Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂଗଠନ ସୃଜନ ଅଭିଯାନ ନେଇ ଜ଼ିଲ୍ଲା କଂଗ୍ରେସ ର ପ୍ରସ୍ତୁତି ବୈଠକ

ସମ୍ବଲପୁର:ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଓଡ଼ିଶାରେ ସଂଗଠନ ସୃଜନ ଅଭିଯାନ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ରାଜ୍ୟର ସମସ୍ତ ୩୫ ଗୋଟି କଂଗ୍ରେସ ସାଂଗଠନିକ ଜିଲ୍ଲା ପାଇଁ ସଭାପତି ଚୟନ ହେଉଅଛି I ଏହି ମର୍ମ ରେ ସମ୍ବଲପୁର ଜିଲ୍ଲାରେ
“ସଂଗଠନ ସୃଜନ ଅଭିଯାନ” ୯ ରୁ ୧୩ ସେପ୍ଟେମ୍ବର, ୫ ଦିନ ଧରି ଅନୁଷ୍ଠିତ ହେବ I ଏଥିପାଇଁ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ର ପର୍ଯ୍ୟବେକ୍ଷକ ରାଜସ୍ଥାନର ପୂର୍ବତନ ବିଧାୟକ ଇନ୍ଦ୍ରଜ୍ ସିଂ ଗୁରଜର, ପ୍ରଦେଶ କଂଗ୍ରେସ କମିଟି (ପିସିସି) ପର୍ଯ୍ୟବେକ୍ଷକ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ପର୍ଯ୍ୟବେକ୍ଷକ ଜୟନ୍ତ କୁମାର ସାହୁ ଓ ପର୍ଯ୍ୟବେକ୍ଷକ ଅଂଶୁମାନ ଦାସ ଜ଼ିଲ୍ଲା ଗସ୍ତ କରି ଦଳୀୟ ନେତା ଓ କର୍ମୀ ଙ୍କ ସହିତ ଆଲୋଚନା କରିବେ I ଦୀର୍ଘ ୫ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଅଭିଯାନ କୁ ସଫଳ କରିବା ପାଇଁ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ସଂଯୋଜକ ଦୁର୍ଗା ପାଢ଼ୀ ଙ୍କ ନେତୃତ୍ୱ ରେ ପ୍ରସ୍ତୁତି ବୈଠକ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା I ବୈଠକ ରେ ଏଆଇସିସି ସମ୍ପାଦକ ଆସଫ ଅଲ୍ଲୀ ଖାଁ, ପିସିସି ସଭ୍ୟ ଚନ୍ଦ୍ରକାନ୍ତ ପୁରୋହିତ, ପିସିସି ସଭ୍ୟା ସୁରଞ୍ଜିନି ବାରିକ, ଇଂ. ଦିଲୀପ ଦୁରିଆ, କେଦାର ବରିହା, ଗୋବିନ୍ଦ ମିଶ୍ର, ସୂତପା ମିତ୍ର, କବିତା ପଟ୍ଟନାୟକ, ବିନୋଦିନୀ ଦୀପ, ଡଲି ଅହମଦ ବାବୁ ଖାନ, ରବି ରାଉତ, ଜିତେନ୍ ମହାନନ୍ଦ, ପୂର୍ବତନ କାଉନସିଲର ଅଶୋକ ସୋନି, ପୂର୍ବତନ କାଉନସିଲର ବନମାଳୀ ସତନାମୀ, ପୂର୍ବତନ କାଉନସିଲର ଲାଲ ମୋହନ ଷାଠିଆ, ପୂର୍ବତନ କାଉନସିଲର କୃଷ୍ଣ ଚନ୍ଦ୍ର ସୁନାର, ଖୋକା ମିତ୍ର, ପ୍ରକାଶ ଶତପଥି, ଲଷ୍ମୀ ନାରାୟଣ ପ୍ରଧାନ, ଡ. ସନ୍ତୋଷ କାନୁନଗୋ, ଓବିସି ଜ଼ିଲ୍ଲା ସଭାପତି ଶିବବ୍ରତ ପ୍ରଧାନ, ବଣ୍ଟି ଖାନ, ତାପସ କୁମାର, ଦଶରଥ ଦାସ, ବିରଞ୍ଚି ମହାପାତ୍ର , କାଳୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ