ଆଦିତ୍ୟ ଆଲୁମିନିୟମ ହିଣ୍ଡାଲକୋରେ ସାରଥୀ ଉତ୍ସବ

ସମ୍ବଲପୁର:ଆଦିତ୍ୟ ଆଲୁମିନିୟମ କାରଖାନା ପକ୍ଷରୁ ଲାପଙ୍ଗା ସ୍ଥିତ ହିଣ୍ଡାଲକୋ ପରିସରରେ ସାରଥୀ ଉତ୍ସବ ପାଳିତ ହୋଇଯାଇଛି।ଏଥିରେ କାରଖାନା ଭିତର ଓ ବାହାରରୁ ଆସୁଥିବା ଭାରୀଯାନ ଚାଲକ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ।
କମ୍ପାନୀର ସେପ୍ଟି ଅଫିସର ଫକୀର ପଟ୍ଟନାୟକ ଯୋଗଦେଇ ନିରାପଦ ପଥ ଚାଳନା ଉପରେ ଗୁରୁତ୍ୱ ଦେଇ ଦୁର୍ଘଟଣା ପ୍ରତି ସତର୍କତା ଓ ଦାୟିତ୍ୱ ପ୍ରତି ସଚେତନ କରିଥିଲେ। ସିଏଚପି ମୁଖ୍ୟ ଅଶ୍ୱିନୀ ମହାପାତ୍ର, ପ୍ରଶାସନିକ ବିଭାଗ ମୁଖ୍ୟ ପରିଚାଳକ ପୀୟସ ରାଜଗୁରୁ,ଫ୍ଲାଏ ଆସ ବିଭାଗର ଶାନ୍ତନୁ ସେନାପତି,ଲାଜେଷ୍ଟିକ ବିଭାଗ ମୁଖ୍ୟ ଗୋପାଳ ସିଂ ରାଥୋଡ ଭାରୀଯାନ ଗାଡି ଗୁଡିକର ଚାଲକ ମାନଙ୍କ ବିଭିନ୍ନ ଦାୟିତ୍ୱ, ଭୂମିକା ଓ କମ୍ପାନୀ ଅଭିବୃଦ୍ଧିରେ ସେମାନଙ୍କ ଯୋଗଦାନକୁ ନେଇ ଭୁୟସୀ ପ୍ରଶଂସା କରିବା ସହ ସେମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ।
ଆଦିତ୍ୟ ଆଲୁମିୟମର ଏଭଳି କାର୍ଯ୍ୟକ୍ରମ କୁ ଚାଳକ ମାନେ ମଧ୍ୟ୍ୟ ପ୍ରଶଂସା କରି ନିଜର କୃତଜ୍ଞତା ଜଣାଇଥିଲେ।