୍ରଷ୍ଟ ସ°ସ୍ଥାପିକା ଡା.ପାଣିଗ୍ରାହୀଙ୍କ ଉପସ୍ଥିତି ଏବଂ ବରିଷ୍ଠ ସଭ୍ୟା ଡ.ନିରୁପମା ବଡ଼ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ଟ୍ରଷ୍ଟ ବୈଠକରେ ଉପରୋକ୍ତ ସହାୟତାକୁ ମଞ୍ଜୁରୀ ଦିଆଯାଇଛି। ଉପରୋକ୍ତ ହିତାଧିକାରୀଙ୍କ ମଧ୍ୟରୁ ୩ ଜଣଙ୍କୁ ଚଳିତ ଶିକ୍ଷା ବର୍ଷରେ ମାସିକ ସହାୟତା ଦିଆଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଟ୍ରଷ୍ଟ ସମ୍ପାଦକ ସୁଧୀର ପୂଜାରୀଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ଚିକିତ୍ସା ପାଇଁ ୪ ଜଣଙ୍କୁ ୪୫ ହଜାର ଟଙ୍କା ଏବଂ ପାଠପଢା ପାଇଁ ୬ ଜଣଙ୍କୁ ୭୮ ହଜାର ୯୮୫ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ବୈଠକର ଆଲୋଚନାରେ କୋଷାଧ୍ୟକ୍ଷ ସ୍ବରୂପ ପୁରୋହିତ,ସଭ୍ୟବୃନ୍ଦ ଦେବାଶିଷ ନନ୍ଦ,ବିପିନ ପଣ୍ଡା ଓ ଶିବ ନନ୍ଦ ଭାଗ ନେଇଥିବାବେଳେ ସ୍ବତନ୍ତ୍ର ନିମନ୍ତ୍ରିତ ଭାବେ ଅବସରପ୍ରାପ୍ତ ଆଇପିଏସ୍ ସଞ୍ଜୀବ ପାଟ୍ଟଯୋଷୀ ଉପସ୍ଥିତ ଥିଲେ।