Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାର୍ବଣ ପୂର୍ବରୁ ଏକ୍ସନ ମୁଡରେ ସମ୍ବଲପୁର ପୋଲିସ: ଅନ୍ଧାରିବିଜେରେ ମଦୁଆ ସାବାଡ଼

ସମ୍ବଲପୁର:ଆସନ୍ତା ଶାରଦୀୟ ପର୍ବକୁ ଦୃଷ୍ଟିରେ ରଖି ସମ୍ବଲପୁର ପୋଲିସ ରହିଛି ଆକ୍ସନ ମୁଡରେ।ରାତିର ପ୍ୟାଟ୍ରୋଲିଂ କୁ କଡାକଡି କରି ମଦୁଆ ଓ ନିଶାଗ୍ରସ୍ତଙ୍କ ଆଡ୍ଡା ସ୍ଥଳୀ ମାନଙ୍କରେ ଅନ୍ଧାରିବିଜେ କରି ମଦୁଆଙ୍କୁ ସାବାଡ଼ କରିବାରେ ସମ୍ବଲପୁର ପୋଲିସ ତାର କରିତକର୍ମା ବଜାଅ ରଖିଛି।

ଆସନ୍ତା ପର୍ବପର୍ବାଣୀ ଦିନଗୁଡିକୁ ଦୃଷ୍ଟିରେ ରଖି, ସମ୍ବଲପୁର ପୋଲିସ ସହର ଭିତରେ କେବଳ ନୁହେଁ, ବରଂ ଗ୍ରାମାଞ୍ଚଳ ରେ ମଧ୍ୟ୍ୟ ନିଜର ପ୍ୟାଟ୍ରୋଲିଂ କାର୍ଯ୍ୟକୁ ଅଧିକ ତୀବ୍ର କରିଛି । ବିଶେଷ ଗୁରୁତ୍ୱ ଅନ୍ଧାରାଚ୍ଛନ୍ନ ସ୍ଥାନ, ଗଲି ଏବଂ ଅନ୍ଧାର ରାସ୍ତାଗୁଡିକ ଉପରେ ପୋଲିସ ତାର ତୀକ୍ଷ୍ଣ ନଜର ରଖିଛି । ରାତିରେ ପାଦରେ ଚାଳି ପ୍ୟାଟ୍ରୋଲିଂ ବଢ଼ାଇବା ସହିତ ସନ୍ଦେହଜନକ ବ୍ୟକ୍ତି ଓ ଯାନବାହନଗୁଡିକ ଯାଞ୍ଚ କରାଯାଉଛି ।

ସୁରକ୍ଷାକୁ ସୁନିଶ୍ଚିତ କରି ଅପରାଧକୁ ପ୍ରତିରୋଧ କରିବା ଓ ପର୍ବପର୍ବାଣୀ ସମୟରେ ସାମାଜିକ ଶାନ୍ତି-ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ପୋଲିସ ଏଭଳି ନୀତି ଆପଣେଇଥିବା ଜଣାପଡିଛି।

ଏହି କ୍ରମରେ ସମ୍ବଲପୁର ସହରର ପୁରୁଣା ବସ ଷ୍ଟାଣ୍ଡ, ମୁଦିପଡ଼ା, ସାକ୍ଷୀପଡା, ସାରଳାକାନୀ, ଅଇଁଠାପାଲି,ବରେଇପାଲି, ଧନକଉଡ଼ା, ଫାଟକ, କ୍ଷେତରାଜପୁର, ଦୁର୍ଗାପାଲି, ଧନୁପାଲି, ଚାଉଁରପୁର, ପ୍ରଭୃତି ସ୍ଥାନ ସହିତ ମାନେଶ୍ଵର ଭଳି ମୁଖ୍ୟ ସ୍ଥାନ ଗୁଡିକରେ ପୋଲିସ ପାଇଁତରା ମାରି ନିଶା ସେବନକାରୀ ଓ ବେପାରୀଙ୍କୁ କଡା ଚେତାବନୀ ଦେବାସହ କେତେକ କ୍ଷେତ୍ରରେ ସେମାନଙ୍କୁ ଜେଲ ହାଜତକୁ ପଠାଇବାରେ ମଧ୍ୟ୍ୟ କଡା କାର୍ଯ୍ୟାନୁଷ୍ଠାନ ନେଉଛି।

ନିକଟ ଅତୀତରେ ଶାନ୍ତି, ଶୃଙ୍ଖଳା, ସ୍ୱଚ୍ଛତା, ସନ୍ତୁଳିତ ପରିବେଶ କୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ସହର ଓ ଜିଲ୍ଲାର ସମସ୍ତ ଦୁର୍ଗାପୂଜା କମିଟି ସହିତ ଆଲୋଚନା କରି ପାର୍ବଣ କୁ
ସାର୍ବଜନୀନ ଓ ସୁବ୍ୟବସ୍ଥିତ ଭାବେ ପରିଚାଳନା କରିବାକୁ ନିବେଦନ କରିଥିଲେ। ଏପରିକି କମିଟି ସଦସ୍ୟଙ୍କ କେତେକ ଅଭିଯୋଗକୁ ପୋଲିସ ଗୁରୁତ୍ୱ ଦେଇ ନିଶାଡୀଙ୍କୁ ସାବାଡ଼ କରିବାକୁ ବୃହତ ପଦକ୍ଷେପ ନେଇଛନ୍ତି।ଏଇ ଭିତରେ କେତେକଙ୍କୁ ଚେତାବନୀ ଦେଇ ଛାଡିଥିବା ବେଳେ କେତେକ ନିଶାଡୀଙ୍କୁ ବ୍ୟକ୍ତିଗତ ମୁଚାଳିକା ରେ ଛଡ଼ାଯାଇଛି। ଏପରିକି ପୋଲିସ ସନ୍ଧେହ ରେ କେତେକଙ୍କୁ ଜେଲ ହାଜତ ରେ ମଧ୍ୟ୍ୟ ପୁରାଇବାକୁ ପୋଲିସ ବାଧ୍ୟ୍ୟ ହୋଇଛି।

ପାର୍ବଣ କୁ ଶାନ୍ତିମୟ ପରିବେଶରେ ସୁରୁଖୁରୁରେ ସାରିବାକୁ ସମ୍ବଲପୁର ପୋଲିସ ପ୍ରତିକାରାତ୍ମକ ବ୍ୟବସ୍ଥା ଗ୍ରହଣ କରିବା ସହ ସମସ୍ତ ନାଗରିକଙ୍କୁ ସହଯୋଗ କରିବାକୁ ଅନୁରୋଧ କରୁଛନ୍ତି।ଏପରିକି କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖାଗଲେ ତାହାକୁ ଶୀଘ୍ର ପ୍ରତିହତ କରିବା ପାଇଁ ସ୍ଥାନୀୟ ପୋଲିସକୁ ଅବଗତ କରାଇବାକୁ ପ୍ରାର୍ଥନା କରିଛନ୍ତି । ପୋଲିସର ଏଭଳି ପଦକ୍ଷେପ କୁ ନେଇ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ