Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଠମଲ୍ଲିକରେ ଅସହ୍ୟ ତାତି..

ଦୀଘ ଏକ ସପ୍ତାହ ହେଲାଣି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ରେ ତାପ ମାତ୍ର 45 ଡିଗ୍ରୀ ଉପରେ ରହୁଛି.. ସକାଳ 10 ଟା ବାଜି ଗଲେ ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି…ଅନ୍ୟ ପକ୍ଷରେ ବାରମ୍ବାର ବିଦୁତ କାଟବି ଚାଲିଛି..
10 ଟା ବାଜିଲେ ରାସ୍ତା, ବଜାର, ବସାଷ୍ଟଣ୍ଡ ଖାଲି ହେଇଯାଉଛି…ଦିନ ସାରା ଅସହ୍ୟ ତାତିରୁ ନିସ୍ତାର ମିଳୁନାହି…ସେପଟେ କଲବଲକରୁଛି ଗୁଳୁଗୁଳି… ଆଠମଲ୍ଲିକ ରେ ତାପ ମାତ୍ର ରେକଡ଼ କରିବାର ପ୍ରଶାନିକ ସ୍ତରରେ ବ୍ୟବସ୍ଥା ନଥିବାରୁ ଗୁଲୁଲର ତାପ ମାତ୍ରରୁ ଗତ କାଲି 44ଡିଗ୍ରୀ ଥିଲା ବୋଲି କହୁଥିବା ସମୟରେ… କିଛି ଲୋକଙ୍କ ନିକଟରେ ଥିବା ନିଜସ୍ୱ ତାପମାତ୍ରା ରେକଡ଼ ଅନୁଯାଇ ତାପ ମାତ୍ର ଗତ କାଲି 47 ଡିଗ୍ରୀ ଥିଲା ବୋଲି ପ୍ରକାଶ କରିଛନ୍ତି..ତପନ ମହାରଣା ଆଠମଲ୍ଲିକ NAC ବାସିନ୍ଦା… ଅନ୍ୟପକ୍ଷରେ ଆଠମଲ୍ଲିକ NAC ସମୁଖରେ ଥିବା ପାନୀୟ ଜଳ ଯୋଗାଣ ଦୀଘ ଦିନ ହେଲାଣି ଅଚଳ ହୋଇ ପଡିଛି. ଯାହା ଫଳରେ ପଥ ଚାରି ପାଣି ମୁନଦିଏ ପାଇଁ ବିଭିନ୍ନ ସମୟରେ ବିକଳ ହେଉଛନ୍ତି.. ଏ ନେ ସି ତରଫରୁ ଆଠମଲ୍ଲିକ ର ପାଞ୍ଚଟି ସ୍ଥାନରେ ଯେଉଁ ଜଳ ଛତ୍ର କରାଯାଇଛି ବିଭିନ୍ନ ସମୟରେ ତାର ଦେଖା ରେଖା କରାଯାଉ ନଥିବାରୁ କେହିବି ସେହି ମାଠିଆ ପାଣି ପିଉ ନଥିବାରୁ ତାହା ଅପରିଷ୍କାର ହୋଇ ପଡିଛି… କହିବାକୁ ଗଲେ କାଗଜ କଲମ ରେ ଗ୍ରୀଷ୍ମ କାଳୀନ ସେବାନାଁରେ ବିଲ କରାଯାଉଥିବାର ଆଲେଚନା ହେଉଛି….

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ