Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରଳ ରକ୍ତ ଏବି – ନେଗେଟିଭ ଦେଇ ଜୀବନ ବଞ୍ଚାଇଲେ ଯୁବକ

ସମ୍ବଲପୁର:ଆଜି ପଜିଟିବ ରକ୍ତ ମିଳୁନ ଥୁବାବେଳେ ବୌଦ୍ଧ ଜିଲ୍ଲା ର ଜଣେ ରୋଗୀକୁ ଅତ୍ୟନ୍ତ ବିରଳ ରକ୍ତ ଏବି ନେଗେଟିଭ ର ଆବଶ୍ୟକତା ପଡୁଥିଲା l ରୋଗୀ ର ରକ୍ତ ବାନ୍ତି ହେଉଥିଲା l ବୁର୍ଲା ରକ୍ତଭଣ୍ଡାର ରେ ଗୋଟିଏ ବି ରକ୍ତ ନ ଥିଲା ରକ୍ତ ଭଣ୍ଡାର ର ଦେବାଶିଷ ମିଶ୍ର ଏବଂ ଦଳେଇପଡା ର ପ୍ରିତିଶ ବାରିକ ସମ୍ବଲ ଅନୁଷ୍ଠାନ ର ସମାଜସେବୀ ରାମଦାସ ପଣ୍ଡା ଙ୍କୁ ରକ୍ତ ପାଇଁ ଯୋଗାଯୋଗ କରିଥିଲେ । ଖବର ପାଇ ରାମଦାସ ପଣ୍ଡା ସମ୍ବଲ ଅନୁଷ୍ଠାନ ର ନିୟମିତ ରକ୍ତଦାତା ସନ୍ତକ ପଣ୍ଡା ଭାଇ କୁ ଯୋଗାଯୋଗ କରିଥିଲେ l ସନ୍ତକ ଭାଇ ସମ୍ବଲପୁର ରୁ ବୁର୍ଲା କୁ ଯାଇ ରକ୍ତ ଦାନ କରି ଗୋଟିଏ ରୋଗୀ ର ଜୀବନ ବଂଚେଇବା ପାଇଁ ଚେଷ୍ଟା କରିଛନ୍ତି l ଏଥିରେ ରକତଭଣ୍ଡାର ର ଦେବାଶିଷ ମିଶ୍ର ଏବଂ ମଣ୍ଟୁ ପ୍ରଧାନ ସହଯୋଗ କରିଥିଲେ l ରୋଗୀକୁ ଆହୁରି ରକ୍ତ ର ଆବଶ୍ୟକତା ଥିବାବେଳେ ଧନୁପାଲି ର ଦିବୟାଂଶୁ ଘୋଷ ମଧ୍ୟ ଗୋଟିଏ ଏବି ନେଗେଟିଭ ରକ୍ତଦାନ କରିଛନ୍ତି lରକ୍ତ ପାଇ ରୋଗୀ ସମ୍ପର୍କୀୟ ସନ୍ତକ ପଣ୍ଡା, ଦିବୟାଂଶୁ ଘୋଷ ଏବଂ ରାମଦାସ ପଣ୍ଡା ଙ୍କୁ ଧନ୍ୟବାଦ ଜଣେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ