Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଲିସ ଜାଲରେ ୨ କଫ ସିରଫ ବେପାରୀ

ସମ୍ବଲପୁର:୧୧ ତାରିଖ ରାତିରେ ସନାତନପାଲି କ୍ୟାନାଲ୍ ରୋଡ୍ ନିକଟରେ କଫ ସିରଫ ବିକ୍ରି କରାଯାଉଥିବା ଖବର ପାଇ ସଦର ପୋଲିସ ତତକ୍ଷଣାତ ପଦକ୍ଷେପ ନେଇ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୋଲିସ ଜାଲରେ ଧରାପଡ଼ିଥିବା ଅଭିଯୁକ୍ତ ମାନେ ହେଲେ
ଅକ୍ଷୟ ଡାର୍କା, ବୁରୋମାଲ ଓ ପ୍ରମୋଦ ମିର୍ଦ୍ଧା, ଖଜୁରିପାଲି।ତାଙ୍କର ନିକଟରୁ ୨୨ଟି ସିଲ୍ କରାଯାଇଥିବା ବିନ୍ସରେକ୍ସ କାଫ୍ ସିରାପ ବୋତଲ ଗୋଟିଏ ଷ୍ଟ୍ରିଫ ନିରସନ ଟାବଲେଟର ୬ଶହ ଅଶି ନଗଦ ରାଶି ଜବତ କରାଯାଇଛି। ସଦର ପୋଲିସ ପକ୍ଷରୁ ଅବାଧ ନିଶା କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାରୁ ଏଥିରୁ ନିଶା ବେପାରୀ ନିବୃତ୍ତ ରହିବାକୁ ଥାନା ଅଧିକାରୀ ଅନିତା ପାଟନିଆ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ