Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନଜାତି ମାନ୍ୟତାରୁ ବଞ୍ଚିତ ତୁରୀ ଜାତି

ସମ୍ବଲପୁର:ଭାରତୀ ସମାଜ ପକ୍ଷରୁ ଯୁଯୋମୁରା ବ୍ଲକ କବରାପାଲି ସ୍ଥିତ ତୁରୀପଡା ଠାରେ ତୁରୀ ସମାଜର ଇତିହାସ ସଂସ୍କୃତି ଏବଂ ଜୀବନ ଶୈଲୀକୁ ନେଇ ଶୁକ୍ରବାର ସମନ୍ବୟ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଯାଇଛି । ଭାରତୀ ସମାଜ ର ସଞ୍ଚାଲକ ଭବାନୀଶ ଭୋଇଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତୁରୀ ପରିବାର ଗୁଡ଼ିକର ଇତିହାସ ଓ ସଂସ୍କୃତି ଉପରେ ଅଧ୍ୟୟନ କରାଯାଇଥିଲା। ବାଉଁଶରୁ ତିଆରୀ ସାମଗ୍ରୀ ନିର୍ମାଣ କରି ପେଟ ପୋଷୁଥିବା ତୁରୀ ସମାଜ ବର୍ତ୍ତମାନ ସମୟରେ ବାଉଁଶର ଅଭାବ ଯୋଗୁଁ ନିଜ ପାରମ୍ପାରିକ କାମ ଛାଡି କୃଷୀ ଏବଂ ନିର୍ମାଣ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହୋଇଥିବା ଲୋକ ମାନେ ଏହି ଅବସରରେ ଅଭିଯୋଗ କରିଛନ୍ତି । କାର୍ଯ୍ୟକ୍ରମରେ ତୁରୀ ସମାଜର ପୁରୁଣା କାରିଗର ଗୁଲାପି ବାଗ କହିଛନ୍ତି ଯେ, ପୂର୍ବରୁ ପରିବାରର ଚାରିଜଣ ବାଉଁଶ କାମ କରୁଥିବା ବେଳେ ଗୋଟିଏ ବର୍ଷ ହେବ ଘରେ ବାଉଁଶ କାମ ବନ୍ଦ ହୋଇ ଗଲାଣି । ଜଙ୍ଗଳରୁ ଆଗଭଲି ଆଉ କେହି ବାଉଁଶ କାଟି ଆଣିବାକୁ ରାଜି ହେଉ ନାହାନ୍ତି । ବନ ବିଭାଗର କଟକଣା ସାଙ୍ଗକୁ ବାଉଁଶ କାମରେ ସେତିକ ଲାଭ ହେଉନଥିବାରୁ ପଡାରେ ବସବାସ କରୁଥିବା ୩୫ ପରିବାର ମଧ୍ୟରୁ କେବଳ ପାଞ୍ଚ ଛଅ ପରିବାର ହିଁ ଏବେ ବାଉଁଶ କାମ କରୁଛନ୍ତି । ଅନ୍ୟ ପକ୍ଷରେ ଆଧୁନିକତାର ଚାପରେ ପାରମ୍ପାରିକ ସାମଗ୍ରୀର ଚାହିଦା କମିବାରେ ଲାଗିଛଇ । ପରିଶ୍ରମ ତୁଳନାରେ ବାଉଁଶ ସାମଗ୍ରୀ ବିକ୍ରୀରୁ ସେତିକି ଲାଭ ହେଉନଥିବା ତୁରୀ କାରିଗର ଜୟନ୍ତୀ ବାଗ କହିଛନ୍ତି । ସେହିପରି ଉନ୍ନତ ତାଳିମ ଏବଂ ବଜାରର ଅଭାବ ତୁରୀ ଜାତୀର ଯୁବ ପିଢୀକୁ ବାଉଁଶ କାମ ପାଇଁ ଆକର୍ଷିତ କରିପାରୁନଥିବା ଯଶୋବନ୍ତୀ ବାଗ କହିଛନ୍ତି । ଆଗରୁ ଲୋକେ ବଜାର ଏବଂ ଗାଁ ଗାଁ ବୁଲି ସାମଗ୍ରୀ ବିକ୍ରୀ କରୁଥିଲେ । ଯାହା ବର୍ତ୍ତମାନର ଯୁବପିଢି କରିବାକୁ ଆଗ୍ରହୀ ନୁହନ୍ତି । ତେଣୁ ଆଧୁନିକ ଏବଂ ସୌକିନ ସମାଗ୍ରୀ ନିର୍ମାଣ ନେଇ ତାଲିମ ଦିଆଯାଇ ପାରିଲେ ଯୁବ ପିଢର ବାଉଁଁଶ କାମ ପାଇଁ ଆଗ୍ରହ ପ୍ରକାଶ କରି ପାରିବେ ବୋଲି ଯଶୋବନ୍ତୀ ପ୍ରକାଶ କରିଛନ୍ତି । ବାଉଁଶ କାମ ବନ୍ଦ ହେବା ପରେ ଅନେକ କୃଷୀ ଶ୍ରମିକ ଏବଂ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି । ଯାହାଦ୍ୱାରା ସେମାନେ ନିଜ ପାରମ୍ପାରିକ କଳାା କୌଶଳ ଧିରେ ଧିରେ ହଜିିବାକୁ ବସିଛି । ଅନ୍ୟ ପକ୍ଷରେ ବୃଦ୍ଧାବସ୍ତାରେ ମଧ୍ୟ ପୂର୍ବରୁ ଲୋକେ ଘରେ ବସି ବାର୍ଁଉଶ କାମ କରି ପାରୁଥିଲେ । ତେବେ ବାଉଁଶ କାମ ବନ୍ଦ ହେବା ପରଠାରୁ ଘରର ବରିଷ୍ଠ ଲୋକ ମାନଙ୍କ ପାଖରେ କୌଣସି କାମ ନାହିଁ । କେବଳ ସରକାରଙ୍କ ତରଫରୁ ମିଲୁଥିବା ବାର୍ଦ୍ଧକ୍ୟ ଭତ୍ତା ଉପରେ ସେମାନେ ନିର୍ଭର କରୁଛନ୍ତି । ଯାହାଦ୍ୱାରା ସେମାନଙ୍କ ସାମାଜିକ ଜୀବନ ମଧ୍ୟ ପ୍ରଭାବିତ ହେବାକୁ ବସିଛି । ପଶ୍ଚିମ ଓଡିଶାର ସମ୍ବଲପୁର, ଝାରସୁଗୁଡା, ବରଗଡ ଏବଂ ସୁନ୍ଦରଗଡ ଜିଲାରେ ସର୍ବାଧିକ ତୁରୀ ଜାତୀର ଲୋକ ବସବାସ କରିଥାନ୍ତି । ତେବେ ବର୍ତ୍ତମାନ ସମୟରେ ସ୍ଥାନୀୟ ଅଞ୍ଚଳରେ ବାଉଁଶର ଘୋର ଅଭାବ ଏବଂ ବାଉଁଶ ସାମଗ୍ରୀର ଚାହିଦା ନଥିବାରୁ ରହିଥିବା ବେଳେ ତୁରୀ ମାନଙ୍କ ପାରମ୍ପାରିକ କଳା ହଜିବାକୁ ବସିଛି । ଅନ୍ୟପକ୍ଷରେ ଯେଉଁ ତୁରୀ ପିଲା ମାନେ ପାଠପଢି ପାରୁଛନ୍ତି ସେମାନେ ଚାକିରୀ କିମ୍ବା ଅନ୍ୟ ବ୍ୟବସାୟରେ ଲାଗି ପଡୁଥିବା ପଡାର ଲୋକ କହିଥିଲେ । ଅନ୍ୟପକ୍ଷରେ ଳଲିତା ମଲ୍ଲିକ କହିଥିଲେ, ତୁରୀ ମାନେ ବିଭିନ୍ନ କ୍ଷେତ୍ରରେ ଅବହେଲିତ ହୋଇ ରହିଛନ୍ତି । ପ୍ରକୃତରେ ତୁରୀ ମାନେ ଜନଜାତୀ ସମ୍ପ୍ରଦାୟର ହୋଇଥିବା ବେଳେ ସେମାନଙ୍କୁ ଅନୂସୁଚିତ ଜାତି ତାଲିକାରେ ରଖାଯାଇଛି । ଯାହାଦ୍ୱାରା ତୁରୀ ମାନଙ୍କର ସ୍ବତନ୍ତ୍ର ଭାଷା ସଂସ୍କୃତି ରହିଥିବା ସତ୍ତ୍ବେ ଏହାପ୍ରତି କେହି ଦୃଷ୍ଟୀ ଦେଉ ନାହାନ୍ତି । ଯାହାଦ୍ୱରା ଆମର ପାରମ୍ପାରିକ ବୃତ୍ତି ସହ ଭାଷା ସଂସ୍କୃତିବି ହଜି ବସିଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି । ତୁରୀ ଭାଷା ସାନ୍ତାଲୀ ଭାଷାର ନିକଟ ତର ହୋଇଥିବା ବେଳେ ସାନ୍ତାଲୀ ଭାଷାକୁ ସରକାର ଗୁରୁତ୍ୱ ଦେଇ ସବୁ ପ୍ରକାର ସହଯୋଗ କରୁଥିବା ବେଳେ ତୁରୀ ଭାଷା ପ୍ରତି ସବୁ ସରକାର ଉଦାସୀନ ରହିଥିବା ସେ କ୍ଷୋଭ ପ୍ରକାଶ କରିଥିଲେ । ତୁରୀ ଲୋକ ମାନଙ୍କର ସ୍ବତନ୍ତ୍ର ବିବାହ ପରମ୍ପରା ରହିଥିବା ବେଳେ ଦୀର୍ଘ ବର୍ଷ ହେବ ସେହି ପରମ୍ପରା ଅଧିକାଂଶ ସ୍ଥାନରେ ସମ୍ପୁର୍ଣ୍ଣ ବନ୍ଦ ହୋଇ ବସିଥିବା ବନବାସୀ ଦୁଆନ କହିଥିଲେ । ଭାରତୀ ସମାଜ ପକ୍ଷରୁ ବିଭିନ୍ନ ଜାତି ଜନଜାତୀ ମାନଙ୍କ ଭାଷା ସଂସ୍କୃତୀ ଏବଂ ପରମ୍ପରାକୁ ନେଇ ସମନ୍ବୟ କାର୍ଯ୍ୟକ୍ରମ ଜରିଆରେ ଅଧ୍ୟୟନ କରାଯିବା ସହ ସେମାନଙ୍କ ବିକାଶ ପାଇଁ କାର୍ଯ୍ୟ କରାଯାଉଥିବା ନେଇ ଭାରତୀ ସମାଜର ସହ ସଞ୍ଚାଳକ ଜୟପାଳ ବାଗ କହିଛନ୍ତି । ଆଗକୁ ତୁରୀ ସମାଜର ଭାଷା ଏବଂ ସଂସ୍କୃତିର ସଂରକ୍ଷଣ ଏବଂ ପ୍ରସାର ପାଇଁ ଉଦ୍ୟମ କରାଯିବା ନେଇ ଶ୍ରୀ ବାଗ ସୁଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଜୟନ୍ତୀ ପ୍ରଧାନ ଏବଂ ବନବାସୀ ଦୁଆନ ପ୍ରମୁଖ ତୁରୀ ଭାଷାର ପାରମ୍ପାରିକ ଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଦୀନବନ୍ଧୁ ବାଗ,ପରୀକ୍ଷିତ ପ୍ରଧାନ, ରୀନା ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories